Best News : 12 ଦଫା ଦାବିନେଇ ବିନିକା କଂଗ୍ରେସ ତରଫରୁ ବ୍ଲକ କାର୍ଯ୍ୟାଳୟ ଘେରାଉ

0
58
12 ଦଫା

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୧୮/୦୮) : 12 ଦଫା ଦାବିନେଇ ବିନିକା କଂଗ୍ରେସ ତରଫରୁ ବ୍ଲକ କାର୍ଯ୍ୟାଳୟ ଘେରାଉWhatsApp Image 2023 08 19 at 09.17.11 1 Best News : 12 ଦଫା ଦାବିନେଇ ବିନିକା କଂଗ୍ରେସ ତରଫରୁ ବ୍ଲକ କାର୍ଯ୍ୟାଳୟ ଘେରାଉ

ବିନିକା ବ୍ଲକ ଅଫିସରେ ପିସି କାରବାର, ଆବାସ ଯୋଜନାରେ ଦୁର୍ନୀତି, ଦରଦାମ ବୃଦ୍ଧି, ବେକାରୀ ସମସ୍ୟା, ନାରୀ ନିର୍ଯାତନା, ଚାଷୀ ମାରଣ ନୀତି, ଟାଟା ପାୱାର କମ୍ପାନୀର ଖାଉଟି ବିରୋଧୀ ବିଜୁଳି ନୀତି, ଖାଲିଥିବା ପୂରଣ, କଟଣି ଛଟଣି ବନ୍ଦ ଓ ଶୀତଳ ଭଣ୍ଡାର ଖୋଲାଯାଉ,ବିନିକାକୁ ସବଡିଭିଜନ ମାନ୍ୟତା ପ୍ରଦାନ, ଡାକ୍ତର ପଦବୀ ପୂରଣ, କୃଷି କାର୍ଯ୍ୟରୁ ବିଦ୍ୟୁତ ଶୁକ୍ଲ ଛାଡ ଆଦି ୧୨ ଗୋଟି ଦାବିନେଇ ଆଜି ବିନିକା କଂଗ୍ରେସ ତରଫରୁ ସ୍ଥାନୀୟ ବିଡ଼ିଓଙ୍କ ଜରିଆରେ ମହାମହିମ ଓଡ଼ିଶାର ରାଜ୍ୟପାଳଙ୍କ ନିକଟକୁ ପଠା ଯାଇଛି ।

ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କ ନିର୍ଦ୍ଦେଶ ରେ ବିନିକା ଅଞ୍ଚଳର ବହୁ କଂଗ୍ରେସ କର୍ମୀ ସ୍ଥାନୀୟ ତହସିଲ କାର୍ଯ୍ୟାଳୟ ସମ୍ଭୂଖରେ ଏକତ୍ରିତ ହୋଇଥିଲେ । ପରେ ସମସ୍ତ କର୍ମୀ ସରକାର ବିରୋଧୀ ବିଭିନ୍ନ ସ୍ଲୋଗାନ ଦେଇ ବ୍ଲକ କାର୍ଯ୍ୟାଳୟକୁ ପହଞ୍ଚି ବିକ୍ଷୋଭ ଓ ଘେରାଉ କରି ଧସେଇ ପଶିଥିଲେ । ସେଠାରେ ୧୨ଦଫା ଦାବିପତ୍ର ଜିପିଓଙ୍କ ଜରିଆରେ ମହାମହିମ ରାଜ୍ୟପାଳଙ୍କ ନିକଟକୁ ପଠାଇ ଥିଲେ ।

ବିନିକା ବ୍ଲକ ସଭାପତି ରବୀନ୍ଦ୍ର ହୋତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ବିନୋଦ ପାତ୍ର, ପିସିସି ସଦସ୍ୟ ସଂଗ୍ରାମ କେଶରୀ ନାୟକ, ବରିଷ୍ଟ କଂଗ୍ରେସ ନେତା ନରେନ୍ଦ୍ର ସାହୁ, ସନ୍ତୋଷ ପଣ୍ଡା, ରାଘବ ଦାସ, ସୁଧାଂଶୁ ପଣ୍ଡା, ରୁଦ୍ର ନାରାୟଣ ସାହୁ,ବ୍ଲକ ଯୁବ ସଭାପତି ବିଜୟ କୁମାର ଭୋଇ,ଯୁବନେତା ଗୋବିନ୍ଦା ଝାଙ୍କର, ଉମାକାନ୍ତ ଦୀପ, ଟିକୁ ହୋତା, ମଞ୍ଜୁଲତା ମହାନନ୍ଦ, ସୀତା ପୁଟେଲ, ପଞ୍ଚାନନ ପାତ୍ର,ରଶ୍ମି ରଂଜନ ବିଶି ଭାଗିରଥି ବଗର୍ତ୍ତି , କୃଷ୍ଣ ଚନ୍ଦ୍ର ପଧାନ ପ୍ରମୁଖଙ୍କ ସମେତ ଶତାଧିକ କଂଗ୍ରେସ କର୍ମୀ ଯୋଗଦେଇଥିଲେ ।