Saturday, August 8, 2020
Home Corona Lockdown ବାର୍ଦ୍ଧକ୍ୟ ଭତ୍ତା ଟଙ୍କା ଫେରି ପାଇଲେ ରାଧିକା : ଟଙ୍କା ହଡପ କରିଥିବା ଲୋକ କିଏ...

ବାର୍ଦ୍ଧକ୍ୟ ଭତ୍ତା ଟଙ୍କା ଫେରି ପାଇଲେ ରାଧିକା : ଟଙ୍କା ହଡପ କରିଥିବା ଲୋକ କିଏ ?

ରିପୋର୍ଟ: ନିରୋଜ କୁମାର ପାଣି //
ପଦ୍ମପୁର (ତା ୨୮ ୵ ୭ ୵ ୨୦): ଖାତା ନଂ – ୧୦୩ ୵ ୧୯ ରେ ୨୦୧୯ ମସିହା ଅଗଷ୍ଟ ମାସରୁ ବାର୍ଦ୍ଧକ୍ୟ ଭତ୍ତାର ସମୁଦାୟ ୭ ହଜାର ଟଙ୍କା ହଡପ କରିବା ଖବର ପ୍ରକାଶିତ ହେବା ପରେ ତର ବରିଆ ଭାବେ ପାଇକମାଲ ବିଡିଓ ସୁରେନ୍ଦ୍ର ମେହେର, ଏ ବିଡିଓ ଶ୍ରୀ ଭୀଷ୍ମଦେବ ମାଝୀ,ଏସ୍ ଇ ଓ ଶ୍ରୀ ରମେଶ ଚନ୍ଦ୍ର ସେଠି ପାଇକମାଲ ବ୍ଲକ ଅଧିନସ୍ତ ବୁକୁରାମୁଣ୍ତା ଗ୍ରାମ ପଞ୍ଚାୟତର ଲହଙ୍ଗେର ଗ୍ରାମ କୁ ଯାଇ ହିତାଧିକାରୀ ଆଦିବାସୀ ମହିଳା ସ୍ବର୍ଗତ ରାଜ କୁମାର ସିଂ ବରିହା ଙ୍କ ଧର୍ମପତ୍ନୀ ଶ୍ରୀ ମତୀ ରାଧିକା ବରିହାଙ୍କୁ ୭ ହଜାର ଟଙ୍କା ପ୍ରଦାନ କରିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି ।

ଶ୍ରୀମତୀ ରାଧିକା ବରିହାଙ୍କୁ ଟଙ୍କା ଦେବା ବେଲେ ଗ୍ରାମ ବାସୀ ମାନେ ଉପସ୍ଥିତ ଥିଲେ । ରାଧିକାଙ୍କୁ ଟଙ୍କା ଦେଇଥିବା ବେଳେ ବାର୍ଦ୍ଧକ୍ୟ ଭତ୍ତାର ଖାତା ଦିଆ ଯାଇନାହିଁ । ଶ୍ରୀମତୀ ରାଧିକା ଦସ୍ତଖତ ଦେଇ ଜାଣିଥିବା ବେଳେ ତାଙ୍କ ଖାତାରେ ଟିପ ଚିହ୍ନ ପକାଇ ସମୁଦାୟ ଟଙ୍କା ଉଠା ଯାଇଛି | ତେଣୁ ଗ୍ରା:ପ କର୍ତ୍ତୃପକ୍ଷ ରାଧିକା ବରିହାଙ୍କ ନାମରେ ନୂତନ ଖାତା ତିଆରି କରି ଦେବାର ମସୁଧା କରିଛନ୍ତି | ସରକାରୀ ସ୍ତରରେ ଏ ଟଙ୍କା ହଡପ ହୋଇଥିବା ବେଳେ ଏବେ କାର୍ଯ୍ୟାନୁଷ୍ଠାନ ପାଇଁ ଏଭଲି ଯୋଜନା ତିଆରି ହୋଇଛି । କରୋନା ମହାମାରୀ ଲକ ଡାଉନ କୁ ଦେଖି କେନ୍ଦ୍ର ସରକାର ବାର୍ଦ୍ଧକ୍ୟ୵ ବିଧବା ଭତ୍ତା ୪ ମାସର ୨ ହଜାର ଟଙ୍କା ଲେଖାଏଁ ଅଗ୍ରୀମ ଦେଇଥିବା ବେଳେ ଏବେ ପ୍ରଶ୍ନ ଉଠିଛି ସମସ୍ତ ହିତାଧିକାରୀଙ୍କ ପାଖରେ ଏ ଟଙ୍କା ପହଞ୍ଚିଛି ନା ବାଟରେ ହଡପ ହୋଇଛି | ତେବେ ବାର୍ଦ୍ଧକ୍ୟ ଭତ୍ତା ହଡପ କରିଥିବା ଅଧିକାରୀଙ୍କ ବିରୁଦ୍ଧରେ ଦୃଢ ପଦକ୍ଷେପ ନେବା ପାଇଁ ବୁକୁରାମୁଣ୍ତା ଗ୍ରାମ ପଞ୍ଚାୟତ ସମିତି ସଭ୍ୟ ଜଗନ୍ନାଥ ଛତ୍ରିଆ ଦାବି କରିଛନ୍ତି । ପଦ୍ମପୁର ର ପୂର୍ବତନ ବିଧାୟକ ଶ୍ରୀ ପ୍ରଦୀପ ପୁରୋହିତ ଘଟଣାର ତଦନ୍ତ କରି ଦୃଢ ପଦକ୍ଷେପ ନେବା ପାଇଁ ଟ୍ବିଟ୍ ଜରିଆରେ ମୁଖ୍ୟମନ୍ତ୍ରୀ ଓ 5T ସଚିବଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Leave a Reply

This site uses Akismet to reduce spam. Learn how your comment data is processed.

Most Popular

ଦୁର୍ଘଟଣାରେ ବାଇକ ଆରୋହୀର ମୃତ୍ୟୁ

ରିପୋର୍ଟ: ଧ୍ରୁବରାଜ ମିଶ୍ର // ବିନିକା (୦୭/୦୮): ସୋନପୁର ମୁଖ୍ୟ ରାସ୍ତା ଘୋଡାଧାର ଛକ ଠାରେ ଏକ ବାଇକ ଦୁର୍ଘଟଣାରେ ଚାଲକର ମୃତ୍ୟୁ ହୋଇଯାଇଛି । ଘଟଣାରୁ ପ୍ରକାଶ ଯେ ସୋନପୁର ଥାନା ଅଧନସ୍ତ...

କଲ୍ୟାଣ ସିଂହପୁର ବ୍ଳକରେ ୧୩ ନୁଆଁ କରୋନା ପଜିଟିଭ ଚିହ୍ନଟ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା // କଲ୍ୟାଣ ସିଂହପୁର (ତା ୭/ ୮): ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକ ରେ ଦିନ କୁ ଦିନ କରୋନା ପଜିଟିଭ ଚିହ୍ନଟ ହେବାରେ ଲାଗିଛି...

ବିଦାୟ ସମ୍ବର୍ଦ୍ଧନା ସମାରୋହ, ଅମଳ ବୃଦ୍ଧି ପାଇଁ ଚାଷୀ ଓ କୃଷି କର୍ମଚାରୀଙ୍କ ସମନ୍ୱୟ ଆବଶ୍ଯକ

ରିପୋର୍ଟ: ନିରୋଜ କୁମାର ପାଣି // ପଦ୍ମପୁର (ତା ୭ ୵ ୮): ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ କ୍ରୁଷି କାର୍ଯ୍ୟଳୟରେ ବିଦାୟ ସମ୍ବର୍ଦ୍ଧନା ସମାରୋହ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ବ୍ଲକ କ୍ରୁଷି ଅଧିକାରୀ...

ଟ୍ରେନରେ କଟି ସମାଜସେବୀଙ୍କ ମୃତ୍ୟୁ

ରିପୋର୍ଟ: ବିମଳେନ୍ଦୁ ସାହୁ // ଲୋଇସିଂହା(୦୭/୦୮): ଶୁକ୍ରବାର ଅପରାହ୍ନ ଗୋଟାଏରେ ଲୋଇସିଂହା ନିକଟସ୍ଥ ସେମେଲମୁଣ୍ଡା ଠାରେ ଟ୍ରେନ ଲାଇନରେ କଟିଯାଇ ଜଣକର ମୃତ୍ୟୁ ହୋଇଥିବା ଜଣାଯାଇଛି । ମୃତକ ଜଣକ ହେଲେ ଲୋଇସିଂହାର...

Recent Comments

%d bloggers like this: