Saturday, August 8, 2020
Home Cultural & Festival ବର୍ଷିଆନ କଳାକାର ସହ ପ୍ରଖ୍ୟାତ ନାଟ୍ୟନିର୍ଦେଶକ ସୁରେଶ ସାହୁଙ୍କ ପରଲୋକ

ବର୍ଷିଆନ କଳାକାର ସହ ପ୍ରଖ୍ୟାତ ନାଟ୍ୟନିର୍ଦେଶକ ସୁରେଶ ସାହୁଙ୍କ ପରଲୋକ

ବଲାଙ୍ଗିର (ଓଡିଶା ନ୍ୟୁଜ୨୪-ବ୍ୟୁରୋ -୨୧/୦୭): ଗତକାଲି ଓଲିଉଡ଼ ଜଗତର ପ୍ରସିଦ୍ଧ କଳାକାର ତଥା ନିର୍ଦ୍ଦେଶକ ବିଜୟ ମହାନ୍ତି ଙ୍କ ତିରୋଧାନ ହେବାକୁ ୨୪ଘଂଟା ନ ପୂରୁଣୁ ଆଜି ବଲାଙ୍ଗୀର ଜିଲ୍ଲା ର ସୁନାମଧନ୍ୟ କଳାକାର ତଥା ନାଟ୍ୟ ନିର୍ଦ୍ଦେଶକ ଶ୍ରୀ ସୁରେଶ ସାହୁଙ୍କ ଅକାଳ ବିୟୋଗ ବଲାଙ୍ଗୀର ବାସୀଙ୍କୁ ସ୍ତବ୍ଧ କରିଦେଇଛି |

ଶ୍ରୀ ସାହୁ ଜଣେ କଳାକାର ହେବା ସହ ନାଟ୍ୟ ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି | କିଛି ଆଞ୍ଚଳିକ ଫିଲ୍ମରେ ମଧ୍ୟ ନିଖୁଣ ଅଭିନୟ କରି ଏ ଅଂଚଳର କଳାକୁ ଆଗେଇନେବାରେ ଅନେକ ଅବଦାନ ଦେଇଛନ୍ତି | ହେଲେ ଆଜି ହଠାତ ନିଧନ ହେବା ନେଇ ସାରା ବଲାଙ୍ଗୀର କଳାପ୍ରେମୀ ଗହଣରେ ଶୋକର ଛାୟା ଖେଳିଯାଇଛି | ସେ ଅନେକ କଳାସଂସ୍କୃତି ସଂସ୍ଥା ସହ ଅଙ୍ଗାଅଙ୍ଗୀ ଭାବେ ଜଡିତ ଥିଲେ | ତାଙ୍କ ଅମର ଆତ୍ମାର ସଦ୍ଗତି ପାଇଁ ଅନେକ ବୁଦ୍ଧିଜୀବୀ ତଥା କଳାକାର ନିଜର ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି |

ତାଙ୍କ ମୃତ୍ୟୁରେ ଶୋକ ସନ୍ତପ୍ତ ପରିବାର ସହ ନିଜକୁ ସାମିଲ କରି ଅନେକ କଳାକାର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ |

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ଦୁର୍ଘଟଣାରେ ବାଇକ ଆରୋହୀର ମୃତ୍ୟୁ

ରିପୋର୍ଟ: ଧ୍ରୁବରାଜ ମିଶ୍ର // ବିନିକା (୦୭/୦୮): ସୋନପୁର ମୁଖ୍ୟ ରାସ୍ତା ଘୋଡାଧାର ଛକ ଠାରେ ଏକ ବାଇକ ଦୁର୍ଘଟଣାରେ ଚାଲକର ମୃତ୍ୟୁ ହୋଇଯାଇଛି । ଘଟଣାରୁ ପ୍ରକାଶ ଯେ ସୋନପୁର ଥାନା ଅଧନସ୍ତ...

କଲ୍ୟାଣ ସିଂହପୁର ବ୍ଳକରେ ୧୩ ନୁଆଁ କରୋନା ପଜିଟିଭ ଚିହ୍ନଟ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା // କଲ୍ୟାଣ ସିଂହପୁର (ତା ୭/ ୮): ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକ ରେ ଦିନ କୁ ଦିନ କରୋନା ପଜିଟିଭ ଚିହ୍ନଟ ହେବାରେ ଲାଗିଛି...

ବିଦାୟ ସମ୍ବର୍ଦ୍ଧନା ସମାରୋହ, ଅମଳ ବୃଦ୍ଧି ପାଇଁ ଚାଷୀ ଓ କୃଷି କର୍ମଚାରୀଙ୍କ ସମନ୍ୱୟ ଆବଶ୍ଯକ

ରିପୋର୍ଟ: ନିରୋଜ କୁମାର ପାଣି // ପଦ୍ମପୁର (ତା ୭ ୵ ୮): ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ କ୍ରୁଷି କାର୍ଯ୍ୟଳୟରେ ବିଦାୟ ସମ୍ବର୍ଦ୍ଧନା ସମାରୋହ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ବ୍ଲକ କ୍ରୁଷି ଅଧିକାରୀ...

ଟ୍ରେନରେ କଟି ସମାଜସେବୀଙ୍କ ମୃତ୍ୟୁ

ରିପୋର୍ଟ: ବିମଳେନ୍ଦୁ ସାହୁ // ଲୋଇସିଂହା(୦୭/୦୮): ଶୁକ୍ରବାର ଅପରାହ୍ନ ଗୋଟାଏରେ ଲୋଇସିଂହା ନିକଟସ୍ଥ ସେମେଲମୁଣ୍ଡା ଠାରେ ଟ୍ରେନ ଲାଇନରେ କଟିଯାଇ ଜଣକର ମୃତ୍ୟୁ ହୋଇଥିବା ଜଣାଯାଇଛି । ମୃତକ ଜଣକ ହେଲେ ଲୋଇସିଂହାର...

Recent Comments

%d bloggers like this: