Best News : 5T ସଚିବଙ୍କ ଗସ୍ତରେ ଚାଷୀ ଙ୍କୁ ଚରମ ଅବହେଳା ନେଇ କୃଷକ ମୋର୍ଚ୍ଚା ର ତୀବ୍ର ପ୍ରତିକ୍ରିୟା

0
46
5T

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ଟିଟିଲାଗଡ, (୧୪/୦୮) : ବଲାଙ୍ଗୀର ଜିଲ୍ଲା କୃଷକ ମୋର୍ଚ୍ଚା କମିଟି ପକ୍ଷରୁ ସାଂପ୍ରତିକ ପରିସ୍ଥିତିରେ ଚାଷ ଓ ଚାଷୀ ଙ୍କୁ ସମ୍ପୂର୍ଣ୍ଣ ସରକାରୀ ଅବହେଳା ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।WhatsApp Image 2023 08 14 at 10.53.41 Best News : 5T ସଚିବଙ୍କ ଗସ୍ତରେ ଚାଷୀ ଙ୍କୁ ଚରମ ଅବହେଳା ନେଇ କୃଷକ ମୋର୍ଚ୍ଚା ର ତୀବ୍ର ପ୍ରତିକ୍ରିୟା

ଚାଷୀ ଚିନ୍ତାରେ ରହିଥିବା ଓ ବାଧ୍ୟ ହୋଇ ଦାଦନ ଖଟିବାକୁ ଯାଉଥିବା ବେଳେ ସରକାରୀ ଯୋଜନା ପ୍ରହସନ ରେ ସୀମିତ ଥିବା ଓ ମିଥ୍ୟା ବାହା,ବାଃ ନେଇ ଉଚ୍ଚ ପଦସ୍ଥ ଅଧିକାରୀ ସବୁ ହରି,ଲୁଟ କରିବା ମୋର୍ଚ୍ଚା କମିଟି ପକ୍ଷରୁ ଆୟୋଜିତ ବୈଠକ ରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ସାଧାରଣ ଓ ମଧ୍ୟବିତ୍ତ ପରିବାର ବର୍ତମାନ ର ପନି, ପରିବା ମୂଲ୍ୟ ରେ ଅହେତୁକ ବୃଦ୍ଧି ଯୋଗୁଁ ବେଶ୍ ଦୁର୍ଦ୍ଦଶା ଭୋଗ କରିବା ସାର ହେଉଛି ।

ବୈଠକ ରେ ଇତି ମଧ୍ୟରେ ରାଜ୍ୟ ସରକାରଙ୍କ ତରଫରୁ ଆସିଥିବା 5T ସଚିବ ଙ୍କ ଗସ୍ତ ରେ ଆସି ଚାଷ ଓ ଚାଷୀ ଙ୍କୁ ନେଇ କୌଣସି ପ୍ରକାର ଉକ୍ତି ପ୍ରକାଶ କରି ନ ଥିବା ନେଇ ଚାଷୀ ମୋର୍ଚ୍ଚା କମିଟି ପକ୍ଷରୁ ସଭାପତି ସୁନିଲ ଆଚାର୍ଯ୍ୟ ପ୍ରତିକ୍ରିୟା ପ୍ରକାଶ କରି ସରକାର ଙ୍କ ଅବହେଳା ର ନିନ୍ଦା କରିଛନ୍ତି ।

ସରକାରୀ ଭାବେ ଚାଷୀ ଙ୍କ ନିକଟରେ କାର୍ଯ୍ୟକାରୀ ହୋଇଥିବା ଯୋଜନା ମାନ ସଠିକ୍ ରୂପାୟନ ହୋଇ ପାରୁ ନାହିଁ ବୋଲି ପ୍ରକାଶ କରିଛନ୍ତି । ସେହିପରି ପଦସ୍ତ ଅଧିକାରୀ ସବୁ ହରିଲୁଟ କରିବା ଓ ବାର ମାସ ଚାଷ ଜଳ ଯୋଗାଣ ବ୍ୟବସ୍ଥା କରାଯାଇ ଥିବା ବେଳେ ତାହା କାର୍ଯ୍ୟକାରୀ ହୋଇ ନ ଥିବା ଅଭିଯୋଗ ହୋଇଛି । ଅପର ପକ୍ଷ ରେ ଗସ୍ତ ଆଳରେ ସରକାର ଙ୍କ ମୁଖ୍ୟ ସଚିବ ଗସ୍ତ ରେ ଆସି ଅଞ୍ଚଳ ର କୌଣସି ସ୍ଥାନରେ ଚାଷୀ ଙ୍କୁ ନେଇ କିଛି ଉକ୍ତି ପ୍ରକାଶ କରି ନ ଥିବା ନେଇ ମୋର୍ଚ୍ଚା ତରଫରୁ ଦୃଢ ନିନ୍ଦା କରାଯାଇଛି ।

ଏହି ସ୍ଥାନୀୟ ଦାଦନ ପ୍ରବଣ ଜିଲ୍ଲାରେ ଚାଷୀ ସ୍ବାବଲମ୍ବୀ ହୋଇ ପାରୁ ନ ଥିବା ବେଳେ ବ୍ୟାପକ ସଚେତନତା ସୃଷ୍ଟି ସହ ସରକାରୀ ସ୍ତରରେ ହେଉଥିବା ବାଟ ମାରଣ ନୀତି କୁ ତୁରନ୍ତ ବନ୍ଦ କିପରି ହେବ ସେ ନେଇ ତୁରନ୍ତ ଦୃଷ୍ଟି ଦିଆଯାଉ ବୋଲି ଦାବି ପ୍ରକାଶ ପାଇଛି । ପୁର୍ବେ ଏହି ଅଞ୍ଚଳ ରୁ ପଡ଼ୋଶୀ ରାଜ୍ୟ ଛତିଶଗଡ଼ ସହ ଦୂର,ଦୁରାନ୍ତ କୁ ପରିବା ଯାଉଥିବା ବେଳେ ଏବେ ସମ୍ପୂର୍ଣ ଭାବେ ବନ୍ଦ ରହିଛି ଓ ଦାଦନ ସମସ୍ୟା ଉତ୍କଟ ଭାବେ ବୃଦ୍ଧି ପାଉଛି ବୋଲି ପ୍ରକାଶ ପାଇଥିବା ବେଳେ ଏହାର ସମାଧାନ ନିତାନ୍ତ ଆବଶ୍ୟକ ବୋଲି ଶ୍ରୀ ଆଚାର୍ଯ୍ୟ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସେହିପରି ବିଭାଗୀୟ ବିଭିନ୍ନ ଅଧିକାରୀ ଓ ମୁଖ୍ୟ ସଚିବ ଦୃଷ୍ଟି ଦେବାକୁ ଦାବି ପତ୍ର ମାନ ପ୍ରେରଣ କରାଯାଇଛି ବୋଲି କୃଷକ ମୋର୍ଚ୍ଚା ସଭାପତି ସୁନିଲ ଆଚାର୍ଯ୍ୟ ପ୍ରକାଶ କରିଛନ୍ତି ।