Saturday, August 8, 2020
Home District News ଯୋଗାଣ ନିରୀକ୍ଷକଙ୍କୁ ମାଡମାରି : ୪ ଗିରଫ

ଯୋଗାଣ ନିରୀକ୍ଷକଙ୍କୁ ମାଡମାରି : ୪ ଗିରଫ

ରିପୋର୍ଟ: ଧ୍ରୁବରାଜ ମିଶ୍ର //
ବିନିକା (୨୨/୦୭): ବିନିକା ବ୍ଲକ ସେଲେଡି ଗ୍ରାମ ପଂଚାୟତ କାର୍ଯ୍ୟାଳୟ ପରିସରରେ ସୋମବାର ପିଡ଼ିଏସ ଚାଉଳ ନିମ୍ନମାନର ବଣ୍ଟନ କରାଯାଇଥିବା ନେଇ ତୁଲୁଣ୍ଡୁପାଲି ଗ୍ରାମର କେତେକ ବ୍ୟକ୍ତି ଅଭିଯୋଗ କରିଥିଲେ ।

ସେଥି ମଧ୍ୟରୁ ଉକ୍ତ ଗ୍ରାମର ଅରୁଣ ଭୋଇ ଯୋଗାଣ ନିରୀକ୍ଷକ ଦିବ୍ୟସିଂହ ବଡ଼ମାଳିଙ୍କୁ ଫୋନ ମାଧ୍ୟମରେ ଜଣାଇଥିଲେ । ତାଙ୍କ ଅଭିଯୋଗକୁ ଭିତ୍ତିକରି ଚାଉଳ ଯାଂଚ କରିବା ପାଇଁ ସେଲେଡି ପଂଚାୟତ କାର୍ଯ୍ୟାଳୟକୁ ଯୋଗାଣ ନିରୀକ୍ଷକ ଶ୍ରୀ ବଡ଼ମାଲି ଯାଇଥିଲେ । ସେ ପହଞ୍ଚବାକ୍ଷଣି ଉକ୍ତ ଗ୍ରାମର ଅରୁଣ ଭୋଇ , ପ୍ରଦୀପ ଭୋଇ , ଚମ୍ପେଶ୍ୱର ଭୋଇ ଓ ଅଶୋକ ବାରିକ ଯୋଜନା ମୁତାବକ ଯୋଗାଣ ନିରୀକ୍ଷକ ବଡ଼ମାଳିଙ୍କୁ ମାଡ଼ମାରି ମରଣାନ୍ତକ ଆକ୍ରମଣ କରିଥିଲେ । ପରେ କେତେ ଲୋକ ହସ୍ତକ୍ଷେପ କରିଦେବାପରେ ସେଠାରୁ ମୁକୁଲିଥିଲେ । ଏ ନେଇ ମହାଦେଵପାଲି ପୁଲିସକୁ ଫୋନ କରିଥିଲେ । ପୁଲିସ ଷ୍ଟାଫ ଘଟଣାସ୍ଥଳକୁ ଆସିବାପରେ ମହାଦେଵପାଲି ଫାଣ୍ଡିକୁ ଯୋଗାଣ ନିରୀକ୍ଷକ ଦିବ୍ୟସିଂହ ବଡ଼ମାଲି ଯାଇ ଘଟଣା ସମ୍ପର୍କରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଏକ ମକଦମା ରୁଜୁକରି ଏଥିରେ ସମୃକ୍ତ ଥିବା ଅରୁଣ ଭୋଇ (୩୫), ପ୍ରଦୀପ ଭୋଇ (୪୫) , ଚମ୍ପେଶ୍ୱର ଭୋଇ (୩୮) ଓ ଅଶୋକ ବାରିକ (୪୦) କୁ ଗିରଫ କରି ଗତକାଲି ବିନିକା କୋର୍ଟ ରେ ହଜାର କରିଥିଲେ । କିନ୍ତୁ ସେମାନଙ୍କ ଜାମିନ କୋର୍ଟ ରେ ନାମଞ୍ଜୁର ହୋଇଯିବାରୁ ସମସ୍ତଙ୍କୁ ସୋନପୁର ଜେଲ ହାଜତକୁ ପଠାଇ ଦିଆଯାଇଛି ।

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ଦୁର୍ଘଟଣାରେ ବାଇକ ଆରୋହୀର ମୃତ୍ୟୁ

ରିପୋର୍ଟ: ଧ୍ରୁବରାଜ ମିଶ୍ର // ବିନିକା (୦୭/୦୮): ସୋନପୁର ମୁଖ୍ୟ ରାସ୍ତା ଘୋଡାଧାର ଛକ ଠାରେ ଏକ ବାଇକ ଦୁର୍ଘଟଣାରେ ଚାଲକର ମୃତ୍ୟୁ ହୋଇଯାଇଛି । ଘଟଣାରୁ ପ୍ରକାଶ ଯେ ସୋନପୁର ଥାନା ଅଧନସ୍ତ...

କଲ୍ୟାଣ ସିଂହପୁର ବ୍ଳକରେ ୧୩ ନୁଆଁ କରୋନା ପଜିଟିଭ ଚିହ୍ନଟ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା // କଲ୍ୟାଣ ସିଂହପୁର (ତା ୭/ ୮): ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକ ରେ ଦିନ କୁ ଦିନ କରୋନା ପଜିଟିଭ ଚିହ୍ନଟ ହେବାରେ ଲାଗିଛି...

ବିଦାୟ ସମ୍ବର୍ଦ୍ଧନା ସମାରୋହ, ଅମଳ ବୃଦ୍ଧି ପାଇଁ ଚାଷୀ ଓ କୃଷି କର୍ମଚାରୀଙ୍କ ସମନ୍ୱୟ ଆବଶ୍ଯକ

ରିପୋର୍ଟ: ନିରୋଜ କୁମାର ପାଣି // ପଦ୍ମପୁର (ତା ୭ ୵ ୮): ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ କ୍ରୁଷି କାର୍ଯ୍ୟଳୟରେ ବିଦାୟ ସମ୍ବର୍ଦ୍ଧନା ସମାରୋହ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ବ୍ଲକ କ୍ରୁଷି ଅଧିକାରୀ...

ଟ୍ରେନରେ କଟି ସମାଜସେବୀଙ୍କ ମୃତ୍ୟୁ

ରିପୋର୍ଟ: ବିମଳେନ୍ଦୁ ସାହୁ // ଲୋଇସିଂହା(୦୭/୦୮): ଶୁକ୍ରବାର ଅପରାହ୍ନ ଗୋଟାଏରେ ଲୋଇସିଂହା ନିକଟସ୍ଥ ସେମେଲମୁଣ୍ଡା ଠାରେ ଟ୍ରେନ ଲାଇନରେ କଟିଯାଇ ଜଣକର ମୃତ୍ୟୁ ହୋଇଥିବା ଜଣାଯାଇଛି । ମୃତକ ଜଣକ ହେଲେ ଲୋଇସିଂହାର...

Recent Comments

%d bloggers like this: