Thursday, March 28, 2024

Top 5 This Week

Related Posts

1. Big News : ସ୍କୁଲ ଉପରେ ପଡିଲା ବଜ୍ର, ୨୦ ଆହତ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କେନ୍ଦ୍ରାପଡା, (୧୩/୦୮) : ସ୍କୁଲ ଉପରେ ପଡିଲା ବଜ୍ର, ୨୦ ଆହତ : – ଭୟାନକ ବଜ୍ରପାତ । ଏହି ବଜ୍ରପାତରେ ୨୦ ଛାତ୍ର ଛାତ୍ରୀ ଆହତ ଥିବା ଜଣାପଡିଛି । ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରପଡା ଜିଲ୍ଲା କୁଦାନଗରି ଠାରେ ଅବସ୍ଥିତ ଆଦର୍ଶ ବିଦ୍ୟାଳୟରେ ।

ସ୍କୁଲ ଉପରେ ବଜ୍ରପାତରେ ହୋଇଥିଲା । ୨୦ ଛାତ୍ର ଛାତ୍ରୀ ଗୁରୁତର ଥିବା ଝଣାପଡିଛି । ଛାତ୍ର ଛାତ୍ରୀଙ୍କୁ ସଙ୍ଗେ ସଙ୍ଗେ ଗୁରୁତର ଅବସ୍ଥାରେ ପାଟକୁରା ମେଡିକାଲରେ ଚିକିତ୍ସା ପାଇଁ ନିଆଯାଇଛି । ତେବେ ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ତାଙ୍କୁ ଚିକିତ୍ସା ପାଇଁ କେନ୍ଦ୍ରାପଡା ମେଡିକାଲକୁ ପଠାଯାଇଛି। ଏଖବର ପରେ ସ୍ଥାନୀୟ ଅଞ୍ଚଳରେ ଭୟଭୀତ ପରିସ୍ଥିତି ଉପୁଜିଛି।

Popular Articles