Saturday, August 8, 2020
Home Death Case ଦାନାମାଲ ଗାଁରେ ବିଭତ୍ସ ହତ୍ୟାକାଣ୍ଡ, ଜ୍ଵାଇଁଙ୍କ ଟାଙ୍ଗିଆ ଚୋଟରେ ଶାଶୁଙ୍କ ମୃତ୍ୟୁ

ଦାନାମାଲ ଗାଁରେ ବିଭତ୍ସ ହତ୍ୟାକାଣ୍ଡ, ଜ୍ଵାଇଁଙ୍କ ଟାଙ୍ଗିଆ ଚୋଟରେ ଶାଶୁଙ୍କ ମୃତ୍ୟୁ

ରିପୋର୍ଟ: ଭୋଜରାଜ ବରିହା //
ଖପ୍ରାଖୋଲ (୨୮/୭): ଖପ୍ରଖୋଲ ଥାନା ଦାନାମାଲ ଗାଁରେ ସାଧାରଣ ବଚସା କୁ ନେଇ ଏକ ବିଭତ୍ସ ହତ୍ୟାକାଣ୍ଡ ମଙ୍ଗଳବାର ଘଟିଯାଇଛି । ମୃତକ ଜଣକ ହେଲେ ଦୟା ମଲ୍ଲିକଙ୍କ ସ୍ତ୍ରୀ ଟେଭା ମଲ୍ଲିକ ( ୬୦ ) ବୋଲି ଜଣାଯାଇଥିବାବେଳେ ହତ୍ୟାକାରୀ ଜ୍ଵାଇଁ ମନବୋଧ ମାଝି( ୫୦ ) କୁ ପୋଲିସ ଗିରଫ କରିଛି ।

ସୂଚନା ଅନୁସାରେ ମଙ୍ଗଳବାର ଅପରାହ୍ନ ରେ ଶାଶୁ ଟେଭା ମଲ୍ଲିକ ଏବଂ ଜ୍ଵାଇଁ ମନବୋଧ ମାଝି ଙ୍କ ମଧ୍ୟରେ କୌଣସି କଥାକୁ ନେଇ ବଚସା ହୋଇଥିଲା । ଏଥିରେ ଜ୍ଵାଇଁ ଉତ୍ୟକ୍ତ ହୋଇ ଧରିଥିବା ଟାଙ୍ଗିଆରେ ଶାଶୁ ଟେଭା ମଲ୍ଲିକଙ୍କୁ ଆକ୍ରମଣ କରିଥିଲା । ଯାହା ଫଳରେ ଶାଶୁ ରକ୍ତାକ୍ତ ଅବସ୍ଥାରେ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ଏ ନେଇ ମୃତକର ସ୍ୱାମୀ ଦୟା ମଲ୍ଲିକ ଖପ୍ରାଖୋଲ ଥାନାକୁ ଜଣାଇଲା ପରେ ଖପ୍ରାଖୋଲ ଥାନା ଆଇଆଇସି ଜ୍ୟୋତିରଂଜନ ପତି , ହରିଶଙ୍କର ଫାଣ୍ଡି ଅଧିକାରୀ ସେବନ କେର୍କେଟା ପ୍ରମୁଖ ସଦଳବଳେ ଘଟଣାସ୍ଥଳରେ ପହଂଚି ଅଭିଯୁକ୍ତ ଜ୍ଵାଇଁ ମନବୋଧ ମାଝିକୁ ଗିରଫ କରିବା ସହ ଟାଙ୍ଗିଆ ଜବତ କରିଥିଲେ । ଏ ନେଇ ଖପ୍ରାଖୋଲ ଥାନା କେସ୍ ନଂ ୧୫୧ / ୨୦ ରେ ଦଫା ୩୦୨ ରେ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଚାଲିଥିବା ଖପ୍ରାଖୋଲ ଆଇଆଇସି ଜ୍ୟୋତିରଂଜନ ପତି ପ୍ରକାଶ କରିଛନ୍ତି ।

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Leave a Reply

This site uses Akismet to reduce spam. Learn how your comment data is processed.

Most Popular

ଦୁର୍ଘଟଣାରେ ବାଇକ ଆରୋହୀର ମୃତ୍ୟୁ

ରିପୋର୍ଟ: ଧ୍ରୁବରାଜ ମିଶ୍ର // ବିନିକା (୦୭/୦୮): ସୋନପୁର ମୁଖ୍ୟ ରାସ୍ତା ଘୋଡାଧାର ଛକ ଠାରେ ଏକ ବାଇକ ଦୁର୍ଘଟଣାରେ ଚାଲକର ମୃତ୍ୟୁ ହୋଇଯାଇଛି । ଘଟଣାରୁ ପ୍ରକାଶ ଯେ ସୋନପୁର ଥାନା ଅଧନସ୍ତ...

କଲ୍ୟାଣ ସିଂହପୁର ବ୍ଳକରେ ୧୩ ନୁଆଁ କରୋନା ପଜିଟିଭ ଚିହ୍ନଟ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା // କଲ୍ୟାଣ ସିଂହପୁର (ତା ୭/ ୮): ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକ ରେ ଦିନ କୁ ଦିନ କରୋନା ପଜିଟିଭ ଚିହ୍ନଟ ହେବାରେ ଲାଗିଛି...

ବିଦାୟ ସମ୍ବର୍ଦ୍ଧନା ସମାରୋହ, ଅମଳ ବୃଦ୍ଧି ପାଇଁ ଚାଷୀ ଓ କୃଷି କର୍ମଚାରୀଙ୍କ ସମନ୍ୱୟ ଆବଶ୍ଯକ

ରିପୋର୍ଟ: ନିରୋଜ କୁମାର ପାଣି // ପଦ୍ମପୁର (ତା ୭ ୵ ୮): ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ କ୍ରୁଷି କାର୍ଯ୍ୟଳୟରେ ବିଦାୟ ସମ୍ବର୍ଦ୍ଧନା ସମାରୋହ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ବ୍ଲକ କ୍ରୁଷି ଅଧିକାରୀ...

ଟ୍ରେନରେ କଟି ସମାଜସେବୀଙ୍କ ମୃତ୍ୟୁ

ରିପୋର୍ଟ: ବିମଳେନ୍ଦୁ ସାହୁ // ଲୋଇସିଂହା(୦୭/୦୮): ଶୁକ୍ରବାର ଅପରାହ୍ନ ଗୋଟାଏରେ ଲୋଇସିଂହା ନିକଟସ୍ଥ ସେମେଲମୁଣ୍ଡା ଠାରେ ଟ୍ରେନ ଲାଇନରେ କଟିଯାଇ ଜଣକର ମୃତ୍ୟୁ ହୋଇଥିବା ଜଣାଯାଇଛି । ମୃତକ ଜଣକ ହେଲେ ଲୋଇସିଂହାର...

Recent Comments

%d bloggers like this: