1. Best News : କଂଗ୍ରେସ ଦଳ ପକ୍ଷରୁ ବ୍ଳକ ଘେରାଉ

0
115
କଂଗ୍ରେସ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୧୮/୮) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଳକ ରେ ମାନ୍ୟବର ପ୍ରଦେଶ କଂଗ୍ରେସର ସଭାପତି ଶରତ ପଟ୍ଟନାୟକ ଙ୍କ ନିର୍ଦ୍ଦେଶ କ୍ରମେ କଲ୍ୟାଣସିଂହପୁର ବ୍ଳକ ଘେରାଉ ହୋଇଥିଲା ।WhatsApp Image 2023 08 19 at 07.08.59 1. Best News : କଂଗ୍ରେସ ଦଳ ପକ୍ଷରୁ ବ୍ଳକ ଘେରାଉ

ସ୍ଥାନୀୟ ଉଚ୍ଚ ବିଦ୍ୟାଳୟ ଠାରୁ ସହର ପରିକ୍ରମାରେ ଶୋଭାଯାତ୍ରା କରି ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ଏକ ଦାବିପତ୍ର ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁନିଲ ଖରା ଙ୍କ ଜରିଆରେ ମହାମହିମ ରାଜ୍ୟପାଳ ଙ୍କ ନିକଟକୁ ପଠାଇଥିଲେ । ଉକ୍ତ ଦାବିପତ୍ର ରେ ଉଲ୍ଲେଖ ରହିଥିଲା ।

ବ୍ଳକ ଅଫିସ ମାନଙ୍କରେ ବ୍ୟାପକ ପିସି କାରବାର ବନ୍ଦ ହେଉ, ଆବାସ ଯୋଜନାରେ ଦୁର୍ନୀତି, ଦରଦାମ ବୃଦ୍ଧି, ବେକାରୀ ସମସ୍ୟା,ନାରୀ ନିର୍ଯାତନା, ଚାଷୀଙ୍କ ମାରଣ ନୀତି, ଟାଟା କମ୍ପାନୀର ବିଜୁଳି ନୀତି ବିରୁଦ୍ଧରେ ଦାବି ଗୁଡିକ ଲେଖା ରହିଥିଲା । ଏଥିରେ ବ୍ଲକ ସଭାପତି ସି ଏଚ ନାଗେଶ୍ୱର ରାଓ, ଜିଲ୍ଲା ପରିଷଦ ସଭ୍ୟ ଅଷ୍ପିନି ମହାପାତ୍ର, ସାଂସଦ ପ୍ରତିନିଧି କୁମାର ସ୍ବାମୀ କୌଶଲ୍ୟା, ଏସି ସେଲ ର ଜିଲ୍ଲା ଉପସଭାପତି ଚିତ୍ତରଞ୍ଜନ ଗାଣ୍ଟା, ଡି ଆର ୟୁ ସି ସି ମେମ୍ବର ଗୁଡ଼ଲା ପ୍ରସାଦ ରାଓ ସମେତ ବ୍ଳକ ର କଂଗ୍ରେସ କର୍ମୀମାନେ ବହୁ ସଂଖ୍ୟାରେ ଯୋଗଦେଇଥିଲେ ।