1. Best News : ମହାନଦୀ ବନ୍ଧ ଉପରୁ ଯୁବତୀ ଉଦ୍ଧାର

0
63
ମହାନଦୀ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କଟକ, (୧୨/୦୮) : କଟକ ଜିଲ୍ଲାର କିଶନ ନଗର ଥାନା ଅଧିନସ୍ତ ବାରଦା ଗ୍ରାମର ମହାନଦୀ ବନ୍ଧ ଉପରୁ ଯୁବତୀ ଉଦ୍ଧାର ।

ଘଟଣାରୁ ପ୍ରକାଶ ବଡ଼ମ୍ବା ଅଞ୍ଚଳର ମଞ୍ଜୁ ସାହୁ ନାମକ ଯୁବତୀ କଟକରେ ମେଳା ମହୋତ୍ସବରେ ସିକ୍ୟୁରୀଟି ଗାର୍ଡ ଭାବେ କାର୍ଯ୍ୟ କରୁଥିଲା । କିଛି ଦିନ ହେବ କାର୍ଯ୍ୟବନ୍ଦ ଥିବାରୁ ମଞ୍ଜୁଙ୍କ ସାଙ୍ଗ ସିଡିଏ ନଦୀକୂଳରେ ରହୁଥିବା ଦେବାନନ୍ଦ କହିଥିଲେ ତାଙ୍କୁ କାମରେ ଲଗାଇଦେବେ । ସେବେ ଠାରୁ ମଞ୍ଜୁ ଦେବାନନ୍ଦଙ୍କ ଘରେ ରହି ଆସୁଥିଲେ । କୌଣସି କାରଣରୁ ଦେବାନନ୍ଦ ମଞ୍ଜୁଙ୍କ ଉପରେ ବିରକ୍ତ ହୋଇ କହିଲେ ତୁ ସବୁକଥା ମୋ ସ୍ତ୍ରୀ ଆଗରେ କହି ଦେଇଛୁ ତୋତେ ମାରି ଦେବୁ । ଭୋରୁ ଗ୍ରାମବାସୀ ନଦୀ କୂଳରେ ଏ ଭଳି ଅବସ୍ଥାରେ ମଞ୍ଜୁକୁ ଉଦ୍ଧାର କରି ଥାନାକୁ ଫୋନ କରିବାରୁ ପୋଲିସ ଘଟଣା ସ୍ଥଳେ ପହଞ୍ଚି ମଞ୍ଜୁକୁ ମେଡିକାଲ ନେଇ ଚିକିତ୍ସା କରାଇବା ସହ ତଦନ୍ତ ଆରମ୍ଭ କରିଛି ।