Saturday, August 15, 2020
Home District News ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ଶ୍ରୀମତୀ ପଦ୍ମିନୀ ଦିଆନଙ୍କ ରାୟଗଡା ଗସ୍ତ,"ପ୍ଲାଜମା ସଂଗ୍ରହ ସମ୍ପର୍କରେ...

ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ଶ୍ରୀମତୀ ପଦ୍ମିନୀ ଦିଆନଙ୍କ ରାୟଗଡା ଗସ୍ତ,”ପ୍ଲାଜମା ସଂଗ୍ରହ ସମ୍ପର୍କରେ ସମୀକ୍ଷା”

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //
ରାୟଗଡା (୨୯/୭): ସଂପ୍ରତି କୋଭିଡ ରୋଗୀଙ୍କ ଚିକିତ୍ସା ନିମନ୍ତେ, କୋରନାରେ ଆରୋଗ୍ୟ ଲାଭ କରି ସୁସ୍ଥ ହୋଇ ଫେରୁଥିବା ବ୍ୟକ୍ତି ମାନଙ୍କ ପ୍ଲାଜ୍ମା ଦ୍ବାରା କୋରୋନାରେ ଆକ୍ରାନ୍ତ ରୋଗୀ ଶୀଘ୍ର ଆରୋଗ୍ୟ ହେଉଥିବାରୁ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ପ୍ଲାଜ୍ମା ସଂଗ୍ରହକୁ ଉତ୍ସାହିତ କରିବା ସକାଶେ ଜିଲ୍ଲା ୱରୀ ମନ୍ତ୍ରୀ ମାନଙ୍କୁ ଦାୟିତ୍ବ ଦେଇଛନ୍ତି।

ସେହିକର୍ମରେ ଆଜି ରାୟଗଡା ଜିଲ୍ଲା ଦାୟିତ୍ବରେ ଥିବା ହସ୍ତତନ୍ତ ଓ ବୟୋନଶିଳ୍ପ ମନ୍ତ୍ରୀ ଶ୍ରୀମତୀ ପଦ୍ମିନୀ ଦିଆନ ରାୟଗଡା ଗସ୍ତକରି ସ୍ଥାନୀୟ ଜିଲ୍ଲା ଗ୍ରାମୀୟ ଉନ୍ନୟନ ସଂସ୍ଥା ସଭାଗୃହରେ ଜିଲ୍ଲା ସ୍ଥରୀୟ ଅଧିକାରୀ ମାନଙ୍କର ସମୀକ୍ଷା ବୈଠକ କରିଥିଲେ। ଏହି ସମୀକ୍ଷା ବୈଠକରେ ଜିଲ୍ଲାପାଳ ରାୟଗଡା ଶ୍ରୀ ପ୍ରମୋଦ କୁମାର ବେହେରା, ବିଧାୟକ ଗୁଣୁପୁର ଶ୍ରୀ ରଘୁନାଥ ଗମାଙ୍ଗ,ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ଗଙ୍ଗାଧର ପୂଆଲା, ଅତିରିକ୍ତ ଜିଲ୍ଲାପାଳ ତଥା ପ୍ଲାଜ୍ମା ବ୍ୟାଙ୍କ ନୋଡ଼ାଲ ଅଫିସର ଶ୍ରୀ ଶରତ ଚନ୍ଦ୍ର ପଣ୍ଡା, ପିଡି-ଡିଆରଡିଏ ଶ୍ରୀ ଅମୃତ ରୁତୁରାଜ ଯୋଗଦେଇ ଜିଲ୍ଲାର କୋଭିଡ ସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ । ଜିଲ୍ଲାପାଳ ଶ୍ରୀ ବେହେରା ପ୍ଲାଜ୍ମା ସଂଗ୍ରହ ସମ୍ଵନ୍ଧରେ ସମ୍ୟକ ଭାବେ ଉପସ୍ଥାପନା କରି ଆଗକୁ ଜିଲ୍ଲାରୁ ସୁସ୍ଥ ରୋଗୀମାନଙ୍କ ପ୍ଲାଜ୍ମା ଦାନ କରିବାକୁ ଅନୁରୋଧ କରିଥିଲେ। ଜିଲ୍ଲାପାଳ ଶ୍ରୀ ବେହେର ସମୀକ୍ଷା ବୈଠକରେ ପ୍ରକାଶ କରିଥିଲେ ଯେ, ରାଜ୍ୟ ସରକାରଙ୍କ ନିସ୍ପତି କ୍ରମେ ଜିଲ୍ଲାରେ ପ୍ଲାଜ୍ମା ସଂଗ୍ରହ ପାଇଁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶରତ ଚନ୍ଦ୍ର ପଣ୍ଡା ଜିଲ୍ଲାର ନୋଡ଼ାଲ ଅଧିକାରୀ ଭାବରେ ନିଯୁକ୍ତି ଦେଇଛନ୍ତି । ପ୍ଲାଜ୍ମା ସମ୍ପର୍କରେ ତାଙ୍କ ମୋବାଇଲ ନମ୍ବର ୯୪୩୭୨୭୬୪୫୫ ସହ ଯୋଗାଯୋଗ କରିପାରିବେ। ସେହିପରି ମାନ୍ୟବର ମନ୍ତ୍ରୀ ମହୋଦୟା କହିଲେ ଯେ, ପ୍ଲାଜ୍ମା ଦାନ କରିବା ଦ୍ବାରା ଅନ୍ୟ ଜଣକର ଜୀଵନ ବଞ୍ଚି ପାରୁଥିବାରୁ ଆମେ ସମସ୍ତେ ଚେଷ୍ଟା କରବା ଯେ କରନା ଆକ୍ରାନ୍ତ ସୁସ୍ଥ ହୋଇ ଫେରୁଥିବା ରୋଗି ମାନଙ୍କୁ ବି ପ୍ଲାଜ୍ମା ଦାନ କରିବାକୁ ବୁଝାଇବା। ଜିଲ୍ଲାର ସମସ୍ତ ବିଡ଼ିଓ ଓ ତହସିଲଦାର ନିଜ ନିଜ ଅଞ୍ଚଳରେ ପ୍ରସ୍ତୁତ ରହି ଆରୋଗ୍ୟ ଲାଭ କରିଥିବା ରୋଗୀ ମାନଙ୍କୁ ପ୍ଲାଜ୍ମା ଦାନ କରିବା ପାଇଁ ବୁଝାଇବାକୁ ଅନୁରୋଧ କରିଥିଲେ। ଶ୍ରୀମତୀ ଦିଆନ କରୋନାରେ ଜିଲ୍ଲାର କାର୍ଯ୍ୟରତ ସମସ୍ତ କରୋନା ଯୋଦ୍ଧାଙ୍କୁ ଧନ୍ୟବାଦ ଜଣାଇଥିଲେ । ଏହାପରେ ପିଡ଼ି, ଡିଆରଡିଏ ଶ୍ରୀ ଅମୃତ ଋତୁରାଜ ଜିଲ୍ଲାର କରନା ସ୍ଥିତି ଓ ଏହାର ମୁକାବିଲା ନିମନ୍ତେ ଜିଲ୍ଲା ପ୍ରଶାସନ ତରଫରୁ ନିଆ ଯାଇଥିବା ପଦ୍ଧକ୍ଷେପ ସମ୍ପର୍କରେ ଵିଶେଷ କରି କରନା ଆକ୍ରାନ୍ତଙ୍କ ଚିକିତ୍ସା ନିମନ୍ତେ ଜେକେପୁର, ଗୁଣୁପୁର, ବିଷମ କଟକ ଓ ତାଡ଼ମା ରେ ଵ୍ୟଵସ୍ଥା ଉପରେ ସ୍ଲାଇଡ ଶୋ ମାଧ୍ୟମରେ ଉପସ୍ଥାପନ କରିଥିଲେ । ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଉପଜିଲ୍ଲାପାଳ ରାୟଗଡା ଶ୍ରୀ ପ୍ରତାପଚନ୍ଦ୍ର ପ୍ରଧାନ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଆର୍ତ୍ତବନ୍ଧୁ ନାୟକ, ତହସିଲଦାର ଶ୍ରୀ ଉମାଶଙ୍କର ବେହେରା, ପିଏଆଟିଡିଏ ଶ୍ରୀ ଟୁକୁ ବାରିକ, ପୌରପରିଷଦର ନିର୍ବାହୀ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ।

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ରାଜ୍ୟରେ ଆଜି ୨୯ ଜିଲ୍ଲାରୁ ୨୪୯୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ,ବଲାଙ୍ଗୀରରେ ୯୨

ବଲାଙ୍ଗୀର (ଓଡିଶା ନ୍ୟୁଜ୨୪-ବ୍ୟୁରୋ-୧୫/୦୮): ରାଜ୍ୟରେ ଆଜି ୨୯ ଜିଲ୍ଲାରୁ ୨୪୯୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୧୫୯୧ ସଙ୍ଗରୋଧ କେନ୍ଦ୍ରରୁ ଓ ସ୍ଥାନୀୟ ଅଞ୍ଚଳରୁ...

ବାଲିଗାଁ ପଞ୍ଚାୟତ ବିଜେପି କର୍ମୀଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ଦାନ

ରିପୋର୍ଟ: ଏନ.ସନ୍ତୋଷ କୁମାର // ବୈପାରିଗୁଡା (୧୫/୦୮): ବୈପାରିଗୁଡା ବ୍ଲକ ଅନ୍ତର୍ଗତ ବାଲିଗାଁ ପଞ୍ଚାୟତ ବିଜେପି କର୍ମୀଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୫ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଛି l କରୋନା ପରି ମହାମାରୀ...

ଏବିପିଏସ ଛାତ୍ରଛାତ୍ରୀଙ୍କୁ ରୋଟାରୀଆନଙ୍କ ପକ୍ଷରୁ ୪୦ଗୋଟି ଆଇପ୍ୟାଡ଼ ପ୍ରଦାନ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ // ରାୟଗଡା (୧୪/୦୮): ସାରା ବିଶ୍ୱ ଜନତା ଓ କରୋନା ମହାମାରୀର ଛକାପଞ୍ଝା ଭିତରେ ଅତ୍ୟଧିକ ପ୍ରଭାବିତ ହୋଇଛନ୍ତି ଆଗାମୀ ପିଢ଼ି କୁହାଯାଉଥିବା ଶିକ୍ଷାର୍ଥୀ ମାନେ l...

FCI ଛକ ନିକଟରେ ୨୪ଲକ୍ଷ ଟଙ୍କା ଲୁଟ ହେବା ଘଟଣାର ପର୍ଦ୍ଧାଫାସ କରିଛି ରାୟଗଡା ପୋଲିସ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ // ରାୟଗଡା (୧୪/୦୮): ରାୟଗଡ଼ା ସହରର FCI ଛକ ନିକଟରେ ୨୪ଲକ୍ଷ ଟଙ୍କା ଲୁଟ ହେବା ଘଟଣାର ପର୍ଦ୍ଧାଫାସ କରିଛି ରାୟଗଡା ପୋଲିସ | ଲୁଟର ଶିକାର ହୋଇଥିବା...

Recent Comments

%d bloggers like this: