1. Best News : ଜିଲ୍ଲା ୱେବ ମିଡ଼ିଆ ସଂଘ ପକ୍ଷରୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କୁ ଏକ ଦାବି ପତ୍ର ପ୍ରଦାନ

0
54
ଜିଲ୍ଲା

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୧୮/୦୮) : ସୁବର୍ଣ୍ଣପୁର ଜିଲ୍ଳାରେ ଏବେ ବଢିଛି ଚୋରି ଓ ଛୋଟ ଛୋଟ ଘଟଣା ମାନ l ତେବେ ବିଶେଷ କରି ଜିଲ୍ଲାର ମୁଖ୍ୟ ଡାକ୍ତର ଖାନା ରେ ଏବେ ବଢିଛି ଚୋରି l ଏହା କୁ ନେଇ ଆଜି ଜିଲ୍ଲା ୱେବ ମିଡ଼ିଆ ସଂଘ ଆଜି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କୁ ଏକ ଦାବି ପତ୍ର ପ୍ରଦାନ

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦିନକୁ ଦିନ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି । ଅସାମାଜିକ ଯୁବକ ତଥା ଦୁର୍ବୁତ୍ତ ମାନେ ରୋଗୀ ଓ ରୋଗୀଙ୍କ ସଂପର୍କୀୟ ମାନଙ୍କୁ ବେଶ ହଇରାଣ କରୁଥିବା ବେଳେ ସାଇକେଲ, ମୋଟର ସାଇକେଲ, ମୋବାଇଲ ତଥା ଟଙ୍କା ପଇସା ଲୁଟ ପାଟ ହେଉଥିବା ଛୋଟବଡ ଘଟଣା ନଜରକୁ ଆସୁଛି । ପୂର୍ବରୁ ଜିଲ୍ଲା ପୁଲିସ ବିଭାଗ ପକ୍ଷରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଏକ ଆଉଟ ପୋଷ୍ଟ ଖୋଲାଯାଇଥିଲା । ସେଠାରେ ସବୁବେଳେ ଦୁଇ ଜଣ କନେଷ୍ଟବଲ ଓ ହୋମ ଗାର୍ଡ କାର୍ଯ୍ୟରତ ଥିଲେ ।

ପୁଲିସ କର୍ମଚାରୀମାନେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସୁଥିବା ଆଗନ୍ତୁକମାନଙ୍କ ସୁରକ୍ଷା କରୁଥିଲେ । ଅନେକ ସମୟରେ ରୋଗୀ ଓ ରୋଗୀଙ୍କ ସଂପର୍କୀୟମାନଙ୍କୁ ସଠିକ ସୂଚନା ପ୍ରଦାନ କରିବା ସହିତ ସହଯୋଗ ବି କରୁଥିଲେ । ପୁଲିସ କର୍ମଚାରୀମାନେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବାରୁ ରୋଗୀ ଓ ରୋଗୀଙ୍କ ସଂପର୍କିୟ ତଥା ଆଗନ୍ତୁକମାନେ ବେଶ ସୁରକ୍ଷିତ ଅନୁଭବ କରୁଥିଲେ । ଅସାମାଜିକ ବ୍ୟକ୍ତି ବିଶେଷ ତଥା ଦୁର୍ବୁତ୍ତମାନେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପରିସରକୁ ବି ଯାଉ ନ ଥିଲେ । ଫଳରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କର୍ମଚାରୀମାନେ ବି ନିଜକୁ ବେଶ ସୁରକ୍ଷିତ ଅନୁଭବ କରୁଥିଲେ ।

ହେଲେ ପ୍ରାୟ ଦେଢ ବର୍ଷରୁ ଅଧିକ ହେଲା ଆଉଟ ପୋଷ୍ଟଟି ଉଠି ଯିବା ଫଳରେ ଏବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଅନେକ ଅସାମାଜିକ କାର୍ଯ୍ୟ ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି l ତେବେ କିଛିଦିନ ହେବ ଅନେକ ଛୋଟ ବଡ ଅସାମାଜିକ କାର୍ଯ୍ୟକୁ ରୋକିବା ଦିଗରେ ପୁଲିସ ସେତେଟା ତତ୍ପର ଓ ଯତ୍ନବାନ ନ ଥିବା ପରି ଜଣାପଡୁଛି । ତେବେ ଜନ ସାଧାରଣ ତଥା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଆଗନ୍ତୁକମାନଙ୍କୁ ସୁରକ୍ଷା ଦେବା ସହିତ ସୁରକ୍ଷା ଦିଗରେ ତାଙ୍କ ମନୋବଳ ବୃଦ୍ଧି କରିବା ଜରୁରୀ ହୋଇ ପଡିଛି ।

ତେଣୁ ତୁରନ୍ତ ପେଟ୍ରୋଲିଙ୍ଗ କୁ କଡାକଡି ସହ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ରେ ପୁଲିସ ଡ୍ୟୁଟି ଯୋଗାଇ ଦେବାକୁ ଦାବି କରାଯାଇଥିବା ବେଲେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ମଧ୍ୟ ତୁରନ୍ତ ପେଟ୍ରୋଲିଙ୍ଗ କୁ କଡାକଡି କରିବା ସହ ଡାକ୍ତରଖାନା ରେ ପୋଲିସ ଡ୍ୟୁଟି ଦିଆଯିବ ବୋଲି କହିଥିଲେ l ଏହି ଦାବିପତ୍ର ପ୍ରଦାନ ସମୟରେ ଜିଲ୍ଲା ସଭାପତି ପିତାମ୍ବର ମହାପାତ୍ର, ସମ୍ପାଦକ ସହଦେବ ମେହେର, କୋଷାଧକ୍ଷ ସଞ୍ଜୟ ସାହୁ, ବରିଷ୍ଠ ସାମ୍ବାଦିକ ତୀର୍ଥବାସୀ ପଣ୍ଡା, ପ୍ରକାଶ ବେବର୍ତ୍ତା, ଧରଣୀଧର ମିଶ୍ର, ପିନାକୀ ପଣ୍ଡା, ସର୍ଜନ ପାଣ୍ଡେ,ରାମଭକ୍ତ ଷଡ଼ଙ୍ଗୀ, ପ୍ରହଲ୍ଲାଦ ଦାଶ, ସୁଶାନ୍ତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ l