1. Best News : ଜନ୍ମମାଟି ରେ ପହଞ୍ଚିଲା ମମିତା ନାଏକଙ୍କ ମର ଶରୀର

0
45
ଜନ୍ମମାଟି

ରିପୋର୍ଟ : ସନ୍ତୋଷ କୁମାର ନାୟକ
ସୁବର୍ଣ୍ଣପୁର, (୧୦/୦୮) : ଜନ୍ମମାଟି ଡୁଙ୍ଗୁରି ଗ୍ରାମରେ ପହଞ୍ଚିଲା ହାଇଦ୍ରାବାଦ ଆଇଆଇଟିରେ ପଢୁଥିବା ଛାତ୍ରୀ ମମିତା ନାଏକଙ୍କ ମର ଶରୀର lWhatsApp Image 2023 08 10 at 21.44.25 1. Best News : ଜନ୍ମମାଟି ରେ ପହଞ୍ଚିଲା ମମିତା ନାଏକଙ୍କ ମର ଶରୀର

ଗାଁ’ରେ ଶୋକାକୁଳ ପରିବେଶ, ବହୁମାନ୍ୟ ଗଣ୍ୟ ବ୍ୟକ୍ତି କଲେ ଶେଷ ଦର୍ଶନ l ଆତ୍ମ ହତ୍ୟା ନୁହେଁ ସୁପରିକଳ୍ପିତ ହତ୍ୟା କାଣ୍ଡ, ମହାନଦୀ ରେ କରାଗଲା ଅନ୍ତିମ ସଂସ୍କାର,ବାପା ଦୁଃଖି ଶ୍ୟାମ ଦେଲେ ମୁଖାଗ୍ନୀ l ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅଧିନ ସୁବଳୟା ଥାନା ଅନ୍ତର୍ଗତ ଡୁମୁରି ଗାଁ’ର ଦୁଃଖିଶ୍ୟାମ ନାଏକଙ୍କ ତିନି ପୁଅରେ ଗୋଟିଏ ଝିଅ ମମିତା । ବ୍ୟବସାୟ କରି ଦୁଃଖିଶ୍ୟାମ ପିଲାମାନଙ୍କୁ ଭଲ ପାଠ ପଢ଼ାଇ ପାରିଛନ୍ତି । ବଡ଼ପୁଅ ଦିବ୍ୟାଙ୍ଗ ହୋଇଥିବା ବେଳେ ଅନ୍ୟ ୨ ପୁଅ ପାଠ ପଢ଼ି ସାରି ବେରୋଜଗାର ଅଛନ୍ତି । ଝିଅ ମମିତା ଇଞ୍ଜିନିୟର ହୋଇ ପରିବାରର ଆର୍ଥିକ ସମସ୍ୟା ଦୂର କରିବେ ବୋଲି ଆଶା ରଖିଥିଲେ ।

କିନ୍ତୁ ତାଙ୍କର ସ୍ବପ୍ନ ପୂରା ହୋଇପାରିଲା ନାହିଁ l ଦୁଃଖିଶ୍ୟାମ ଙ୍କ ଦୁଃଖ ବଢ଼ିଯାଇଛି । ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି-ହାଇଦ୍ରାବାଦ (ଆଇଆଇଟି-ଏଚ୍) ହଷ୍ଟେଲ୍‌ ରୁମ୍‌ରେ ସୋମବାର ବେକରେ ରଶି ଲଗାଇ ଝୁଲିପଡ଼ିଥିଲେ ଓଡ଼ିଆ ଝିଅ ମମିତା ନାଏକ । ଆଇଆଇଟି ହାଇଦ୍ରାବାଦ ର ଅଧ୍ୟକ୍ଷ ମମିତାଙ୍କ ପରିବାର ଲୋକଙ୍କୁ ଏହି ଦୁଃଖଦ ଖବର ଜଣାଇଥିଲେ। ମମିତାଙ୍କ କାକା ଯଜ୍ଞଶ୍ବର ନାଏକ (ପ୍ରସାଦ) ଓ ସମାଜସେବୀ ଦାମୋଦର ହୋତା ହାଇଦ୍ରାବାଦ ଯାଇ ପହଞ୍ଚିବା ପରେ ଯାହା ଦେଖିଲେ ମମିତା କେବେ ଆତ୍ମ ହତ୍ୟା କରିନଥିବ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି କହିଛନ୍ତି ପରିବାର ଲୋକେ ।

ସୁଇସାଇଡାଲ୍ ନୋଟ୍ ସମ୍ପୁର୍ଣ୍ଣ ମିଥ୍ୟା ବୋଲି କହିବା ସହିତ ସିବିଆଇ ତଦନ୍ତ ଦାବି କରିଛନ୍ତି ପରିବାର ଲୋକେ ଓ ବୀରମହାରାଜପୁରର ବ୍ଳକ ଉପାଧ୍ୟକ୍ଷ ନାରାୟଣ ଲୁହା । ‌ମିଳିଥିବା ସୁଚନା ଅନୁସାରେ ହାଇଦ୍ରାବାଦ୍‌ରେ ପହଞ୍ଚି ବୁଧବାର ସକାଳୁ ଇଣ୍ଡିକୋ ବିମାନରେ ଭୁବନେଶ୍ୱର ଆଣିବା ପରେ ସେଠାରୁ ଏକ ଆମ୍ବୁଲାନ୍ସ ଯୋଗେ ମମିତାଙ୍କ ମର ଶରୀର ଜନ୍ମ ମାଟି ଡୁଙ୍ଗୁରି ଗ୍ରାମରେ ଦିନ ୨ଟାରେ ପହଞ୍ଚିଥିଲ । ବୁଧବାର ଡୁଙ୍ଗୁରି ଗ୍ରାମରେ ମମିତାଙ୍କ ମର ଶରୀର ପହଞ୍ଚିବା ପରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । କାନ୍ଦ ବୋବାଳି ରେ ଫାଟି ଯାଇଥିଲା ଗାଁ ଦାଣ୍ଡ ।

ମମିତାଙ୍କ ସାଙ୍ଗ ସାଥି, ଗାଁ ପରିବାର ଏପରିକି ସ୍କୁଲ ଛାତ୍ରଛାତ୍ରୀ ଓ ଅଞ୍ଚଳର ବହୁମାନ୍ୟ ଗଣ୍ୟ ବ୍ୟକ୍ତି ମମିତାଙ୍କ ଶେଷ ଦର୍ଶନ କରିଥିଲେ । ଏଠାରେ ସୂଚାଇ ଦିଆଯାଇପାରେଯେ ମମିତା ଜଣେ ମେଧାବୀ ଛାତ୍ରୀ ଥିଲେ । ସୂଚନାଯୋଗ୍ୟ, ୧୯ ବର୍ଷୀୟ ମମିତା ନାୟକ ଚଳିତବର୍ଷ ଆଇଆଇଟି ହାଇଦ୍ରାବାଦରେ ଇଞ୍ଜିନିୟରିଂ ଛାତ୍ରୀ ଭାବେ ନିଜର ନାମ ଲେଖାଇଥିଲେ। ସେ ଜୁଲାଇ ୨୬ ତାରିଖରେ ଆଇଆଇଟିକୁ ଆସିଥିଲେ । ସେଥିପାଇଁ ସେ ହାଇଦ୍ରାବାଦ ଆଇଆଇଟିରେ ଫ୍ରି ସିଟ୍ ମଧ୍ୟ ପାଇଥିଲେ । କିନ୍ତୁ ମମତାଙ୍କ ଆତ୍ମ ହତ୍ୟା କୁ ସମ୍ପୁର୍ଣ୍ଣ ଭାବରେ ଅସ୍ବୀକାର କରିଛନ୍ତି ମମତାଙ୍କ ପରିବାର ଲୋକ ଓ ଗ୍ରାମବାସୀ । ମମିତାଙ୍କ ଅନ୍ତିମ ସଂସ୍କାର ଐତିହାସିକ ଗୋଧର୍ଣ୍ଣେଶ୍ବର ମହାନଦୀ ଠାରେ କରାଯାଇଛି ।

ମମିତାଙ୍କ ପିତା ଦୁଃଖିଶ୍ୟାମ ନାଏକ ମୁଖାଗ୍ନୀ ଦେଇଥିଲେ । ଅନ୍ତିମ ସଂସ୍କାର ରେ ବୀରମହାରାଜପୁରର ବ୍ଳକ ଅଧ୍ୟକ୍ଷା ଶାନ୍ତି ଲୁହା, ଉପାଧ୍ୟକ୍ଷ ନାରାୟଣ ଲୁହା, ଖଣ୍ଡହତା ସମିତି ସଭ୍ୟ ବିନୋବା ନନ୍ଦ ପଧାନଙ୍କ ସମେତ ଶତାଧିକ ବନ୍ଧୁ ଓ ପରିବାର ଆତ୍ମିୟ ସ୍ବଜନ ଉପସ୍ଥିତ ଥିଲେ । ସେପଟେ ସ୍ଵର୍ଗତା ମମିତା ନାଏକଙ୍କ ମାଁ ଝିଅ ର ମର ଶରୀର ଦେଖିବା ପରେ ସଂଜ୍ଞା ହୀନ ହୋଇଯିବାରୁ ତାଙ୍କୁ ବୀରମହାରାଜପୁରର ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବା ଜଣାପଡିଛି l