Advertisements
Tuesday, August 4, 2020
Home District News ୨୦ବର୍ଷ ଧରି ଭଙ୍ଗା କୁଡ଼ିଆରେ ବିତୁଛି ଜୀବନ, ପରିବାର କହିଲେ ନିଜେ | ନା ମିଳୁଛି...

୨୦ବର୍ଷ ଧରି ଭଙ୍ଗା କୁଡ଼ିଆରେ ବିତୁଛି ଜୀବନ, ପରିବାର କହିଲେ ନିଜେ | ନା ମିଳୁଛି ସାହା ଭରସା, ନା ପଡୁଛି ପ୍ରଶାସନର ନଜର- ମିଳୁଛି କେବଳ ୫କେଜି ଚାଉଳ

ରିପୋର୍ଟ: ଜଗଦୀଶ ଦାସ //
ଫିରିଙ୍ଗିଆ (୨୯/୦୭): ୨୦ବର୍ଷ ଧରି ଭଙ୍ଗା କୁଡ଼ିଆରେ ବିତୁଛି ଜୀବନ, ପରିବାର କହିଲେ ନିଜେ, ନା ମିଳୁଛି ସାହା ଭରସା, ନା ପଡୁଛି ପ୍ରଶାସନର ନଜର |

ଏମିତି ଏକ ଅଭିଯୋଗ ଆସିଛି ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ନୂଆପଦର ପଂଚାୟତ ର କଟା ପଙ୍ଗା ଗାଁ ରେ ! କଟା ପଙ୍ଗା ଗାଁ ର ପ୍ରଭାକର କହଁର ବୟସ ୫୫ଦୀର୍ଘ ୨୫ବର୍ଷ ତଳେ ବିବାହ କରି ଥିଲେ | ବିବାହର ପରେ ପରେ ସ୍ତ୍ରୀ ପ୍ରଭାକରକୁ ଛାଡିକି ଚାଲି ଯାଇଥିଲେ !| ସେହି ଦିନ ଠାରୁ ପ୍ରଭାକର ନିଜର କେହି ନ ଥିବାରୁ ରାସ୍ତା କଡରେ କୁଡ଼ିଆ କରି ପଡି ରହିଛନ୍ତି | କୁଡ଼ିଆ ଘରେ ନା ଅଛି କାନ୍ଥ ନା ଅଛି ବାଡ଼ !ତେବେ ଆଜି ପର୍ଯ୍ୟନ୍ତ ସରକାରଙ୍କ ତରଫରୁ ଘର ଖଣ୍ଡିଏ ବି ମିଳି ପାରିନାହିଁ | ପାଲ ଖଣ୍ଡିଏ ଭିଡି ବହୁ କଷ୍ଟରେ ଚଳୁଛନ୍ତି ପ୍ରଭାକର !|

ପରିତାପର ବିଷୟ ପ୍ରଶାସନକୁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ଆଜି ବି ଘର ଖଣ୍ଡିଏ ମିଳିପାରିନାହିଁ | ପ୍ରଶ୍ନ ଉଠୁଛି ସରକାରଙ୍କ ଯୋଜନା କାହା ପାଇଁ !| ଆଜି ପର୍ଯ୍ୟନ୍ତ ନା ସରପଞ୍ଚ ନା କୌଣସି ପ୍ରଶାସନିକ ଅଧିକାରୀ ଏମାନଙ୍କ ନଜର ପଡିଲାନି କେମିତି |! ବର୍ତମାନ ମିଳୁଛି କେବଳ ୫କେଜି ଚାଉଳ ଆଉ ଭଙ୍ଗା ଘରେ ବି. ପି. ଏ ଲ. ବିଦ୍ୟୁତ ସଂଯୋଗ | ! ଅନ୍ୟ ପଟେ ଅସହାୟ ପ୍ରଭାକର କୁ ତୁରନ୍ତ ୩୫କେଜି ଚାଉଳ ଓ ରହିବା ପାଇଁ ଘର ଖଣ୍ଡିଏ ଯୋଗାଇ ଦେବାକୁ ଗ୍ରାମବାସି ଦାବି କରିଛନ୍ତି |

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Leave a Reply

This site uses Akismet to reduce spam. Learn how your comment data is processed.

Most Popular

କଣ୍ଟେନମେଣ୍ଟ ଜୋନରେ ସରକାରୀ ନିୟମକୁ ଖୋଲା ଖୋଲି ଉଲଂଘନ

ରିପୋର୍ଟ: କପିଳେନ୍ଦ୍ରଦେବ ସାମନ୍ତରାୟଲମତାପୁଟ (ତା: ୩/୮): ମୁଖ୍ୟ ଦୈନିକ ବଜାରର କଣ୍ଟେମେଣ୍ଟ ଜୋନ ରେ ସରକାର ନିୟମକୁ ଖୋଲା ଖୋଲି ଉଲଂଘନ କରାଯାଉଛି।ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା ଲମତାପୁଟ...

କୋଟପାଡ ଠାରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ନୂତନ କୋଠା ଉଦଘାଟିତ

କୋରାପୁଟ (୦୩/୦୮): ରବି ଶଙ୍କର ମହାପାତ୍ର //କୋରାପୁଟ (୦୩/୦୮): କୋଟପାଡ ସୌରା ସାହି ଶ୍ରୀ ଲିଙ୍ଗରାଜ ଭବନରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ରବିବାର ସନ୍ଧ୍ୟାରେ ରୀତିମତ ପୂଜାପାଠ ଓ...

ନଦୀରେ ବୁଡ଼ି ଯାଇଥିବା ମହିଳାଙ୍କୁ ଉଦ୍ଧାର କଲେ ଯୁବକ

ରିପୋର୍ଟ: ସତ୍ୟଜିତ ବାରିକ //ଯାଜପୁର ( ୦୩/୦୮): ଯାଜପୁର ଜିଲ୍ଲା ବରୀ ବ୍ଲକ ଅନ୍ତର୍ଗତ ଉଦୟନାଥ ପୁର ଗ୍ରାମର ବୁରୁନ୍ଦା ଦାସ ଙ୍କ ପତ୍ନୀ ସ୍ମିତାରାଣି ଦାସ (୫୮)...

ସହିଦ ପୀଠରେ ସହିଦ୍ ଙ୍କ ସ୍ମୃତି ଚାରଣ କଲେ ବରୀ ବିଧାୟିକା

ରିପୋର୍ଟ: ସତ୍ୟଜିତ ବାରିକ //ଯାଜପୁର (୦୩/୦୮): ୯୪୨ ମସିହା ରେ ହୋଇଥିବା ଭାରତଛାଡ଼ ଆନ୍ଦୋଳନରେ ଭାରତ ଦେଶ ତାର ସ୍ୱାଧୀନତା ପାଇଁ ଯେଉଁ ଆନ୍ଦୋଳନ ଆରମ୍ଭ ହୋଇଥିଲା |

Recent Comments

%d bloggers like this: