1. Best News : ବାପାର ଟାଙ୍ଗିଆ ଚୋଟରେ ପୁଅ ମୃତ

0
62
ବାପାର

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ସୁନ୍ଦରଗଡ଼, (୧୮/୦୮) : ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଥାନା ଅନ୍ତର୍ଗତ କମଣ୍ଡ ଗାଁ’ର ନାଏକ ସାହିରେ ବାପାର ଟାଙ୍ଗିଆ ଚୋଟରେ ପ୍ରାଣ ହରାଇଛି ପୁଅ । ମୃତକଙ୍କ ନାଁ ସୁଶାନ୍ତ ନାଏକ ।

ପଡ଼ୋଶୀଙ୍କ କହିବା ଅନୁସାରେ ସୁଶାନ୍ତ ଓ ତାଙ୍କ ବାପା ଗୋପୀନାଥ ନାଏକଙ୍କ ମଧ୍ୟରେ ସବୁଦିନ ଝଗଡ଼ା ହେଉଥିଲା । ସେଥିପାଇଁ ପରିବାରରେ ସବୁବେଳେ ଅଶାନ୍ତି ଲାଗି ରହୁଥିଲା । ବୁଧବାର (ଗତକାଲି) କୌଣସି କାରଣରୁ ସୁଶାନ୍ତ ପରିବାରର କିଛି ସଦସ୍ୟଙ୍କୁ ମାଡ଼ ମାରିଥିଲେ । ଏହାକୁ ତାଙ୍କ ବାପା ଗୋପୀନାଥ ବିରୋଧ କରିଥିଲେ । ଫଳରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଏହି ସମୟରେ ଉତକ୍ଷିପ୍ତ ହୋଇ ଗୋପୀନାଥ ଏକ ଟାଙ୍ଗିଆରେ ସୁଶାନ୍ତଙ୍କୁ ଆକ୍ରମଣ କରିଥିଲେ ।

ସୁଶାନ୍ତଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ କୋଇଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ରାଉରକେଲା ସରକାରୀ ହସ୍ପିଟାଲକୁ ରେଫର କରିଥିଲେ ଡାକ୍ତର। ଆଜି ସକାଳେ ଚିକିତ୍ସାଧୀନ ଅବସ୍ଥାରେ ସୁଶାନ୍ତଙ୍କର ମୃତ୍ୟୁ ଘଟିଥିଲା । କୋଇଡ଼ା ପୁଲିସ ହତ୍ୟା ମାମଲା ରୁଜ୍ଜୁ କରି ଅଭିଯୁକ୍ତ ଗୋପୀନାଥ ନାଏକଙ୍କୁ ଅଟକ ରଖି ଅଧିକ ପଚାରଉଚରା କରୁଛି ।