Advertisements
Tuesday, August 4, 2020
Home Business & Private ସୋହନ ପଧାନ ୫୬୩ ମାର୍କ ରଖି ଟପ୍ପର , ଭବିଷ୍ୟତରେ ଜଣେ ଇଂଜିନିୟର ହେବ ଲକ୍ଷ୍ୟ

ସୋହନ ପଧାନ ୫୬୩ ମାର୍କ ରଖି ଟପ୍ପର , ଭବିଷ୍ୟତରେ ଜଣେ ଇଂଜିନିୟର ହେବ ଲକ୍ଷ୍ୟ

ରିପୋର୍ଟ: ନିରୋଜ କୁମାର ପାଣି //
ପଦ୍ମପୁର (୨୯/୦୭): ସାଧନା ଓ ଅଧ୍ଯବସାୟ ମଣିଷକୁ ସଫଳତାର ଶୀର୍ଷକୁ ପହଞ୍ଚାଇ ଦିଏ। ହାଇସ୍କୁଲ ବୋର୍ଡ ପରୀକ୍ଷାରେ ଗ୍ରାମାଞ୍ଚଳର ଜଣେ ମେଧାବୀ ଛାତ୍ର ଏହାକୁ ପ୍ରମାଣିତ କରି ଦେଇଛନ୍ତି। ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ଉପାନ୍ତ ଗ୍ରାମ ଜାଲପାଲି।

ଉକ୍ତ ଗ୍ରାମର ଉନ୍ନୀତ ସରକାରୀ ଉଚ୍ଚ ବିଦ୍ଯାଳୟରେ ଅଧ୍ଯୟନ କରୁଥିବା ସୋହନ ପଧାନ ୫୬୩ମାର୍କ ରଖି(ଏ-୧ ଗ୍ରେଡ,୯୩.୮୩)ବ୍ଲକ ଟପ୍ପର ହେବାର ସୌଭାଗ୍ଯ ଲାଭ କରିଛନ୍ତି। ପିତା ନୀଳାଞ୍ଚଳ ପଧାନ ଓ ମାତା ସୁଜାତା ପଧାନ ଙ୍କ କନିଷ୍ଠ ପୁତ୍ର ସୋହନ ଏହି ସଫଳତା ପାଇଁ ସେ ତାଙ୍କ ମାତାପିତା ଓ ହାଇସ୍କୁଲର ଶିକ୍ଷକଶିକ୍ଷୟିତ୍ରୀଙ୍କୁ ଶ୍ରେୟ ଦେଇଛନ୍ତି। ସେ ନିଜ ଘରେ ନିତିଦିନ ୧୦ରୁ୧୨ଘଣ୍ଟା ପରିଶ୍ରମ କରୁଥିଲେ। ଭବିଷ୍ଯତରେ ଜଣେ ଇଂଞ୍ଜିନିୟରି ହେବାକୁ ସେ ଲକ୍ଷ୍ଯ ରଖିଛନ୍ତି। ଭାରତୀୟ ଇଂଞ୍ଜିନିୟର ଗଣ ଅର୍ଥ ମୋହରେ ବିଦେଶ ଚାଲି ଯାଉଥିବାରୁ ଏଠିକାର ପ୍ରଯୁକ୍ତି ଜ୍ଞାନ କୌଶଳ ବିକଶିତ ହୋଇ ପାରୁନାହଁ। ତେଣୁ ଆଗାମୀ ଦିନରେ ଜଣେ ସୁଦକ୍ଷ ଇଂଞ୍ଜିନିୟର ହୋଇ ଏହି ସମସ୍ୟା ସାମାଧାନ ଦିଗରେ ପ୍ରୟାସ ଜାରି ରଖିବି ବୋଲି ସୋହନ ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ ଯେ ବିଜେପୁର ବ୍ଲକ ସଦରମହକୁମାରୁ ଜାଲପାଲି ଗ୍ରାମର ଦୂରତା ୧୫କିମି। ଅପରପକ୍ଷେ ତାଙ୍କର ପିତା ନୀଳାଞ୍ଚଳ ପଧାନ ଜଣେ ଚାଷୀ। ସହରାଞ୍ଚଳର ଟିଉସନ୍, କୋଚିଂ ଆଦି ବିଭିନ୍ନ ସୁବିଧାରୁ ବଞ୍ଚିତ ହୋଇଥିବା ସତ୍ତ୍ବେ ଗ୍ରାମାଞ୍ଚଳର ଜଣେ ଶିକ୍ଷାର୍ଥୀ ସହରାଞ୍ଚଳର ଛାତ୍ରଛାତ୍ରୀଙ୍କୁ ପଛରେ ପକାଇ ବାଜିମାତ କରି ବ୍ଲକ ଟପ୍ପର ହେବାର ଗୌରବ ଲାଭ କରିଥିବାରୁ ବୁଦ୍ଧିଜୀବୀମହଲରେ ଚର୍ଚ୍ଚାର ବିଷୟ ହୋଇଛି। ଏହି ବ୍ଲକରେ ୧୨୬୯ଜଣ ହାଇସ୍କୁଲ ପରୀକ୍ଷା ପାଇଁ ପଞ୍ଜୀକୃତ ହୋଇଥିବାବେଳେ ୧୨୬୫ଜଣ ପରୀକ୍ଷାରେ ଅବତୀର୍ଣ୍ଣ ହୋଇଥିଲେ।
ଏଥିରୁ ୧୧୧୮ଜଣ କ୍ରୁତିତ୍ବର ସହିତ ପାସ୍ କରିଥିବାବେଳେ ବ୍ଲକର ପାସ୍ ହାର ୮୮.୩୭ ପ୍ରତିଶତ ରହିଥିବା ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଶାନ୍ତ କୁମାର ପାଣ୍ଡେ ସୂଚନା ଦେଇଛନ୍ତି।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Leave a Reply

This site uses Akismet to reduce spam. Learn how your comment data is processed.

Most Popular

କଣ୍ଟେନମେଣ୍ଟ ଜୋନରେ ସରକାରୀ ନିୟମକୁ ଖୋଲା ଖୋଲି ଉଲଂଘନ

ରିପୋର୍ଟ: କପିଳେନ୍ଦ୍ରଦେବ ସାମନ୍ତରାୟଲମତାପୁଟ (ତା: ୩/୮): ମୁଖ୍ୟ ଦୈନିକ ବଜାରର କଣ୍ଟେମେଣ୍ଟ ଜୋନ ରେ ସରକାର ନିୟମକୁ ଖୋଲା ଖୋଲି ଉଲଂଘନ କରାଯାଉଛି।ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା ଲମତାପୁଟ...

କୋଟପାଡ ଠାରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ନୂତନ କୋଠା ଉଦଘାଟିତ

କୋରାପୁଟ (୦୩/୦୮): ରବି ଶଙ୍କର ମହାପାତ୍ର //କୋରାପୁଟ (୦୩/୦୮): କୋଟପାଡ ସୌରା ସାହି ଶ୍ରୀ ଲିଙ୍ଗରାଜ ଭବନରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ରବିବାର ସନ୍ଧ୍ୟାରେ ରୀତିମତ ପୂଜାପାଠ ଓ...

ନଦୀରେ ବୁଡ଼ି ଯାଇଥିବା ମହିଳାଙ୍କୁ ଉଦ୍ଧାର କଲେ ଯୁବକ

ରିପୋର୍ଟ: ସତ୍ୟଜିତ ବାରିକ //ଯାଜପୁର ( ୦୩/୦୮): ଯାଜପୁର ଜିଲ୍ଲା ବରୀ ବ୍ଲକ ଅନ୍ତର୍ଗତ ଉଦୟନାଥ ପୁର ଗ୍ରାମର ବୁରୁନ୍ଦା ଦାସ ଙ୍କ ପତ୍ନୀ ସ୍ମିତାରାଣି ଦାସ (୫୮)...

ସହିଦ ପୀଠରେ ସହିଦ୍ ଙ୍କ ସ୍ମୃତି ଚାରଣ କଲେ ବରୀ ବିଧାୟିକା

ରିପୋର୍ଟ: ସତ୍ୟଜିତ ବାରିକ //ଯାଜପୁର (୦୩/୦୮): ୯୪୨ ମସିହା ରେ ହୋଇଥିବା ଭାରତଛାଡ଼ ଆନ୍ଦୋଳନରେ ଭାରତ ଦେଶ ତାର ସ୍ୱାଧୀନତା ପାଇଁ ଯେଉଁ ଆନ୍ଦୋଳନ ଆରମ୍ଭ ହୋଇଥିଲା |

Recent Comments

%d bloggers like this: