Thursday, October 1, 2020
Home Business & Private ସାପ୍ତାହିକ ବଜାରରୁ ସରପଞ୍ଚଙ୍କ ଟଙ୍କା ଆଦାୟ

ସାପ୍ତାହିକ ବଜାରରୁ ସରପଞ୍ଚଙ୍କ ଟଙ୍କା ଆଦାୟ

ରିପୋର୍ଟ: ବିମଳେନ୍ଦୁ ସାହୁ //
ଲୋଇସିଂହା(୨୦/୦୭): ବଲାଂଗୀର ଜିଲ୍ଲା ଲୋଇସିଂହା ଥାନା ଅଧିନ ତଥା ଆଗଲପୁର ପଂଚାୟତ ନଅଗାଁ(କ) ଗ୍ରାମରେ ପ୍ରତି ଶନିବାର ସାପ୍ତାହିକ ବଜାର ବସିଥାଏ । ତେବେ ମହାମାରୀ କରୋନା ପାଇଁ ଶନିବାର ସଟଡ଼ାଉନ ହେଉଥିବା ପରିପ୍ରେକ୍ଷୀରେ ଏଠାରେ ପ୍ରତି ଶୁକ୍ରବାର ସାପ୍ତାହିକ ବଜାର ବସୁଥିବା ଜଣାଯାଏ ।

ତେବେ ସ୍ଥାନୀୟ ସରପଞ୍ଚ ନିଜର କିଛି ସମର୍ଥକଙ୍କ ସହିତ ମିଶି ବଜାରକୁ ପନିପରିବା ଏବଂ କୃଷିଜାତ ସାମଗ୍ରୀ ବିକ୍ରି କରିବାକୁ ଆସିଥିବା ଚାଷୀ ଓ ବେପାରୀ ମାନଙ୍କ ଠାରୁ ଟଙ୍କା ଆଦାୟ କରୁଥିବା ଘଟଣା ପ୍ରଚାର ହେବା ପରେ ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି । ଏହି ବଜାରକୁ ପଂଚାୟତ ତରଫରୁ ନିଲାମ କରାଯାଇ ନ ଥିଲେ ହେଁ ସରପଞ୍ଚ ଆନନ୍ଦ ବିଶି, ୱାର୍ଡ ସଭ୍ୟ ସାଧୁ ମେହେର ଏବଂ ଜନୈକ ୱାର୍ଡ ସଭ୍ୟଙ୍କ ସ୍ୱାମୀଙ୍କ ସହିତ ମିଶି ଚାଷୀ ତଥା ବେପାରୀଙ୍କ ଠାରୁ ଟଙ୍କା ଅସୁଲି କରୁଥିବା ଘଟଣା ସାଧାରଣରେ ଆଲୋଚନାର ଖୋରାକ ଯୋଗାଇଛି । ଏପରିକି ବଜାରରେ କୋଭିଡ ସଂକ୍ରାନ୍ତୀୟ ସମସ୍ତ ନିୟମ କାନୁନ କୁ ଏଠାରେ ଖୋଲାଖୋଲି ଉଲ୍ଲଙ୍ଘନ କରାଯାଇ ଥିବା ଦେଖିବାକୁ ମିଳିଛି ।

ବଜାରରେ କେହି ସାମାଜିକ ଦୂରତ୍ୱ ରଖି କିଣାବିକା କରୁ ନଥିବା ବେଳେ ସରପଞ୍ଚ ଏବଂ ତାଙ୍କ ସମର୍ଥକଙ୍କ ସମେତ ବେପାରୀ ଓ ଗ୍ରାହକ ମାନେ ମଧ୍ୟ ମୁହଁରେ ମାସ୍କ ବ୍ୟବହାର କରି ନଥିବା ଦେଖିବାକୁ ମିଳିଛି । କରୋନା କଟକଣାକୁ ଖାତିର ନ କରି ଜିଲାପାଳ କ୍ଷମତାପ୍ରାପ୍ତ ସରପଞ୍ଚଙ୍କ ଏତାଦୃଶ କାର୍ଯ୍ୟକଳାପ ଯୋଗୁଁ ଲୋକଙ୍କ ଜୀବନ ଜୀବିକା ବିପଦ ମୁହାଁ ହୋଇଥିବା ଅଭିଯୋଗ ହେଉଛି । ଏଥିପ୍ରତି ସ୍ଥାନୀୟ ପ୍ରଶାସନ ଦୃଷ୍ଟି ଦେଇ ପଦକ୍ଷେପ ନେବା ପାଇଁ ଦାବି ହେଉଛି ।

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ବଡ ଖବର: ରାଜ୍ୟର ୩୦ ଜିଲ୍ଲାରୁ ପୁଣି ୩୬୧୫ ପଜିଟିଭ ଚିହ୍ନଟ, ବଲାଙ୍ଗୀର ରୁ ୮୧, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ଭୁବନେଶ୍ୱର (୦୧/୧୦): ସାରା ରାଜ୍ୟରେ କରୋନା ମାଡିବାରେ ଲାଗିଛିି । ଏହାରି ମଧ୍ୟରେ ଆଜି ପୁଣି ୩୦ ଜିଲ୍ଲାରୁ ୩୬୧୫ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୨୧୧୮...

ନୂତନ ଭାବେ ନିର୍ମାଣ ତହସିଲ ଓ ଉପ ନିବନ୍ଧକ କାର୍ଯ୍ୟାଳୟ କୋଠା ସ୍ଥାନାନ୍ତର ପାଇଁ ସଚେତନ ନାଗରୀକ କମିଟି ପକ୍ଷରୁ ମୂଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

ରିପୋର୍ଟ: ଜଗଦୀଶ ଦାସ // ଜି.ଉଦୟଗିରି (୩୦/୦୯): -ଜି.ଉଦୟଗିରିରେ ଅବସ୍ଥିତ ତହସିଲ କାର୍ଯ୍ୟାଳୟ ଓ ଉପ-ନିବନ୍ଧକ କାର୍ଯ୍ୟାଳୟ ବହୁ ପୁରୁଣା ହୋଇଥିବାବେଳେ ଏବେ ନୂତନ ଭାବେ ନିର୍ମାଣ କରିବା ପାଇଁ ଟେଣ୍ଡର ସରି ଠିକାଦାର...

ଯୁବକ ସଂଘ ପକ୍ଷରୁ ରାସ୍ତା ସଫା କରାଗଲା

ରିପୋର୍ଟ: ଜଗଦୀଶ ଦାସ // ରାଇକିଆ (୩୦/୦୯):କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ବଡବାରବା ପଞ୍ଚାୟତ ର ଯୁବକ ସଙ୍ଘ ତରଫରୁ ରାସ୍ତା ଓ ଡ୍ରେନ ସଫା କରିଥିବା ଦେଖିବାକୁ ମିଳିଛି। ବଡବାରବା ପାଞ୍ଚ ନମ୍ବର...

ଘୁମୁସର ତାଲୁକା ବିଶ୍ୱକର୍ମା ସମାଜର ବଦାନ୍ୟତା, ପକ୍ଷାଘାତ ରୋଗୀଙ୍କୁ ଅର୍ଥରାଶି ପ୍ରଦାନ

ରିପୋର୍ଟ: ରାକେଶ ମହାରଣା // କୋଦଳା ୨୯/୦୯): ଗଣମାଧ୍ୟମରେ ଲୋକନାଥ ମହାରଣା ଅସହାୟତା ନେଇ ଖବର ପ୍ରସାରଣ ହେବା ପରେ ଦକ୍ଷିଣ ଓଡିଶା ବିଶ୍ୱକର୍ମା ସମାଜ, ଘୁମୁସର ତାଲୁକା ର ସଭାପତି ସମେତ କାର୍ଯ୍ୟକର୍ତ୍ତା...

Recent Comments

%d bloggers like this: