Advertisements
Tuesday, August 4, 2020
Home Business & Private ସରକାରୀ ସାହାଯ୍ୟ ଅପେକ୍ଷାରେ ବିଧବା ଦହନା ବାଗ

ସରକାରୀ ସାହାଯ୍ୟ ଅପେକ୍ଷାରେ ବିଧବା ଦହନା ବାଗ

ରିପୋର୍ଟ: ମାନସ ରଞ୍ଜନ ରାଉତ //
କଳାହାଣ୍ଡି (୨୯/୦୭): ଗୋଲାମୁଣ୍ଡା ବ୍ଲକ ଅଧିନସ୍ଥ କୁହୁରା ଗ୍ରାମର ଅସହାୟ ବିଧବା ମହିଳା ଦହନା ବାଗ । ଦିନ ମଜୁରିଆ ସ୍ୱାମୀ ଅଲେଖ ବାଗ ପାଖାପାଖି ୯ ବର୍ଷ ପୂର୍ବେ କିଡ଼ିନୀ ରୋଗରେ ପୀଡିତ ହୋଇ ଉଚିତ ଚିକିତ୍ସା ଅଭାବରୁ ମୃତ୍ୟୁ ବରଣ କରିଛନ୍ତି । ପରିବାରର ସଞ୍ଚିତ ସମ୍ବଳ ବିଫଳ ଚିକିତ୍ସା ରେ ଖର୍ଚ୍ଚ ହୋଇସାରିଛି । ପୁଞ୍ଜି ବୋଲି ପଇସା ଟିଏ ମଧ୍ୟ ନାହିଁ ।

ଏପଟେ ସ୍ବାମୀଙ୍କ ମୃତ୍ୟୁ ପରେ ଦହନା କାନ୍ଧରେ ପଡ଼ିଛି ଦୁଇ ପୁଅ ଓ ଦୁଇ ଝିଅ ସୁନୀଲ ବାଗ (୧୩), ଘନଶ୍ୟାମ ବାଗ (୧୧), ପୂଜା ବାଗ (୧୫), ଅଞ୍ଜନା ବାଗ (୬) ଓ ନିଜ ପେଟ ପୋଷିବାର ବୋଝ । ସ୍ବାମୀଙ୍କ ମୃତ୍ୟୁ ପରଠୁ ପର ଘରେ କାମ କରି ପରିବାର ପାଳନ କରୁଛନ୍ତି ଦହନା । ସରକାରୀ ସାହାଯ୍ୟ କହିଲେ ଦହନାଙ୍କୁ ମିଲୁଛି ବିଧବା ଭତ୍ତା ଓ ଅନ୍ତୋଦୟ ଚାଉଳ । ପାଞ୍ଚ ଜଣିଆ ପରିବାର ପାଇଁ ଏହା ନିଅଣ୍ଟ ହୋଇପଡୁଛି । ଭାତ ହେଲେ ଶାଗ ଜୋଟୁ ନାହିଁ । ବିଭିନ୍ନ ଯୋଜନାରେ ଗରିବ ମାନଙ୍କୁ ସରକାର ପକ୍କା ଘର ଯୋଗାଇ ଦେଉଛନ୍ତି କିନ୍ତୁ ଦହନାଙ୍କ ପରିବାର ପାଖରେ ଏହି ଯୋଜନା ପହଞ୍ଚି ପାରିନାହିଁ । ମୁଣ୍ଡ ଗୁଞ୍ଜିବାକୁ ଝାଟି ମାଟିର କୁଡିଆ ହିଁ ଭରସା । ଆର୍ଥିକ ସ୍ଥିତି ସ୍ୱଚ୍ଛଳ ନ ଥିବାରୁ ପାଠ ପଢ଼ାରୁ ମଧ୍ୟ ବଞ୍ଚିତ ହେଉଛନ୍ତି ଚାରି ପିଲାଛୁଆ । ଅନ୍ୟ ପିଲାଛୁଆ ପାଠ ପଢ଼ି ଯିବାର ଦେଖି ନିଜ ପିଲାଛୁଆଙ୍କ ପାଠପଢ଼ା ଓ ଅନିଶ୍ଚିତ ଭବିଷ୍ୟତ ଚିନ୍ତା ଦହନାଙ୍କ ନିଦ ହଜେଇ ଦିଏ । ପେଟକୁ ଦାନା ଦେହ କୁ କନା ଯୋଗାଡ଼ କରିବା କଷ୍ଟକର ହେଉଥିବା ବେଲେ ପିଲାଙ୍କୁ ପାଠ ପଢ଼ାଇ ବଡ଼ ମଣିଷ କରିବା ସ୍ବପ୍ନ ଅଧୁରା ରହିଯାଉଛି । ଅନ୍ୟପକ୍ଷରେ ବିଧବା ଦହନା ଓ ସ୍ଥାନୀୟ ଲୋକେ ଏହି ଗରିବ ପରିବାର ପାଇଁ ପ୍ରଶାସନ ତରଫରୁ ଘର ଖଣ୍ଡିଏ ଯୋଗାଇଦେବା ସହ ଦୁଇ ପୁଅ ଓ ଜଣେ ଝିଅକୁ ସରକାରୀ ଆଶ୍ରମରେ ଥଇଥାନ କରି ପାଠପଢ଼ାର ବ୍ୟବସ୍ଥା କରିବା ପାଇଁ ଅନୁରୋଧ କରିଛନ୍ତି ।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Leave a Reply

This site uses Akismet to reduce spam. Learn how your comment data is processed.

Most Popular

କଣ୍ଟେନମେଣ୍ଟ ଜୋନରେ ସରକାରୀ ନିୟମକୁ ଖୋଲା ଖୋଲି ଉଲଂଘନ

ରିପୋର୍ଟ: କପିଳେନ୍ଦ୍ରଦେବ ସାମନ୍ତରାୟଲମତାପୁଟ (ତା: ୩/୮): ମୁଖ୍ୟ ଦୈନିକ ବଜାରର କଣ୍ଟେମେଣ୍ଟ ଜୋନ ରେ ସରକାର ନିୟମକୁ ଖୋଲା ଖୋଲି ଉଲଂଘନ କରାଯାଉଛି।ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା ଲମତାପୁଟ...

କୋଟପାଡ ଠାରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ନୂତନ କୋଠା ଉଦଘାଟିତ

କୋରାପୁଟ (୦୩/୦୮): ରବି ଶଙ୍କର ମହାପାତ୍ର //କୋରାପୁଟ (୦୩/୦୮): କୋଟପାଡ ସୌରା ସାହି ଶ୍ରୀ ଲିଙ୍ଗରାଜ ଭବନରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ରବିବାର ସନ୍ଧ୍ୟାରେ ରୀତିମତ ପୂଜାପାଠ ଓ...

ନଦୀରେ ବୁଡ଼ି ଯାଇଥିବା ମହିଳାଙ୍କୁ ଉଦ୍ଧାର କଲେ ଯୁବକ

ରିପୋର୍ଟ: ସତ୍ୟଜିତ ବାରିକ //ଯାଜପୁର ( ୦୩/୦୮): ଯାଜପୁର ଜିଲ୍ଲା ବରୀ ବ୍ଲକ ଅନ୍ତର୍ଗତ ଉଦୟନାଥ ପୁର ଗ୍ରାମର ବୁରୁନ୍ଦା ଦାସ ଙ୍କ ପତ୍ନୀ ସ୍ମିତାରାଣି ଦାସ (୫୮)...

ସହିଦ ପୀଠରେ ସହିଦ୍ ଙ୍କ ସ୍ମୃତି ଚାରଣ କଲେ ବରୀ ବିଧାୟିକା

ରିପୋର୍ଟ: ସତ୍ୟଜିତ ବାରିକ //ଯାଜପୁର (୦୩/୦୮): ୯୪୨ ମସିହା ରେ ହୋଇଥିବା ଭାରତଛାଡ଼ ଆନ୍ଦୋଳନରେ ଭାରତ ଦେଶ ତାର ସ୍ୱାଧୀନତା ପାଇଁ ଯେଉଁ ଆନ୍ଦୋଳନ ଆରମ୍ଭ ହୋଇଥିଲା |

Recent Comments

%d bloggers like this: