Friday, March 29, 2024

Top 5 This Week

Related Posts

1. Best News : ବାପାଙ୍କୁ କାଠ ଫାଳିଆରେ ପିଟିପଟି ହତ୍ୟା କଲା ପୁଅ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ସୁନ୍ଦରଗଡ, (୧୨/୦୮) : ବାପାଙ୍କୁ କାଠ ଫାଳିଆରେ ପିଟିପଟି ହତ୍ୟା କଲା ପୁଅ : – ରାଗ ଯେ କେତେ ଭୟଙ୍କର ରୂପ ନିଏ ତା ଦେଖିବାକୁ ମିଳିଛି ସୁନ୍ଦରଗଡ ଜିଲ୍ଲା ବଣାଇଁ ଉପଖଣ୍ଡର ମହୁଲପଦା ଥାନା ଅନ୍ତର୍ଗତ କୁମୁଡି ଗ୍ରାମରେ ।

ଏହି ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ଯୋଉ ବାପା ଦିଅଁ ଦେବତା ପୂଜି ପୁଅ ପାଇଁ ଗୁହାରୀ କରୁଥିଲା ସେ ପୁଅ ଆଜି ପିଟି ପିଟି ନିଜ ବାପାକୁ ହତ୍ୟା କରିଛନ୍ତି। ଏକଥା ଶୁଣିଲେ କିଛି ସମୟ ହୃଦସ୍ପନ୍ଦନ ହେବା ମଧ୍ୟ ବନ୍ଦ ହୋଇଯାଉଛି। ନିଜ ଜନ୍ମ କଲା ପୁଅ ନିଜ ବାପାକୁ ଏକ କାଠ ଫାଳିଆରେ ପିଟିପଟି ହତ୍ଯା କରିଛି । କୁମଡି ଗ୍ରାମର ଟିକେଶ୍ବର କାଲୋଙ୍କର ତାଙ୍କ ସାନ ପୁଅ ପୁଅ ସଞ୍ଜୟ କାଲୋ ବାପ ଓ ପୁଅ ମଧ୍ୟରେ ଘରୋଇ କଳହକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା ।

ଫଳରେ ପୁଅ ସଞ୍ଜୟ ଉତ୍ତ୍ୟକ୍ତ ହୋଇ ଘରେ ଥିବା କାଠ ଫାଳିଆରେ ବାପାକୁ ନିର୍ଧୁମ ପିଟିଥିଲା। ଫଳରେ ଘଟଣା ସ୍ଥଳରେ ବାପାଙ୍କର ମୃତ୍ୟୁ ହୋଇଥିଲା। ସ୍ଥାନୀୟ ଲୋକେ ଦେଖି ପୋଲିସକୁ ଖବର ଦେଇଥିଲେ। ଖବର ପାଇ ମହୁଲପଦା ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଶବକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇବା ସହ ଅଭିଯୁକ୍ତ ପୁଅକୁ ଥାନାରେ ଅଟକ ରଖି ପଚରାଉଚରା କରିବା ସହିତ ଘଟଣାର ତଦନ୍ତ ଚଳାଇଥିବା ଜଣାପଡ଼ିଛି।

Popular Articles