1. Best News : ଖାରଡ଼ା ରେ ଡେଙ୍ଗୁ ବିପଦ ଜନକ ସ୍ଥିତି

0
63
ଖାରଡ଼ା

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୧୬/୦୮) : ଗଜପତି ଜିଲ୍ଲାର କାଶୀନଗର ବ୍ଲକ ଅନ୍ତର୍ଗତ ଖାରଡ଼ା ଗ୍ରାମ ରେ ଡେଙ୍ଗୁ ବ୍ୟାପିବାରେ ଲାଗିଛି ।

ଗତ କିଛି ଦିନ ହେଲା ଏହି ଖାରଡ଼ା ଗ୍ରାମ ରେ ୧୦ ରୁ ଅଧିକ ଡେଙ୍ଗୁ ରୋଗୀ ବିଭିନ୍ନ ମେଡିକାଲ ରେ ଚିକିତ୍ସା ହେଉଥିବା ଜଣା ଯାଇଛି । କୀମସ ମେଡିକାଲ ଶ୍ରୀକାକୁଲମ ରେ ୩ ଜନ ଛୋଟ ଶିଶୁ ଚିକିତ୍ସା ହେଉଥିବା ଖୋଦ ସରପଞ୍ଚ ଅଖିଳ ପାତ୍ର ସୂଚନା ଦେଇଛନ୍ତି । ଗ୍ରାମ ରେ ପଞ୍ଚାୟତ ତରଫରୁ ସଚେତନ ଓ ସଫା କାର୍ଯ୍ୟ ହାତ କୁ ନିଆ ଯାଇଥିବା ମଧ୍ୟ ଜଣା ପଡିଛି । ସେହିଭଳି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ଟିମ ପଠାଯାଇ ଟେଷ୍ଟିଙ୍ଗ କରାଯାଇଛି ବୋଲି ଡାକ୍ତର. ଦୁର୍ଗା ପ୍ରସାଦ ପଣ୍ଡା କହିଛନ୍ତି । ଏତଦ ବ୍ୟତୀତ ସାରା ଗ୍ରାମ ରେ ମଧ୍ୟ ଗତ ତିନିଦିନ ହେଲା ଡ଼. ସଚିକାନ୍ତ ମହାପାତ୍ର ଙ୍କ ନେତୃତ୍ୱ ରେ ଟେଷ୍ଟିଙ୍ଗ ଓ ଆରୋଗ୍ୟ ପାଇଁ ଚିକିତ୍ସା କରାଯାଉଥିବା ଜଣାଯାଇଛି । ତଥାପି ଉଦବେଗ ଜନକ ପରିସ୍ଥିତି ରହିଥିବା ଜଣାପଡିଛି ।