1. Best News : ହନୁମାନ ପଇସା କାରବାର : ୩ ଜଣଙ୍କୁ ଗିରଫ କଲା ରେଢ଼ାଖୋଲ ପୋଲିସ

0
47
ହନୁମାନ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ସମ୍ବଲପୁର, (୧୮/୦୮) : ହନୁମାନ ପଇସା କାରବାରରେ କରୁଥିବା ତିନି ଜଣିଆ ରାକେଟକୁ ଧରିଛି ରେଢ଼ାଖୋଲ ପୋଲିସ

ସେମାନଙ୍କ ଠାରୁ ୭ ଟି ହନୁମାନ ପଇସା ସହ ନଗଦ ୩୮ ହଜାର ଟଙ୍କା, ୧୦ଟି ଦାମି ମୋବାଇଲ, ହନୁମାନ ପଇସା ପରୀକ୍ଷା କରିବା ପାଇଁ ଚାଉଳ, ଧାନ, ସିନ୍ଦୂର, ବିଭିନ୍ନ ଯନ୍ତ୍ର ପାତି ସହ ଗୋଟିଏ ଦାମି ହୋଣ୍ଡା ସିଟି କାର ଜବତ କରିଛି ରେଢ଼ାଖୋଲ ପୋଲିସ । ଏନେଇ ରେଢ଼ାଖୋଲ ଏସଡିପିଓ ପ୍ରଶାନ୍ତ ମେହେର ଏକ ସାମ୍ବାଦିକ ସମ୍ମିଳନୀରେ କରି ସୂଚନା ଦେଇଛନ୍ତି । ଗତକାଲି ସନ୍ଧ୍ୟାରେ ରେଢ଼ାଖୋଲ ଥାନା ଚାରବାଟି ଅଞ୍ଚଳରେ ଏକ କାର ବୁଲାବୁଲି କରୁଥିବା ବେଳେ ସନ୍ଦେହରେ ଆଣି ତଲାସୀ କରିଥିଲା ପୋଲିସ । ତଲାସୀ କରିବାରୁ ସେମାନଙ୍କ ଠାରୁ ଏସବୁ ଆପତ୍ତି ଜନକ ଜିନିଷ ମିଳିଥିଲା, ମୁଖ୍ୟ ଅଭିଯୁକ୍ତ କଲିକତାର କାର୍ତ୍ତିକ ମିଶ୍ର, ଭୂବନେଶ୍ବର ତମାଣ୍ଡୋ ଅଞ୍ଚଳର ସତ୍ୟ ରଞ୍ଜନ ଜେନା, ସୁନ୍ଦରଗଡ଼ ଜିଲ୍ଲା ଶଙ୍କାରାପଶର ସଚିନ୍ଦ୍ର ପଟେଲକୁ ଗିରଫ କରାଯାଇଛି ।

ସତ୍ୟ ରଞ୍ଜନ ନାଁ ଥାଇ ବିଭିନ୍ନ ଗଣମାଧ୍ୟମର କାର୍ଡ, ବୁମ୍ ରହିଛି ତାହା ସହ ବିଭିନ୍ନ ସରକାରୀ ସଂସ୍ଥାର ପରିଚୟପତ୍ର ମଧ୍ୟ ଜବତ କରାଯାଇଛି । ପ୍ରାଥମିକ ତଦନ୍ତରୁ ଏମାନେ ଜଣେ ଜଣେ ପ୍ରଫେସନାଲ ଅପରାଧୀ ବୋଲି ଜଣାପଡିଛି । ରେଢ଼ାଖୋଲ ଅଞ୍ଚଳରେ ଆସି ଏଭଳି କାରବାର କରିବା ପୂର୍ବରୁ ପୋଲିସ ହାତରେ ଏମାନେ ଧରାପଡ଼ିଛନ୍ତି । ସ୍ଥାନୀୟ ଲୋକଙ୍କ ଏହି କାରବାରରେ ସମ୍ପୃକ୍ତି ନେଇ ତଦନ୍ତ ଚାଲିଛି । ଖୁବଶିଘ୍ର ଏଥିରେ ସାମିଲ ଥିବା ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି କହିଛନ୍ତି ଏସଡିପିଓ ।