1. big news : ଅସହାୟ ରୋଗୀ ଙ୍କୁ କଲ୍ୟାଣୀ ସେବା ଟ୍ରଷ୍ଟ ପକ୍ଷରୁ ସହଯୋଗ

0
62
ଅସହାୟ ରୋଗୀ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ସୁବର୍ଣ୍ଣପୁର, (୦୮/୮) : ଅସହାୟ ରୋଗୀ ଙ୍କୁ କଲ୍ୟାଣୀ ସେବା ଟ୍ରଷ୍ଟ ପକ୍ଷରୁ ସହଯୋଗ : – ବ୍ରେନ ଟ୍ୟୁମର ରେ ପୀଡ଼ିତ କଲିକତା ମେଦିନପୁରର ୧୯ ବର୍ଷୀୟ ବାଳକ ନନ୍ଦ ଦୁଲାଲଙ୍କର ଭୁବନେଶ୍ୱର ଏମ୍ସ ହସ୍ପିଟାଲରେ ଅପରେସନ ହେବ l

ଏକମାସ ପୂର୍ବରୁ ଅସହାୟ ରୋଗୀ ନନ୍ଦ ଦୁଲାଲଙ୍କୁ ଭୁବନେଶ୍ୱର ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା l ସେଠାରେ ଡାକ୍ତର ପରୀକ୍ଷା କଲାପରେ ଜଣା ପଡିଥିଲା କି ନନ୍ଦ ଦୁଲାଲ ବ୍ରେନ ଟ୍ୟୁମର ରେ ପୀଡିତ l ଡାକ୍ତର ଅପରେସନ କରିବା ପାଇଁ ପରାମର୍ଶ ଦେଇଥିଲେ l ଅସହାୟ ରୋଗୀ ନନ୍ଦ ଦୁଲାଲଙ୍କୁ ବ୍ରେନ ଟ୍ୟୁମର ହୋଇଛି ଓ ତାଙ୍କୁ ଅପରେସନ କରାଯିବା କଥା ଡାକ୍ତରଙ୍କ ଠାରୁ ଶୁଣିବା ପରେ ପୁଅର ଅପରେସନ କେମିତି କରାଯିବ ସେକଥା ଚିନ୍ତାକରି ତାଙ୍କ ମାଆ ହଠାତ ଆଶ୍ଚର୍ଯ୍ୟ ହୋଇ ମାନସିକ ଭାରସାମ୍ୟ ହରାଇ ଚିନ୍ତାରେ ପଡିଗଲେ l ସେହି ସମୟରେ କଲ୍ୟାଣୀ ସେବା ଟ୍ରଷ୍ଟର ଚେୟାରମ୍ୟାନ ଶ୍ରୀମତୀ ଗୀତା ବିଶ୍ୱାସଙ୍କୁ ହଠାତ ଏକ ଅଜଣା ନମ୍ବରରୁ ଫୋନ ଆସିଥିଲା l

ସେ ବ୍ୟକ୍ତି ଜଣଙ୍କ କହିଥିଲେ କି କଲିକତାର ମେଦିନିପୁରର ନନ୍ଦ ଦୁଲାଲ ନାମକ ଜଣେ ବାଳକ ଭୁବନେଶ୍ୱର ଏମ୍ସ ହସ୍ପିଟାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି l ତାଙ୍କୁ ବ୍ରେନ ଟ୍ୟୁମର ହୋଇଛି ଓ ତାହା ଜଣାପଡିବା ପରେ ତାଙ୍କୁ ଅପରେସନ କରାଯିବ ବୋଲି ଡାକ୍ତର କହିଛନ୍ତି l ତାଙ୍କର ଏଠାରେ କେହି ନାହାଁନ୍ତି,l କେବଳ ତାଙ୍କ ମାଆ ତାଙ୍କ ପାଖରେ ଅଛନ୍ତି l ଆପଣ ତାଙ୍କୁ କିଛି ସାହାଯ୍ୟ କରନ୍ତୁ l ଏହି ଖବର ପାଇ ତୁରନ୍ତ ଏମ୍ସ ହସ୍ପିଟାଲରେ ଯାଇ ନନ୍ଦ ଦୁଲାଲଙ୍କ ପାଖରେ ପହଞ୍ଚିଥିଲେ ଏହି ସଂଗଠନର ଚେୟାରମ୍ୟାନ ଶ୍ରୀମତୀ ଗୀତା ବିଶ୍ୱାସ l

ତାଙ୍କ ମାଆଙ୍କ ସହିତ କଥା ହେଲା ପରେ ଜାଣିବାକୁ ପାଇଥିଲେ କି ସେ ବହୁତ ଅଭାବୀ ପରିବାରର l ପୁଅର ଅପରେସନ କେମିତି ହେବ ଚିନ୍ତା କରି ତାଙ୍କ ମାଆ ମାନସିକ ସ୍ତରରେ ବହୁତ ଭାଙ୍ଗି ପଡିଥିଲେ l ତାଙ୍କ ମାଆଙ୍କୁ ବୁଝାଇ ସାହାସ ଦେଇ କହିଥିଲେ କି ଆମେ ଆଜିଠାରୁ ତୁମ ସହିତ ଅଛୁ ଓ ତୁମ ପୁଅର ଅପରେସନ ଦାୟିତ୍ୱ ଆମେ ବୁଝିବୁ କହି ତୁରନ୍ତ ଡାକ୍ତରଙ୍କୁ ସାକ୍ଷାତ କରିଥିଲେ l ଡାକ୍ତର ଙ୍କ ସହ କଥା ହେବା ପରେ, ଚେୟାରମ୍ୟାନ ଶ୍ରୀମତୀ ଗୀତା ବିଶ୍ୱାସ ସେହିଦିନ ଦୁଇଟି ରକ୍ତ ଯୋଗାଡ଼ କରି ରଖିଲେ ଓ ଡାକ୍ତରଙ୍କୁ କଥା ଦେଲେ କି ଅପରେସନ ଦିନ ଆଉ ଯାହା ରକ୍ତ ଆବଶ୍ୟକ ହେବ ଆମେ ଯୋଗାଇ ଦେବୁ ।

ସେହିଦିନ ଠାରୁ ପ୍ରତିଦିନ ହସ୍ପିଟାଲକୁ ଯାଇ ନନ୍ଦ ଦୁଲାଲଙ୍କ ସବୁ କଥା ଦେଖା ଶୁଣା କରିବା ସହିତ ଡାକ୍ତରଙ୍କ ସହ କଥା ବାର୍ତ୍ତା କରି ଆଜି ଅପରେସନ ପାଇଁ ଦିନଧାର୍ଯ୍ୟ କରାଯାଇଛି । ଆମେ ନିମିତ୍ତ ମାତ୍ର, ସମାଜର ଜଣେ ଜଣେ ସାଧାରଣ ମଣିଷ ହିସାବରେ କେବଳ ଆମେ ଆମର କର୍ତ୍ତବ୍ୟ ସମ୍ପାଦନ କରୁଛୁ l

ଅଜଣା ଅଚିହ୍ନା ବାଳକ ନନ୍ଦ ଦୁଲାଲଙ୍କୁ ପ୍ରାଥମିକ ଚିକିତ୍ସା କରିବା ଠାରୁ ଆରମ୍ଭ କରି ଆଜି ଅପରେସନ କରିବା ପର୍ଯ୍ୟନ୍ତ କେବଳ ଭଗବାନଙ୍କ ଆଶୀର୍ବାଦ ଓ ଆପଣମାନଙ୍କ ଭଲ ପାଇବା ପାଇଁ ଏସବୁ ସମ୍ଭବ ହୋଇପାରିଛି l ଆଜି ଭଗବାନଙ୍କ ନିକଟରେ ଆମ ସମସ୍ତଙ୍କର ପ୍ରାର୍ଥନା ପୁଅ ନନ୍ଦ ଦୁଲାଲର ସଫଳ ଅସ୍ତ୍ରୋପଚାର ଅପରେସନ ସହ ଶୀଘ୍ର ସୁସ୍ଥ ହୋଇଯାଉ ଏହାହିଁ ଶୁଭ କାମନା ରଖିଛନ୍ତି ଏହି କଲ୍ୟାଣୀ ସେବା ଟ୍ରଷ୍ଟ l