Advertisements
Tuesday, August 4, 2020
Home District News ବିଜେପୁର ପୋଲିସ ଦ୍ୱାରା ୯ଜୁଆଡି ଗିରଫ୍: ୩୧,୫୬୦ଟଙ୍କା ସହ ୬ ବାଇକ ଜବତ୍

ବିଜେପୁର ପୋଲିସ ଦ୍ୱାରା ୯ଜୁଆଡି ଗିରଫ୍: ୩୧,୫୬୦ଟଙ୍କା ସହ ୬ ବାଇକ ଜବତ୍

ରିପୋର୍ଟ: ନିରୋଜ କୁମାର ପାଣି //
ପଦ୍ମପୁର (୨୯/୦୭): ବରଗଡ଼ ଜିଲ୍ଲା ବିଜେପୁର ପୋଲିସ୍ ଏକ ଜୁଆ ଆଡ୍ଡାରେ ଚଢାଉ କରି ୯ଜଣ ଜୁଆଡିଙ୍କୁ ଗିରଫ କରିଛି।

ଗିରଫ ଅଭିଯୁକ୍ତମାନେ ହେଲେ ସ୍ଥାନୀୟ ଗ୍ରାମର ଟିକୁ ଓରଫ ରାଜ କିଶୋର ପାଣିଗ୍ରାହୀ (୪୨), ସୁଜିତ ଅଗ୍ରଓ୍ୱାଲ (୨୭) , ସୁରେନ୍ଦ୍ର ପାଣିଗ୍ରାହୀ (୪୮), ନିଖିଲ ଅଗ୍ରଓ୍ୱାଲ (୨୪), ରଞ୍ଜିତ ପାଣିଗ୍ରାହୀ (୩୦), ପଞ୍ଚାନନ ମହାପାତ୍ର (୪୪), ସର୍ଜନ କୁମାର ଅଗ୍ରଓ୍ୱାଲ (୫୬), ମହେଶ ଅଗ୍ରଓ୍ୱାଲ (୫୨), ଶଙ୍କର ପ୍ରସାଦ ଅଗ୍ରଓ୍ୱାଲ (୭୫)। ଲାଉମୁଣ୍ଡା ଗ୍ରାମର ଟିକୁ ଓରଫ ରାଜ କିଶୋର ପାଣିଗ୍ରାହୀଙ୍କ ମାଳୀପଡା ସ୍ଥିତ ଅର୍ଦ୍ଧ ନିର୍ମିତ ଘରେ ଜୁଆ ଖେଳ ଚାଲିଥିଲା। ବିଶ୍ବାସ୍ତ ସୂତ୍ରରୁ ଖବର ପାଇ ପୋଲିସ୍ ଅତର୍କିତ ଭାବେଚଢଉ କରିଥିଲା। ଫଳରେ ଜୁଆଡିମାନେ ଖସିବାକୁ ବାଟ ନ ପାଇ ପୋଲିସ୍ ପଞ୍ଝାରେ ଫସି ଯାଇଥିଲେ। ଘଟଣା ସ୍ଥଳରୁ ନଗଦ ୩୧,୫୬୦ଟଙ୍କା, ୬ଟି ବାଇକ୍, ୮ଟି ମୋବାଇଲ ଫୋନ୍, ୩ପାକେଟ୍ ତାସ୍ ଜବତ୍ ହୋଇଛି। ଏନେଇ ପୋଲିସ୍ କେସନଂ୧୫୯/୨୦ ରେ ଏକ ମାମଲା ରୁଜୁ କରି ସମସ୍ତ ଅଭିଯୁକ୍ତକୁ ସୋହେଲା କୋର୍ଟକୁ ଚାଲାଣ କରିଛି ।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Leave a Reply

This site uses Akismet to reduce spam. Learn how your comment data is processed.

Most Popular

କଣ୍ଟେନମେଣ୍ଟ ଜୋନରେ ସରକାରୀ ନିୟମକୁ ଖୋଲା ଖୋଲି ଉଲଂଘନ

ରିପୋର୍ଟ: କପିଳେନ୍ଦ୍ରଦେବ ସାମନ୍ତରାୟଲମତାପୁଟ (ତା: ୩/୮): ମୁଖ୍ୟ ଦୈନିକ ବଜାରର କଣ୍ଟେମେଣ୍ଟ ଜୋନ ରେ ସରକାର ନିୟମକୁ ଖୋଲା ଖୋଲି ଉଲଂଘନ କରାଯାଉଛି।ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା ଲମତାପୁଟ...

କୋଟପାଡ ଠାରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ନୂତନ କୋଠା ଉଦଘାଟିତ

କୋରାପୁଟ (୦୩/୦୮): ରବି ଶଙ୍କର ମହାପାତ୍ର //କୋରାପୁଟ (୦୩/୦୮): କୋଟପାଡ ସୌରା ସାହି ଶ୍ରୀ ଲିଙ୍ଗରାଜ ଭବନରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ରବିବାର ସନ୍ଧ୍ୟାରେ ରୀତିମତ ପୂଜାପାଠ ଓ...

ନଦୀରେ ବୁଡ଼ି ଯାଇଥିବା ମହିଳାଙ୍କୁ ଉଦ୍ଧାର କଲେ ଯୁବକ

ରିପୋର୍ଟ: ସତ୍ୟଜିତ ବାରିକ //ଯାଜପୁର ( ୦୩/୦୮): ଯାଜପୁର ଜିଲ୍ଲା ବରୀ ବ୍ଲକ ଅନ୍ତର୍ଗତ ଉଦୟନାଥ ପୁର ଗ୍ରାମର ବୁରୁନ୍ଦା ଦାସ ଙ୍କ ପତ୍ନୀ ସ୍ମିତାରାଣି ଦାସ (୫୮)...

ସହିଦ ପୀଠରେ ସହିଦ୍ ଙ୍କ ସ୍ମୃତି ଚାରଣ କଲେ ବରୀ ବିଧାୟିକା

ରିପୋର୍ଟ: ସତ୍ୟଜିତ ବାରିକ //ଯାଜପୁର (୦୩/୦୮): ୯୪୨ ମସିହା ରେ ହୋଇଥିବା ଭାରତଛାଡ଼ ଆନ୍ଦୋଳନରେ ଭାରତ ଦେଶ ତାର ସ୍ୱାଧୀନତା ପାଇଁ ଯେଉଁ ଆନ୍ଦୋଳନ ଆରମ୍ଭ ହୋଇଥିଲା |

Recent Comments

%d bloggers like this: