Advertisements
Tuesday, August 4, 2020
Home District News ଦୁର୍ଘଟଣା ହୋଇ ଟ୍ରକରେ ଚାପି ହୋଇଥିବା ଡ୍ରାଇଭରକୁ ଉଦ୍ଧାର କଲା ପୋଲିସ /ଦେବଦୂତ ସାଜିଲେ ବାଲିଗୁଡାଏସଡ଼ିପିଓ

ଦୁର୍ଘଟଣା ହୋଇ ଟ୍ରକରେ ଚାପି ହୋଇଥିବା ଡ୍ରାଇଭରକୁ ଉଦ୍ଧାର କଲା ପୋଲିସ /ଦେବଦୂତ ସାଜିଲେ ବାଲିଗୁଡାଏସଡ଼ିପିଓ

ରିପୋର୍ଟ: ବିଭୁତି ଲହରିଆ //
ବାଲିଗୁଡା (୧୯/୩): କନୂଆଗାଁ ଥାନା ଅନ୍ତର୍ଗତ କନ୍ଦିଵନ୍ଧା ଘାଟି ରେ ଅପରାହ୍ନ ସମୟରେ ଏକ ମୁର୍ମତୁଦ ଦୁର୍ଘଟଣାରେ ଅଳ୍ପକେ ରକ୍ଷା ପାଇଛନ୍ତି ତିନି ଜଣ | ବାଲିଗୁଡା ଏସଡ଼ିପିଓ ଘଟଣା ସ୍ଥଳରେ ପହଂଚି ତୁରୀତ୍ୱ ପଦକ୍ଷେପ ଗ୍ରହଣ କରିବା ଯୋଗୁଁ ଟ୍ରକ ଭିତରେ ଚାପି ହୋଇ ରହି ଯାଇଥିବା ଡ୍ରାଇଭରଙ୍କୁ ଜୀବନ୍ତ ଉଦ୍ଧାର କରାଯାଇ ଆମ୍ବୁଲାନ୍ସ ଯୋଗେ କନୂଆଗାଁ ସ୍ୱାସ୍ଥ୍ୟ କେନ୍ଦ୍ର କୁ ପଠା ଯାଇଥିଲା |

ଟ୍ରକ ରୁ ଉଦ୍ଧାର ପାଇଁ ବାଲିଗୁଡାଓ ଦାରିଙ୍ଗବାଡି ଅଗ୍ନିଶମ କର୍ମଚାରୀ, କ ନୂଆଗାଁ ପୋଲିସ,ଜେସିପି ଓ କ୍ରେନ ସାହାଯ୍ୟ ରେ ଡ୍ରାଇଭର ଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି | ବାଲିଗୁଡା ଏସଡ଼ିପିଓ ମାନସ ରଞ୍ଜନ ବାରିକ ନିଜେ ଘଟଣା ସ୍ଥଳରେ ରହି ପ୍ରତ୍ୟକ୍ଷ ତତ୍ଵାବଧାନ ରେ ଗାଡି ଭିତରେ ଚାପି ହୋଇ ରହି ଯାଇଥିବା ଡ୍ରାଇଭର କୁ ଏକ ଘଣ୍ଟା ଧରି ପ୍ରୟାସ ଜାରି ରଖି ବହୁତ କଷ୍ଟ ରେ ଜୀବନ ବଞ୍ଚା ଯାଇଛି | ଯାହାକୁ କୌଣସି ଦେବଦୂତ ଠାରୁ କମ ପ୍ରୟାସ କରିନଥିଲେବାଲିଗୁଡା ଏସଡ଼ିପିଓ | ଯାହା ଦ୍ୱାରା ମୃତ୍ୟୁ ମୁଖ ରୁ ରକ୍ଷା ପାଇଲେ ଟ୍ରକ ଡ୍ରାଇଭର | ଏକ ଘରୋଇ ଠିକା ସଂସ୍ଥା ର ସିଜି ୨୨ଜେ ୫୮୦୦ ଗାଡି ଟି କିରୀକୁଟି ଠାରୁ ମେଟେଲ ବୁଝେଇ କରି ରାଇକିଆ ଅଭିମୁଖେ ଯାଉଥିଲା ବେଳେ କନ୍ଦିବାନ୍ଧା ଘାଟିରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା | ହେଲ୍ପର ଟି ସାମାନ୍ୟ ଆହତ ହୋଇ ଥିବା ବେଳେ ଡ୍ରାଇଭର ଗାଡି ଭିତରେ ଚାପି ହୋଇ ଯାଇଥିଲେ | ଘଟଣା ସ୍ଥଳରେ ବାଲିଗୁଡା ଏସଡ଼ିପିଓ ଏବଂ କ ନୂଆଗାଁ ଥାନା ଅଧିକାରୀ ଶ୍ରୀନିବାସ ସାମଲ, ଅଗ୍ନିଶମ ବାହିନୀ ଉପସ୍ଥିତ ରହି ଉଦ୍ଧାର କରି ଥିଲେ | ଗୁରୁତର ଉଦ୍ଧାର ଡ୍ରାଇଭର ହେଲେ ଛତିଶଗଡର ବେଦପ୍ରକାଶ ବୋଲି ଜଣା ପଡିଛି |

Advertisements
Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

କଣ୍ଟେନମେଣ୍ଟ ଜୋନରେ ସରକାରୀ ନିୟମକୁ ଖୋଲା ଖୋଲି ଉଲଂଘନ

ରିପୋର୍ଟ: କପିଳେନ୍ଦ୍ରଦେବ ସାମନ୍ତରାୟଲମତାପୁଟ (ତା: ୩/୮): ମୁଖ୍ୟ ଦୈନିକ ବଜାରର କଣ୍ଟେମେଣ୍ଟ ଜୋନ ରେ ସରକାର ନିୟମକୁ ଖୋଲା ଖୋଲି ଉଲଂଘନ କରାଯାଉଛି।ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା ଲମତାପୁଟ...

କୋଟପାଡ ଠାରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ନୂତନ କୋଠା ଉଦଘାଟିତ

କୋରାପୁଟ (୦୩/୦୮): ରବି ଶଙ୍କର ମହାପାତ୍ର //କୋରାପୁଟ (୦୩/୦୮): କୋଟପାଡ ସୌରା ସାହି ଶ୍ରୀ ଲିଙ୍ଗରାଜ ଭବନରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ରବିବାର ସନ୍ଧ୍ୟାରେ ରୀତିମତ ପୂଜାପାଠ ଓ...

ନଦୀରେ ବୁଡ଼ି ଯାଇଥିବା ମହିଳାଙ୍କୁ ଉଦ୍ଧାର କଲେ ଯୁବକ

ରିପୋର୍ଟ: ସତ୍ୟଜିତ ବାରିକ //ଯାଜପୁର ( ୦୩/୦୮): ଯାଜପୁର ଜିଲ୍ଲା ବରୀ ବ୍ଲକ ଅନ୍ତର୍ଗତ ଉଦୟନାଥ ପୁର ଗ୍ରାମର ବୁରୁନ୍ଦା ଦାସ ଙ୍କ ପତ୍ନୀ ସ୍ମିତାରାଣି ଦାସ (୫୮)...

ସହିଦ ପୀଠରେ ସହିଦ୍ ଙ୍କ ସ୍ମୃତି ଚାରଣ କଲେ ବରୀ ବିଧାୟିକା

ରିପୋର୍ଟ: ସତ୍ୟଜିତ ବାରିକ //ଯାଜପୁର (୦୩/୦୮): ୯୪୨ ମସିହା ରେ ହୋଇଥିବା ଭାରତଛାଡ଼ ଆନ୍ଦୋଳନରେ ଭାରତ ଦେଶ ତାର ସ୍ୱାଧୀନତା ପାଇଁ ଯେଉଁ ଆନ୍ଦୋଳନ ଆରମ୍ଭ ହୋଇଥିଲା |

Recent Comments

%d bloggers like this: