Friday, March 29, 2024

Top 5 This Week

Related Posts

1. Best News : ପୋଲିସ ଟଙ୍କା ପାଇଁ ପାଠ ପଢ଼ା ପିଲାକୁ କୋର୍ଟ ଚାଲାଣ ନେଇ କାର୍ଯ୍ୟନୁଷ୍ଠାନ ଦାବି

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ଟିଟିଲାଗଡ, (୧୭/୦୮) : ସାଧାରଣ ଲୋକେ ସୁରକ୍ଷା ପାଇଁ ପୋଲିସ କୁ ଭରଷା କରୁଥିବା ବେଳେ ଏପରିକି ପୋଲିସ ଓ ସାଧାରଣ ଙ୍କ ଆସ୍ଥା ଭାଜନ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇ ଥାଏ ।

ହେଲେ ଖୋଦ୍ ପୋଲିସ୍ କିଛି ଟଙ୍କା ଲୋଭ ରେ ପଡ଼ି ଜଣେ ନିର୍ଦ୍ଧୋଷୀ ଓ ପାଠ ପଢ଼ା ପିଲାକୁ ଜେଲ ହାଜତ କୁ ପଠେଇ ଦେବା ଭଳି ଅଭିଯୋଗ ଆସିଛି । ନିଜ ଘର ଛାତ ତିଆରି ନେଇ ନିଜ ପଡ଼ୋଶୀ ଘର ଥିବା ପରିବାର ଲୋକେ ଆକ୍ରୋଶ ମୂଳକ ଭାବେ ଗଣ୍ଡଗୋଳ କରି ଆସୁଥିଲେ । ଏ ନେଇ ଟିଟିଲାଗଡ ଥାନା ଅର୍ନ୍ତଗତ ଦର୍ଲୋ ଗ୍ରାମ ର ଦୁଃଖ ବାଗ ନାମକ ଜଣେ ବ୍ୟକ୍ତି ପୋଲିସ୍ ଥାନା ରେ ଲିଖିତ ଅଭିଯୋଗ କରିଥିଲେ ।

ହେଲେ ପୋଲିସ ବାରମ୍ବାର ନା ନା ଆଳରେ ହଇରାଣ ହରକତ କରି ତାଙ୍କୁ ତହସିଲ ରେ ଜମି ନାପ କେସ କରିବୁ କହି ୬୦ ହଜାର ଟଙ୍କା ତିନି ଥର କିସ୍ତି ରେ ନେଇଥିଲେ । ନିଜ ଜମି ବନ୍ଧା କରି ଟଙ୍କା ଦେଇ ସୁଦ୍ଧା ଅପର ପକ୍ଷ ରୁ ମୋଟା ଅଙ୍କ ର ଅର୍ଥ ନେଇ ଏତଲାକାରି ଦୁଃଖୁ ବାଗ ଙ୍କ ପୁଅ ରମେଶ ବାଗ କୁ ସେ ପାଠ ପଢୁଥିବା ସ୍କୁଲ ରୁ ଆଣି ଗିରଫ କରି କୋର୍ଟ ଚାଲାଣ କରି ଦେଇଥିଲେ ।

କୋର୍ଟ ଚାଲାଣ କରାଯିବା ପରେ ତାର ପର ଦିନ ଥାନା ର ତଦନ୍ତ କରୁଥିବା ଅଧିକାରୀ ସୁବାସ ଚନ୍ଦ୍ର ସାହୁ ଥାନା କୁ ଡାକି ୨୦ ହଜାର ଟଙ୍କା ଦେଲେ ତୋ ପୁଅ ର ବେଲ ହୋଇଯିବ ଓ ମୁଁ ଛୁଟି ରେ ଯିବି କହିଥିଲେ, ଅନ୍ୟ ଉପାୟ ନ ପାଇ ସେ ପୁନଃ ଟଙ୍କା ଦେଲେ ।

ଥାନା ପୂର୍ବତନ ଅଧିକାରୀ ରଞ୍ଜନ ବରିହା, ଏସ ଆଇ ସୁବାସ ଚନ୍ଦ୍ର ସାହୁ, ଏ ଏସ ଆଇ ଖେମସିଂ ମାଝୀ ମିଶି ତାଙ୍କ ତହସିଲ କେସ ଓ ଦୋଷୀ ବଦଳ ରେ ଅପର ପକ୍ଷ ତରଫରୁ ଅର୍ଥ କାରବାର କରି ନ୍ୟାୟ ବଦଳ ରେ ଅନ୍ୟାୟ କରିବା ନେଇ ଗୁରୁତର ଅଭିଯୋଗ କରିଛନ୍ତି। ପ୍ରକାଶ ଯେ, ଏ ନେଇ ଆମେ ଟିଟିଲାଗଡ ଥାନା ର ପୁର୍ବତନ ଅଧିକାରୀ ଙ୍କୁ ଯୋଗାଯୋଗ କରିବାରୁ ସେ ପାଞ୍ଚ ଜଣ ଙ୍କ ନାଁ ରେ ଏତଲା ଥିଲା ମୁଁ ମାତ୍ର ଜଣ କୁ ଗିରଫ କରି କୋର୍ଟ ଚାଲାଣ କରିଛି ବୋଲି ପ୍ରକାଶ କରିଛନ୍ତି ।

ହେଲେ ଏ ନେଇ କୌଣସି ଉପଯୁକ୍ତ ଡାକ୍ତରୀ ମାଇନା ନ କରି ଅପର ପକ୍ଷ ର ରୋମାଞ୍ଚ ବାଗ ଯିଏ କି କୌଣସି ହତା, ହତ ନ ହୋଇ ଥିବା ଓ ସେ ଦେଇଥିବା ଏତଲା ରୁଜ୍ଜୁ କରି ଉକ୍ତ ରମେଶ କୁ କୋର୍ଟ ଚାଲାଣ କରାଯାଇ ଥିଲା । ଏହି ମାମଲା ନେଇ କେସ ନମ୍ୱର ୨୮/୨୦୨୩ ଅନୁଯାୟୀ ଗତ ତା୧୯-୦୧-୨୦୨୩ରିଖ ଦିନ କୋର୍ଟ ଚାଲାଣ କରାଯାଇଥିଲା । ଏ ନେଇ ରମେଶ ବାଗ ଙ୍କ ପିତା ଦୁଃଖୂ ବାଗ ବିଭିନ୍ନ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ନିକଟରେ ଲିଖିତ ଅଭିଯୋଗ କରିବା ସହ ସବିଶେଷ ତଦନ୍ତ ସହ ନ୍ୟାୟ ପ୍ରଦାନ କରନ୍ତୁ ବୋଲି ପ୍ରକାଶ କରିଛନ୍ତି ।

Popular Articles