1. Best News : ଓଲଟି ପଡ଼ିଲା ଟ୍ରାକ୍ଟର; ଡ୍ରାଇଭର ସମେତ ୩ ଆହତ

0
50
ଓଲଟି

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବଲାଙ୍ଗୀର, (୧୮/୦୮) : ଟ୍ରାକ୍ଟର ଓଲଟି ଡ୍ରାଇଭର ସମେତ ୩ଜଣ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି । ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା ବାହାଳି ଗାଁ’ରେ ଏହି ଦୁର୍ଘଟଣା ଘଟିଛି ।

ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଆହତମାନେ ହେଲେ ଟ୍ରାକ୍ଟର ଡ୍ରାଇଭର ରାକେଶ ପୋଢ଼, ଶ୍ରମିକ ମନୋଜ ପୋଢ଼ ଏବଂ ଓମ ନାଏକ । ଆଜି ସକାଳେ ଟ୍ରାକ୍ଟର ଡ୍ରାଇଭର ରାକେଶ ମନୋଜ ଓ ଓମଙ୍କୁ ନେଇ ଚାଷ ଜମିକୁ ଯାଉଥିଲେ । ଏହି ସମୟରେ ଟ୍ରାକ୍ଟରଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । ଟ୍ରାକ୍ଟର ତଳେ ରାକେଶ ସହ ଦୁଇ ଜଣ ଶ୍ରମିକ ଚାପି ହୋଇଯାଇଥିଲେ । ସ୍ଥାନୀୟ ଲୋକେ ତିନିଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ । ପରେ ସେମାନଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ରାକେଶଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି ।