Best News : 77 ତମ ସ୍ୱାଧୀନତା ଦିବସର ବାର୍ତ୍ତା ପାଇଲେ ଝରାପଡା ଗାଁ ଲୋକେ

0
67
77 ତମ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୧୬/୮) : ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଝରାପଡା ଗାଁ’ରେ 77 ତମ ସ୍ୱାଧୀନତା ଦିବସ ରେ ତ୍ରିରଙ୍ଗା ପତାକା ଉଡି ଗାଁ କୁ ସ୍ୱାଧୀନତା ର ବାର୍ତ୍ତା ପହଁଚିଲା lWhatsApp Image 2023 08 17 at 09.50.33 Best News : 77 ତମ ସ୍ୱାଧୀନତା ଦିବସର ବାର୍ତ୍ତା ପାଇଲେ ଝରାପଡା ଗାଁ ଲୋକେ

77 ତମ ସ୍ୱାଧୀନତା ଦିବସ: – ଭଙ୍ଗା ମାଟି ଘରେ ପହଞ୍ଚିଲା ପଲିଥିନ, ନଳ କୂପ ର ଶୁଦ୍ଧ ପାଣି ଟିକେ ଲୋକ ଙ୍କୁ ପିଇବାକୁ ମିଳିଲା ଏବଂ ବିଜୁଳି ଆଲୁଅ ଦେଖିବାକୁ ମିଳିଲା l ଶିକ୍ଷା, ସ୍ୱାସ୍ଥ୍ୟ, ବିଦ୍ୟୁତ, ରାଜସ୍ୱ, ଜଳ ପରିମଳ, ଶ୍ରମ ବିଭାଗ ର ଶୁଭ ଦୃଷ୍ଟି ପଡିଲା l ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ୍ ସେଲେଡି ପଞ୍ଚାୟତ ର ଅନୁନ୍ନତ ଗାଁ ଝରାପଡାକୁ ପୁଣି ପହଁଚିଲେ ଓଡ଼ିଶା ସାମ୍ବାଦିକ ସଂଘ ସୋନପୁର ଶାଖା କର୍ମକର୍ତ୍ତା l କିଛି ଦିନ ତଳେ ବିଭିନ୍ନ ଗଣ ମାଧ୍ୟମରେ ଏ ଗାଁ ଲୋକ ଙ୍କ ଦୁଃଖ ଦୁର୍ଦଶା ପ୍ରଥମେ ପ୍ରସାରିତ ପରେ ପ୍ରଶାସନ ନଜର କୁ ଆସିଥିଲା ।

ତୁରନ୍ତ ଜିଲ୍ଲାପାଳ, ବିଡ଼ିଓ, ତହଶିଲଦାର, ଡି ଏଲ ଓ, ସରପଞ୍ଚ ଏ ଲୋକ ଙ୍କ ସମସ୍ତ ସମସ୍ୟା ସୁଧାରିବାକୁ ଦୃଢ଼ ପ୍ରତିଶୁତି ଦେଇଥିଲେ ଏବଂ ତାହା ଖୁବ ଶୀଘ୍ର କାର୍ଯ୍ୟ ରେ ବି ପରିଣତ କଲେ ସୁବର୍ଣ୍ଣପୁର ଜ଼ିଲ୍ଲାପାଳ ବିମଳେନ୍ଦୁ ରାୟ l ୭୭ ତମ ସ୍ବାଧିନତା ଦିବସ ଅବସରରେ ଝରା ପଡ଼ା ଗାଁ’ରେ ପାଳନ ହେଲା ସ୍ୱାଧୀନତା ଦିବସ। ତ୍ରିରଙ୍ଗା ପତାକା ଉଡେଇ ଛୋଟ ଛୁଆ, ଅବାଳ ବୃଦ୍ଧ ବନିତା ଜାତୀୟ ପତାକା ତଳେ ଜାତୀୟତାବାଦୀ ସ୍ଲୋଗାନ ଦେଇ ପାଳିଲେ ସ୍ୱାଧୀନତା ଦିବସ । ତ୍ରିରଙ୍ଗା ପତାକା ହାତ ରେ ଧରି ଫର ଫର ଉଡ଼ାଇଲେ ଛୋଟ କୁନି ଛୁଆ ଓ ସାମ୍ବାଦିକ ଙ୍କ ସହ ବୁନ୍ଦି ମିଠା ଖାଇ ଏକାଠି ବସି ଖୁସି ମଜାନେଲେ l

ତୁରନ୍ତ ସୁବିଧା ସୁଯୋଗ ପାଇ ଥିବାରୁ ଜିଲ୍ଲା ପ୍ରଶାସନ, ସରପଞ୍ଚ ଓ ସାମ୍ବାଦିକ ମାନଙ୍କୁ ମୁଣ୍ଡିଆ ମାରିଲେ ଭଗବାନ ଙ୍କୁ କୃତଜ୍ଞତା ଦେଲେ l ପ୍ରଶାସନ ର ଆଢୁଆଳ ରେ ଥିବା ଏଭଳି ଅପହଞ୍ଚ ଇଲାକା ରେ ପ୍ରକୃତ ରେ ଯଦି ପ୍ରଶାସନ ସବୁଠି ପହଞ୍ଚେ ତାହେଲେ ଏହାହିଁ ରାଜ୍ୟ ର ସୁ -ଶାସନ କୁହାଯିବ ବୋଲି ଜ଼ିଲ୍ଲା ର ବୁଦ୍ଧିଜୀବୀ ମତ ରଖିଛନ୍ତି l