1. Best News : ନକଲି ଯବାନ ପୋଷାକ ପିନ୍ଧି ଷ୍ଟାଡିୟମକୁ ଆସିଥିଲେ,ବାନ୍ଧିଲା ପୁଲିସ

0
47
ନକଲି

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ପୁରୀ, (୧୫/୦୮) : ସ୍ୱାଧୀନତା ଦିବସ ଅବସରରେ ନକଲି ଯବାନ ପୋଷାକ ପିନ୍ଧି ଷ୍ଟାଡିୟମକୁ ଆସିଥିଲେ ଯୁବକ । ଧରାପଡ଼ିବା ପରେ ଥାନାକୁ ଗଲେ । ଘଟଣା ଘଟିଛି ପୁରୀ ଜିଲ୍ଲା ତାଳବଣିଆ ଇଣ୍ଡୋର ଷ୍ଟାଡିୟମରେ ।

ଅଟକ ନକଲି ଯବାନ ପୁରୀ କୁମ୍ଭାରପଡା ଅଞ୍ଚଳର ସୁନୀଲ କୁମାର ବୋଲି ଜଣାପଡ଼ିଛି । ସୁନୀଲ ତାଳବଣିଆ ଇଣ୍ଡୋର ଷ୍ଟାଡିୟମକୁ  ନକଲି ଯବାନ ପୋଷାକ ପିନ୍ଧି ଆସିଥିଲେ । ଗଣମାଧ୍ୟମ ପାଇଁ ଉଦ୍ଧିଷ୍ଟ ଟେଣ୍ଟରେ ସେ ମୁହଁରେ କପଡ଼ା ବାନ୍ଧି ଏନସିସି ଅଧିକାରୀଙ୍କ ପାଖରେ ବସି ରହିଥିଲେ । ଏନେଇ ସୁନୀଲଙ୍କ ଉପରେ ପୁଲିସର ସନ୍ଦେହ ହୋଇଥିଲା । ପରେ ପଚରାଉଚରା କରିବାପରେ ସୁନୀଲ ନକଲି ଯବାନ ବୋଲି ଜଣାପଡ଼ିଥିଲା ।

ପୁଲିସ ସୁନୀଲଙ୍କୁ ଅଟକ ରଖି ପଚରାଉଚରା କରୁଛି । ସୁନୀଲ କେଉଁ ଉଦ୍ଦେଶ୍ୟ ନେଇ ପଡିଆକୁ ଆସିଥିଲେ, ସୁରକ୍ଷା ବ୍ୟବସ୍ଥା ଏତେ କଡ଼ାକଡ଼ିଥିବା ସ୍ୱତ୍ତେ କିପରି ଷ୍ଟାଡିୟମ ଭିତରକୁ ପ୍ରବେଶ କଲେ ଏନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଘଟଣା ତଦନ୍ତ କରାଯାଉଛି ଓ ସୁନୀଲକୁ ପଚରାଉଚରା କରାଯାଉଛି ବୋଲି ପୁରୀ ଆଡସିନାଲ ଏସପି ସୂଚନା ଦେଇଛନ୍ତି ।