Friday, March 29, 2024

Top 5 This Week

Related Posts

1. Best News : ସରକାରୀ ବସ୍‌ରୁ କଫ ସିରପ ଜବତ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ବଲାଙ୍ଗୀର, ( ୧୫/୦୮) : ସରକାରୀ ବସ୍‌ରୁ ମିଳିଲା ୨୨୮ କଫ ସିରପ । ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ପୁଲିସକୁ ମିଳିଛି ଏହି ବଡ଼ ସଫଳତା । କଫ ସିରପ ଚାଲାଣ ଅଭିଯୋଗରେ ପୁଲିସ ଜଣକୁ ଗିରଫ କରିଛି ।

ଲୋଇସିଂହା-ପଦ୍ମପୁର ରାସ୍ତାର ଚାରି ଛକରେ ମାଡ଼ି ବସିଲା ପୁଲିସ୍‌ । ଭୁବନେଶ୍ୱରରୁ ବରଗଡ଼ ଜିଲ୍ଲା ଗାଈସିଲେଟ ଅଭିମୁଖେ ଯାଉଥିବା ସରକାରୀ ବସ୍‌ରେ ଜଣେ ବ୍ୟକ୍ତି କଫସିରପ ଚାଲାଣ କରୁଥିବା ନେଇ ଖବର ପାଇଥିଲା ଲୋଇସିଂହା ଥାନା ପୁଲିସ । ଏହା ପରେ ପୁଲିସ୍‌ ବସକୁ ପିଛା କରି ଚାରିଛକ ନିକଟରେ ଅଟକାଇଥିଲା । ଗାଡ଼ି ଯାଞ୍ଚ ବେଳେ କଫ ସିରପ ମିଳିଥିଲା। ଏହି ମାମଲାରେ ଆଗଲପୁର ଥାନା ସାଧୁପାଲି ଗାଁ’ର ହେମନ୍ତ ସହୁକୁ ଗିରଫ କରିଥିଲା ପୁଲିସ୍‌ । ତେବେ ଜବତ ହୋଇଥିବା କଫ୍‌ ସିରପ କେଉଁଠୁ କେଉଁ ଜାଗାକୁ ଚାଲାଣ ହେଉଥିଲା, ତାହା ଜଣାପଡ଼ି ନାହିଁ । ପୁଲିସ ଖୋଳତାଡ଼ କରୁଛି ।

Popular Articles