1. Big news : ଆଦିବାସୀ ସଙ୍ଘର୍ଷ ମୋର୍ଚ୍ଚା ପାଳନ କଲା ବିଶ୍ଵ ଆଦିବାସୀ ଦିବସ

0
63
ଆଦିବାସୀ

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣୁପୁର, (୯/୮) : ଆଜି ଆଦିବାସୀ ସଂଘର୍ଷ ମୋର୍ଚ୍ଚା (ASM) ତରଫରୁ ଆଦିବାସୀ ମାନଙ୍କ ପାରମ୍ପରିକ ନାଚ ଗୀତ ସହ ଗୁଣପୁର ଉପଜିଲ୍ଲାପାଳ ଓ ବନ ଅଧିକାରୀ କାର୍ଯ୍ଯାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ୧୭ ଦଫା ଦାବି ପତ୍ର ପ୍ରଦାନ କରାଯାଇଥିଲା ।

ଏହି ଆଦିବାସୀ ସମାବେଶରେ ଗୁଣୁପୁର ବ୍ଲକ ର ବିଭିନ୍ନ ପଞ୍ଚୟତରୁ ଶତାଧିକ ପୁରୁଷ ଓ ମହିଳା ଯୋଗ ଦେଇଥିଲେ । ପାରମ୍ପରିକ ନାଚ ଗୀତରେ ଗୁଣୁପୁର ରାଜରାସ୍ତା ଦୁଲୁକି ଉଠୁଥିଲା । ଏହି ଅବସରରେ ମହାମହିମ ରାଷ୍ଟ୍ରପତି ଙ୍କ ନିକଟରେ କେତେକ ଦାବି ଉପସ୍ଥାପନ କରିଥିଲେ । ତା ମଧ୍ୟରୁ କେତୋଟି ମୁଖ୍ୟ ଦାବି ଗୁଡିକ ହେଲା ମଧ୍ୟପ୍ରଦେଶ ଏବଂ ଉତ୍ତରପ୍ରଦେଶର ଦୁଇଟି ଘୃଣ୍ୟ ପରିସ୍ରା ଅତ୍ୟାଚାର ଏବଂ ମଣିପୁରରେ ଆଦିବାସୀଙ୍କ ପ୍ରତି ହୋଇଥିବା ଅତ୍ୟାଚାରର ସୁପ୍ରିମକୋର୍ଟ ତଦାରଖ କରିବା ସହ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ନିବାରଣ ଆଇନ୍ – ୧୯୮୯ ଅଧିନିୟମ ଅନୁଯାୟୀ ଗଠିତ ବିଭିନ୍ନ କମିଟି ନିୟମିତ ସମୀକ୍ଷା କରିବା ଏବଂ ଆଦିବାସୀଙ୍କ ସୁରକ୍ଷା ପାଇଁ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେବା, ମଣିପୁରରେ ହୋଇଥିବା ହିଂସାକୁ ବନ୍ଦ କରି ସମସ୍ତ ପୀଡ଼ିତଙ୍କ ପରିବାରକୁ କ୍ଷତିପୂରଣ ଦେବା ଏବଂ ଯେଉଁମାନେ ସମ୍ପତି ହରାଇଲେ ।

ସେମାନେ ସମ୍ପତି ଫେରିପାଇବା ସହିତ ହତ୍ୟା ଏବଂ ଲୁଣ୍ଠନ ପାଇଁ ଦାୟୀ ବ୍ୟକ୍ତିଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ବିସ୍ଥାପିତମାନେ ନିଜ ଘରକୁ ଫେରିବା କିମ୍ବା ସେମାନଙ୍କୁ ପୁନଃଥଇଥାନ ସୁନିଶ୍ଚିତ କରିବା, ଏକ ଫ୍ୟାକ୍ସ ଫାଇଣ୍ଡିଙ୍ଗ ଦଳର ସଦସ୍ୟଙ୍କ ବିରୋଧରେ ଅପରାଧିକ ମାମଲା ପ୍ରତ୍ୟାହାର କରିବା, କେନ୍ଦ୍ର ଏବଂ ରାଜ୍ୟ ସରକାରମାନେ ୯ ଅଗଷ୍ଟ, ବିଶ୍ଵର ଜନଜାତି ଦିବସକୁ ଜାତୀୟ ଛୁଟିଦିନ ଭାବରେ ଘୋଷଣା କରିବା ,ଭାରତ ନିଶ୍ଚିତ ଭାବରେ ଆଇ ଏଲ ଏ କନଭେସନ ନମ୍ବର ୧୬୯କୁ ଅନୁମୋଦନ କରିବା ।

ଯାହାକି ଆଦିବାସି ସମ୍ପ୍ରଦାୟର ବିଭିନ୍ନ ସୁରକ୍ଷାକୁ ବାଧ୍ୟତାମୂଳକ କରେ ଏବଂ ସେମାନଙ୍କ ସମ୍ପ୍ରଦାୟ ତଥା ପାରମ୍ପରିକ ଜମି ଉପରେ ପ୍ରଭାବ ପକାଉଥିବା ପ୍ରକଳ୍ପଗୁଡ଼ିକରେ ନିଷ୍ପତ୍ତି ନେବାରେ ସେମାନଙ୍କ ଅଂଶଗ୍ରହଣକୁ ନିଶ୍ଚିତ କରିବା, ଆଦିବାସି ପାହାଡା ଜିଲ୍ଲାକୁ ଆସାମରେ ସ୍ଵୟଂଶାସିତ ରାଜ୍ୟ ଭାବରେ ଘୋଷଣା କରିବା, ସମ୍ବିଧାନର ୨୪୪ (ଏ) ୭ ଅନୁଯାୟୀ ୩୦%ରୁ ଅଧିକ ଆଦିବାସୀ ଜନସଂଖ୍ୟା ବିଶିଷ୍ଟ ସମସ୍ତ ସହରାଞ୍ଚଳ ଏବଂ ଗ୍ରାମଗୁଡ଼ିକୁ ଅନୁସୂଚିତ ଅଞ୍ଚଳ ଭାବରେ ଘୋଷଣା କରିବା । ପେସା (PESA) କୁ ମଜବୁତ କରିବା, ଜଙ୍ଗଲ ଅଧିକାର ଆଇନ୍ ୨୦୦୬ ର କଠୋର କାର୍ଯ୍ୟକାରିତା ସହ ପ୍ରତ୍ୟେକ ଭୂମିହୀନ ଆଦିବାସୀ ପରିବାର ପାଇଁ କାର୍ଯ୍ୟକାରୀ କରିବା ।

ବିଦ୍ୟାଳୟ, ଚିକିତ୍ସା ସେବା, ବିଦ୍ୟୁତ୍, ରାସ୍ତା, ପାନୀୟ ଜଳ ଇତ୍ୟାଦି ସହିତ ମୌଳିକ ସୁବିଧା ଯୋଗାଇଦେବା, ଗୁଣପୁର ଓ ରାମନାଗୁଡା, ପଦ୍ମପୁର , ଗୁଡାରୀ ଓ ଅନାନ୍ୟ ବ୍ଲକ ର କୁକୁରୁଗୁଡା, ଶ୍ରିରାମ ପୂର, କାଟିକି, ତାମ୍ଭେଲ ଗୁଡା, ପଣସ ଗୁଡା, ଗରଣ୍ଡା ,ଆଚବା , ଆଡାମଗୁଡା, ପାଲିକିଡାଗଂ , କୋଇଲିକଟା ଅନାନ୍ୟ ଗାଁର ପୂର୍ବ ପୁରୁଷ ଭୋଗ ଦଖଲରେ ଥିବା ଜମିର ପଟା ଯୋଗାଇବା ଓ କୁକୁରୁଗୁଡା ଗାଁ ଆଦିବାସୀ ମାନେ କପା ଚାଷ କରିଥିବା ଜମି ଉପରେ ବନ ବିଭାଗ ପକ୍ଷରୁ ଫସଲ ନଷ୍ଟ କରିବା ବନ୍ଦ କରିବା ପାଇଁ ଚେତାବନୀ ଦେବା ସହ ଦାବିପତ୍ର ପ୍ରଦାନ କରାଯାଇଛି ।

ଆଜିର ଏହି ବିଶ୍ୱ ସମାବେଶରେ ଆଦିବାସୀ ସଙ୍ଘର୍ଷ ମୋର୍ଚ୍ଚା ର କେନ୍ଦ୍ର କମିଟି ସଭ୍ୟ ତ୍ରିପତି ଗମାଙ୍ଗ ସମାବେଶକୁ ପରିଚାଳନା କରିଥିବାବେଳେ, ଅନାସିମ ଶବର, ନିରଞ୍ଜନ ଶବର, ମୁନି ଶବର, କୈଳାସ ଶବର, ରାଜେନ୍ଦ୍ର ମାଝୀ, ରାଇନାଶବର, ଦାସୁରୁ ପାତିକା , ରାଜେନ୍ଦ୍ର ଶବର, ପଇତ ଶବର ,ଦଳିତ ଅଧିକାର ସଂଘର୍ଷ ମୋର୍ଚ୍ଚା ର ଆବାହକ ବୃନ୍ଦାବନ ବିଡିକା ପ୍ରମୁଖ ପୂର୍ଣ୍ଣ ସହଯୋଗ କରିଥିଲେ ।