Thursday, March 28, 2024

Top 5 This Week

Related Posts

1.Best News : ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତ ଙ୍କ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୧୮/୦୮) : ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତ ସମ୍ବଲପୁର ଡ଼ଃ ସୁରେଶ ଚନ୍ଦ୍ର ଦଳେଇ, ଭା. ପ୍ର. ସେ. ଗତକାଲି ସୁବର୍ଣ୍ଣପର ଜିଲ୍ଲା ଗସ୍ତ ରେ ଆସି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସହ ଅନ୍ୟାନ୍ୟ ବିଭାଗୀୟ କାର୍ଯ୍ୟାଳୟ ର ନିରକ୍ଷଣ କରି ବିଭାଗୀୟ କାର୍ଯ୍ୟକାରିତା ର ସମୀକ୍ଷା କରିଛନ୍ତି l

ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ କକ୍ଷ ରେ ଅନୁଷ୍ଠିତ ଏହି ବୈଠକରେ ରାଜସ୍ବ ଆୟୁକ୍ତ ଡ଼ଃ ଦଳେଇ ଉପସ୍ଥିତ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କୁ ଜନସାଧାରଣଙ୍କ ନିମନ୍ତେ ଉଦ୍ଧିଷ୍ଟ ଜନସେବା କୁ ତ୍ୱରିତ ପ୍ରଦାନ କରିବା ଓ ବିଭାଗୀୟ ଜନମଙ୍ଗଳସେବାର କାର୍ଯ୍ୟକାରିତାକୁ ଶତ ପ୍ରତିଶତ ସଫଳ କରିବା ଉପରେ ଆବଶ୍ୟକ ନିର୍ଦେଶ ପ୍ରଦାନ କରିଛନ୍ତି l

ରାଜସ୍ବ ଆୟୁକ୍ତ ଙ୍କ ଏହି ସମୀକ୍ଷା ବୈଠକରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଵିମଳେନ୍ଦୁ ରାୟ , ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପ୍ରଧାନ ଉପଜିଲ୍ଲାପାଳ ସୋନପୁର ଡ଼ ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର, ଉପଜିଲ୍ଲାପାଳ ବୀରମହାରାଜପୁର ଅଶୋକ କୁମାର ଭୋଇ ଓ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ l

Popular Articles