Saturday, August 8, 2020
Home District News ଜୁଆ ଆଡ୍ଡାରେ ଚଢାଉ, ୮ ଜଣ ଅଟକ

ଜୁଆ ଆଡ୍ଡାରେ ଚଢାଉ, ୮ ଜଣ ଅଟକ

ରିପୋର୍ଟ: ନିରୋଜ କୁମାର ପାଣି //
ପଦ୍ମପୁର (ତା ୨୬୵ ୭ ୵ ୨୦): ବରଗଡ ଜିଲ୍ଲା ପାଇକମାଲ ଥାନା ଅଧିକାରୀ ବିଶ୍ବଜିତ ମନବୋଧଙ୍କ ନିର୍ଦ୍ଦେଶକ୍ରମେ ପୋଲିସ ଟିମ ଏକ ଜୁଆ ଆଡ୍ଡା ଉପରେ ଚଢଉ କରିଥିଲେ।

ଅଭୁଯୁକ୍ତମାନେ ତାସ ମାଧ୍ୟମରେ ଜୁଆ ଖେଳୁଥିଲେ । ଅତର୍କିତ ଭାବରେ ପୋଲିସ ଚଢଉ କରି କୌଶଳ କ୍ରମେ ୮ ଜଣ ଖେଳାଳୀଙ୍କୁ ପୋଲିସ କାବୁ କରିଥିଲା ।ପାଇକମାଲ ଥାନା କେଶ ନଂ – ୧୧୭/୨୦ ଧାରା ୩ଓପିଜିରେ ଏକ ମୋକଦ୍ଦମା ରୁଜ୍ଜୁ କରି ଅଧିକ ଜାଣିବା ପାଇଁ ତଦନ୍ତ କରୁଛନ୍ତି । ଅଭିଯୁକ୍ତମାନେ ହେଲେ ଉମାକାନ୍ତ ମହାରଣା (୩୮),ଚତୁରୁ ଷଣ୍ଢ (୪୧) ,ଜିତୁ ପ୍ରଧାନ (୪୨),ନିରୋଜ ପ୍ରଧାନ (୩୨) ,ସରୋଜ ସାହୁ(୩୫),ସନାତନ ସାହୁ (୩୧),ଲୋକେଶ କମାର (୩୫),ଉତ୍ତମ ଡନସନା (୪୫) ସମସ୍ତେ ପାଇକମାଲ ଗ୍ରାମର ବୋଲି ଜଣାଯାଇଛି । ତାଙ୍କ ଠାରୁ ନଗଦ ୧୦,୨୪୦/=,୫ଟି ମୋବାଇଲ,୩ଟି ବାଇକ ,ତାସ ଓ ଖାତା ଆଦି ଜିନିଷ ଜବତ କରିଛନ୍ତି। ଅଭିଯୁକ୍ତଙ୍କୁ ଅଟକ ରଖି ତଦନ୍ତ କରୁଛନ୍ତି ବୋଲି ତଦନ୍ତକାରୀ ଅଫିସର ବିଶ୍ବଜିତ ମନବୋଧ ଜଣାଇନ୍ତି।

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Leave a Reply

This site uses Akismet to reduce spam. Learn how your comment data is processed.

Most Popular

ଦୁର୍ଘଟଣାରେ ବାଇକ ଆରୋହୀର ମୃତ୍ୟୁ

ରିପୋର୍ଟ: ଧ୍ରୁବରାଜ ମିଶ୍ର // ବିନିକା (୦୭/୦୮): ସୋନପୁର ମୁଖ୍ୟ ରାସ୍ତା ଘୋଡାଧାର ଛକ ଠାରେ ଏକ ବାଇକ ଦୁର୍ଘଟଣାରେ ଚାଲକର ମୃତ୍ୟୁ ହୋଇଯାଇଛି । ଘଟଣାରୁ ପ୍ରକାଶ ଯେ ସୋନପୁର ଥାନା ଅଧନସ୍ତ...

କଲ୍ୟାଣ ସିଂହପୁର ବ୍ଳକରେ ୧୩ ନୁଆଁ କରୋନା ପଜିଟିଭ ଚିହ୍ନଟ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା // କଲ୍ୟାଣ ସିଂହପୁର (ତା ୭/ ୮): ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକ ରେ ଦିନ କୁ ଦିନ କରୋନା ପଜିଟିଭ ଚିହ୍ନଟ ହେବାରେ ଲାଗିଛି...

ବିଦାୟ ସମ୍ବର୍ଦ୍ଧନା ସମାରୋହ, ଅମଳ ବୃଦ୍ଧି ପାଇଁ ଚାଷୀ ଓ କୃଷି କର୍ମଚାରୀଙ୍କ ସମନ୍ୱୟ ଆବଶ୍ଯକ

ରିପୋର୍ଟ: ନିରୋଜ କୁମାର ପାଣି // ପଦ୍ମପୁର (ତା ୭ ୵ ୮): ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ କ୍ରୁଷି କାର୍ଯ୍ୟଳୟରେ ବିଦାୟ ସମ୍ବର୍ଦ୍ଧନା ସମାରୋହ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ବ୍ଲକ କ୍ରୁଷି ଅଧିକାରୀ...

ଟ୍ରେନରେ କଟି ସମାଜସେବୀଙ୍କ ମୃତ୍ୟୁ

ରିପୋର୍ଟ: ବିମଳେନ୍ଦୁ ସାହୁ // ଲୋଇସିଂହା(୦୭/୦୮): ଶୁକ୍ରବାର ଅପରାହ୍ନ ଗୋଟାଏରେ ଲୋଇସିଂହା ନିକଟସ୍ଥ ସେମେଲମୁଣ୍ଡା ଠାରେ ଟ୍ରେନ ଲାଇନରେ କଟିଯାଇ ଜଣକର ମୃତ୍ୟୁ ହୋଇଥିବା ଜଣାଯାଇଛି । ମୃତକ ଜଣକ ହେଲେ ଲୋଇସିଂହାର...

Recent Comments

%d bloggers like this: