Advertisements
Tuesday, August 4, 2020
Home Cultural & Festival ରଙ୍ଗବତୀ ଗୀତର ଗୀତିକାରଙ୍କ ଗାଁ ଏବେ "ରଙ୍ଗବତୀ ବିଲୁଙ୍ଗ " ନାମରେ ନାମିତ

ରଙ୍ଗବତୀ ଗୀତର ଗୀତିକାରଙ୍କ ଗାଁ ଏବେ “ରଙ୍ଗବତୀ ବିଲୁଙ୍ଗ ” ନାମରେ ନାମିତ

ଭୁବନେଶ୍ୱର(ଓଡିଶା ନ୍ୟୁଜ୨୪ ବ୍ୟୁରୋ-୨୨/୦୭): ସାରା ଓଡ଼ିଶା ସମେତ ଦେଶରେ ରଙ୍ଗବତୀ ଗୀତ ବେଶ୍‌ ଚହଳ ସୃଷ୍ଟି କରିଥିଲା । ଏହି ଗୀତର ପୁରୁଷ ଗାୟକ ହେଉଛନ୍ତି ବିଶିଷ୍ଟ କଣ୍ଠଶିଳ୍ପୀ ଜିତେନ୍ଦ୍ର ହରିପାଲ୍‌ । ଏହି ଗୀତ ପାଇଁ ୨୦୧୭ରେ ତାଙ୍କୁ ପଦ୍ମଶ୍ରୀ ପୁରଷ୍କାରରେ ସମ୍ମାନିତ ମଧ୍ୟ କରାଯାଇଛି । ଏହାର ଗୀତିକାର ଥିଲେ ମିତ୍ରଭାନୁ ଗୌନ୍ତିଆ । ଗୀତିକାର ମିତ୍ରଭାନୁଙ୍କ ଗାଁ ବିଲୁଙ୍ଗର ନାମକରଣ ରଙ୍ଗବତୀ ବିଳୁଙ୍ଗ କରାଯାଇଛି ।

ଓଡ଼ିଶାର ଅନେକ ଲୋକପ୍ରିୟ ଗୀତ ମଧ୍ୟରୁ ରଙ୍ଗବତୀ ଗୀତ ହେଉଛି ଅନ୍ୟତମ । ତେବେ ଗୋଟିଏ ଗ୍ରାମର ନାମକରଣ କୌଣସି ଗୀତ ନାମରେ ହେବା ସମ୍ଭବତଃ ଏହା ପ୍ରଥମ ଘଟଣା । ସମ୍ବଲପୁର ଜିଲ୍ଲାର ବାମରା ତହସିଲ ଅନ୍ତର୍ଗତରେ ଏହି ଗ୍ରାମ ଆସୁଛି । ଗୀତିକାର ମିତ୍ରଭାନୁଙ୍କ ସମ୍ମାନାର୍ଥେ ଏବଂ ପ୍ରଥମ ଥର ସମ୍ବଲପୁରରେ ଏହି ଗୀତ ରେକର୍ଡ ହୋଇଥିବାରୁ ବିଲୁଙ୍ଗ ଗାଁକୁ ଏବେ ରଙ୍ଗବତୀ ବିଲୁଙ୍ଗ ନାଁରେ ନାମିତ କରାଯାଇଛି । ଏଥିପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ନୋ ଅବ୍‌ଜେକ୍ସନ୍‌ ସାର୍ଟିଫିକେଟ୍‌ ମଧ୍ୟ ଆସିସାରିଛି । ଏଭଳି ଘଟଣା ଭାରତ ଇତିହାସରେ ବିରଳ ବୋଲି କୁହାଯାଉଛି । ରଙ୍ଗବତୀ ଗୀତ ପ୍ରଥମେ ୧୯୭୫-୭୬ ମସିହାରେ ସମ୍ବଲପୁରର ଅଲ ଇଣ୍ଡିଆ ରେଡିଓ (ଏଆର)ରେ ରେକର୍ଡ କରାଯାଇଥିଲା । ଏହାର ବ୍ୟାପକ ଲୋକପ୍ରିୟତା ପରେ, ଇଣ୍ଡିଆନ୍ ରେକର୍ଡ ମାନୁଫକ୍ଚରିଂ କମ୍ପାନୀ ଲିମିଟେଡ୍ (INRECO), ଏହି ଗୀତକୁ ୧୯୭୬ରେ ଡିସ୍କ ଫର୍ମାଟରେ ରେକର୍ଡ କରାଯାଇଥିଲା । କିନ୍ତୁ ଏହି ଡିସ୍କ ୧୯୭୮-୭୯ରେ ମୁକ୍ତିଲାଭ କରିଥିଲା । ଏହି ଗୀତ ମ୍ୟୁଜିକ୍‌ କମ୍ପୋଜର ଥିଲେ ସ୍ୱର୍ଗତ ପ୍ରଭୂଦତ୍ତ ପ୍ରଧାନ । ଏହି ଗୀତରେ ଜିତେନ୍ଦ୍ର ହରିପାଲଙ୍କ ସହ-ଗାୟକ ହେଉଛନ୍ତି କ୍ରୀଷ୍ଣା ପଟେଲ ।

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Leave a Reply

This site uses Akismet to reduce spam. Learn how your comment data is processed.

Most Popular

କଣ୍ଟେନମେଣ୍ଟ ଜୋନରେ ସରକାରୀ ନିୟମକୁ ଖୋଲା ଖୋଲି ଉଲଂଘନ

ରିପୋର୍ଟ: କପିଳେନ୍ଦ୍ରଦେବ ସାମନ୍ତରାୟଲମତାପୁଟ (ତା: ୩/୮): ମୁଖ୍ୟ ଦୈନିକ ବଜାରର କଣ୍ଟେମେଣ୍ଟ ଜୋନ ରେ ସରକାର ନିୟମକୁ ଖୋଲା ଖୋଲି ଉଲଂଘନ କରାଯାଉଛି।ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା ଲମତାପୁଟ...

କୋଟପାଡ ଠାରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ନୂତନ କୋଠା ଉଦଘାଟିତ

କୋରାପୁଟ (୦୩/୦୮): ରବି ଶଙ୍କର ମହାପାତ୍ର //କୋରାପୁଟ (୦୩/୦୮): କୋଟପାଡ ସୌରା ସାହି ଶ୍ରୀ ଲିଙ୍ଗରାଜ ଭବନରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ରବିବାର ସନ୍ଧ୍ୟାରେ ରୀତିମତ ପୂଜାପାଠ ଓ...

ନଦୀରେ ବୁଡ଼ି ଯାଇଥିବା ମହିଳାଙ୍କୁ ଉଦ୍ଧାର କଲେ ଯୁବକ

ରିପୋର୍ଟ: ସତ୍ୟଜିତ ବାରିକ //ଯାଜପୁର ( ୦୩/୦୮): ଯାଜପୁର ଜିଲ୍ଲା ବରୀ ବ୍ଲକ ଅନ୍ତର୍ଗତ ଉଦୟନାଥ ପୁର ଗ୍ରାମର ବୁରୁନ୍ଦା ଦାସ ଙ୍କ ପତ୍ନୀ ସ୍ମିତାରାଣି ଦାସ (୫୮)...

ସହିଦ ପୀଠରେ ସହିଦ୍ ଙ୍କ ସ୍ମୃତି ଚାରଣ କଲେ ବରୀ ବିଧାୟିକା

ରିପୋର୍ଟ: ସତ୍ୟଜିତ ବାରିକ //ଯାଜପୁର (୦୩/୦୮): ୯୪୨ ମସିହା ରେ ହୋଇଥିବା ଭାରତଛାଡ଼ ଆନ୍ଦୋଳନରେ ଭାରତ ଦେଶ ତାର ସ୍ୱାଧୀନତା ପାଇଁ ଯେଉଁ ଆନ୍ଦୋଳନ ଆରମ୍ଭ ହୋଇଥିଲା |

Recent Comments

%d bloggers like this: