Saturday, August 8, 2020
Home Accidental Death ମୋବାଇଲ୍ ହେଲା କାଳ, ଦୁର୍ଘଟଣା ରେ ଜୀବନ ଗଲା

ମୋବାଇଲ୍ ହେଲା କାଳ, ଦୁର୍ଘଟଣା ରେ ଜୀବନ ଗଲା

ରିପୋର୍ଟ: କପିଳେନ୍ଦ୍ରଦେବ ସାମନ୍ତରାୟ //
ଲମତାପୁଟ (ତା:୨୩/୦୭): ମୋବାଇଲ୍ ରେ ଗପି ଗପି ବାଇକ୍ ଡ୍ରାଇଭ୍ କରି ଗତକାଲି ସନ୍ଧ୍ୟା ୫ ଟା ସମୟରେ ଲମତାପୁଟ ରୁ ନିଜ ଗ୍ରାମକୁ ଫେରୁ ଥିବା ସମୟରେ ତହସିଲ କାର୍ଯ୍ୟାଳୟ ନିକଟରେ ଥିବା ପୋଲିସ ବ୍ୟାରିକଡ଼ କୁ ଧକା ଦେଇ ଯୁବକ ଙ୍କ ମୃତ୍ୟୁ ଘଟିଛି।

ପୋଲିସ ସୂଚନା ଅନୁଯାଇ ସ୍ଥାନୀୟ ଡାବୁଗୁଡା ପଞ୍ଚାୟତ ଚଣ୍ଡୁଆ ଗ୍ରାମର ଜଣେ ଯୁବକ ନରସିଂହ ଖେମୁଣ୍ଡୁ ୪୫ ଗତକାଲି ସନ୍ଧ୍ୟାରେ ନିଜ ଘରକୁ ଫେରୁଥିବା ସମୟରେ ମୋବାଇଲ ରେ କଥା ହୋଇ ଘରକୁ ଫେରୁ ଥିଲେ। ସମ୍ମୁଖ ରେ ଥିବା ପୋଲିସ ବ୍ୟାରିକେଟ୍ କୁ ଦେଖିନ ପାରି ଖୁବ୍ ଜୋର୍ ରେ ନିଜ ବାଇକ୍ ଯୋଗେ ଧକା ହୋଇ ସେଠାରେ ରକ୍ତାକ୍ତ ଅବସ୍ତାରେ ପଡି ରହିଥିଲେ।ଏହା ପରେ ସ୍ଥାନୀୟ ଯୁବକ ପୋଲିସ କୁ ଖବର ଦେଇ ଆମ୍ବୁଲେନ୍ସ କୁ ଡ଼ାକିଥିଲେ । ଘଟଣା ସ୍ଥଳରେ ଲମତାପୁଟ ଫାଣ୍ଡି ଅଧିକାରୀ ଦିଲୀପ ପ୍ରଧାନ ଯାଇ ସ୍ଥାନୀୟ ଯୁବକ ଙ୍କ ସାହାଯ୍ୟରେ ନରସିଂହ ଙ୍କୁ ଘଟଣା ସ୍ଥଳ ରୁ ଉଧାର କରିବା ସହ ଲମତାପୁଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ।ଡାକ୍ତର ପ୍ରାଥମିକ ଚିକିତ୍ସା କରିବା ପରେ ଜିଲ୍ଲା ମୁଖ୍ୟ ଡାକ୍ତର ଖାନାକୁ ସ୍ଥାନାନ୍ତରିତ କରି ଥିଲେ। ପରେ ନରସିଂହ ଙ୍କ ସ୍ୱାସ୍ଥ୍ୟ ଅବସ୍ତା ଗୁରୁତର ହେବାରୁ ବିଶାଖାପାଟଣା ନେଇ ଯାଉଥିବା ସମୟରେ ଶିମିଳି ଗୁଡା ନିକଟରେ ମୃତ୍ୟୁ ବରଣ କରିଥିଲେ । ପୋଲିସ ଏ ଏସ ଆଇ ଶ୍ରୀ ମହେଶ୍ଵର କ୍ରିସାନୀ ଦୁର୍ଘଟଣା ଜନିତ କେସ ନୋ (୬୭/୨୦) ରେ ମାମଲା ରୁଜୁ କରି ଘଟଣା ର ତଦନ୍ତ କରିବା ସହ ଆଜି ଶବ କୁ ବ୍ୟବଚ୍ଛେଦ କରି ପରିବାର ବର୍ଗ ଙ୍କୁ ହସ୍ତାନ୍ତର କରିଛନ୍ତି।

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ଦୁର୍ଘଟଣାରେ ବାଇକ ଆରୋହୀର ମୃତ୍ୟୁ

ରିପୋର୍ଟ: ଧ୍ରୁବରାଜ ମିଶ୍ର // ବିନିକା (୦୭/୦୮): ସୋନପୁର ମୁଖ୍ୟ ରାସ୍ତା ଘୋଡାଧାର ଛକ ଠାରେ ଏକ ବାଇକ ଦୁର୍ଘଟଣାରେ ଚାଲକର ମୃତ୍ୟୁ ହୋଇଯାଇଛି । ଘଟଣାରୁ ପ୍ରକାଶ ଯେ ସୋନପୁର ଥାନା ଅଧନସ୍ତ...

କଲ୍ୟାଣ ସିଂହପୁର ବ୍ଳକରେ ୧୩ ନୁଆଁ କରୋନା ପଜିଟିଭ ଚିହ୍ନଟ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା // କଲ୍ୟାଣ ସିଂହପୁର (ତା ୭/ ୮): ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକ ରେ ଦିନ କୁ ଦିନ କରୋନା ପଜିଟିଭ ଚିହ୍ନଟ ହେବାରେ ଲାଗିଛି...

ବିଦାୟ ସମ୍ବର୍ଦ୍ଧନା ସମାରୋହ, ଅମଳ ବୃଦ୍ଧି ପାଇଁ ଚାଷୀ ଓ କୃଷି କର୍ମଚାରୀଙ୍କ ସମନ୍ୱୟ ଆବଶ୍ଯକ

ରିପୋର୍ଟ: ନିରୋଜ କୁମାର ପାଣି // ପଦ୍ମପୁର (ତା ୭ ୵ ୮): ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ କ୍ରୁଷି କାର୍ଯ୍ୟଳୟରେ ବିଦାୟ ସମ୍ବର୍ଦ୍ଧନା ସମାରୋହ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ବ୍ଲକ କ୍ରୁଷି ଅଧିକାରୀ...

ଟ୍ରେନରେ କଟି ସମାଜସେବୀଙ୍କ ମୃତ୍ୟୁ

ରିପୋର୍ଟ: ବିମଳେନ୍ଦୁ ସାହୁ // ଲୋଇସିଂହା(୦୭/୦୮): ଶୁକ୍ରବାର ଅପରାହ୍ନ ଗୋଟାଏରେ ଲୋଇସିଂହା ନିକଟସ୍ଥ ସେମେଲମୁଣ୍ଡା ଠାରେ ଟ୍ରେନ ଲାଇନରେ କଟିଯାଇ ଜଣକର ମୃତ୍ୟୁ ହୋଇଥିବା ଜଣାଯାଇଛି । ମୃତକ ଜଣକ ହେଲେ ଲୋଇସିଂହାର...

Recent Comments

%d bloggers like this: