Friday, March 29, 2024

Top 5 This Week

Related Posts

1. best news : ପୋଲିସ କୁ ବନ୍ଧୁକ ଦେଖାଇ ଫେରାର ମାରୁଥିବା ୩ ଅଭିଯୁକ୍ତ ଗିରଫ : ମାରଣାସ୍ତ୍ର ଜବତ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୦୮/୦୮) : ଗତକାଲି ରାତିରେ ସୋନପୁର ପୋଲିସ ପେଟ୍ରୋଲିଂ କରୁଥିବା ସମୟରେ ଥାନା ସବ- ଇନ୍ସପେକ୍ଟର ଶମ୍ଭୁଭୂଷଣ ଦେହେରୀ ଦ୍ରୁତ ଗତିରେ ଯାଉଥିବା ଗୋଟିଏ ଲାଲ ରଙ୍ଗର ହୁଣ୍ଡାଇ ଭରନା କାର୍ ଦେଖିଥିଲେ l

ଯାହାର ନମ୍ବର ସି. ଜି. ୦୪ ଡିଡି ୬୬୬୦ ଅଟେl କାର କୁ ଅଟକାଇ ଗାଡ଼ି ଭିତରୁ ୨ ଟି ପିସ୍ତଲ, ଗୁଳି ଓ ମାରଣାସ୍ତ୍ର ସହ ତିନି ଜଣ ଅଭିଯୁକ୍ତ ଅଙ୍କୁର ଦିବାକର, ମୋହିତ ଦିବାକର ଓ ଅଭାଦେସ କୁମାର ଯାଦବ ଯାହାଙ୍କ ଘର ଉତ୍ତର ପ୍ରଦେଶ ବରେଲି ଜିଲ୍ଲାର ବୋଲି ପ୍ରାଥମିକ ତଦନ୍ତ ରୁ ପୁଲିସ ଜାଣିବାକୁ ପାଇଛି । ପୋଲିସ ତାଙ୍କୁ ଅଟକାଇବାକୁ ପ୍ରୟାସ କରିଥିଲା ମାତ୍ର ଅଭିଯୁକ୍ତ ମାନେ ଗୁଳି ଭୟ ଦେଖାଇଥିଲେ ।

ପୁଲିସ ଶେଷରେ ମହାନଦୀ ପୋଲ ପାଖରେ ତାଙ୍କୁ ଅଟକାଇ ଧରିବାରେ ସଫଳ ହୋଇଥିବା ନେଇ ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି । ଆଜି ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯିବା ପରେ ପୁଣି ରିମାଣ୍ଡ ରେ ଆଣି ଅଧିକ ତଦନ୍ତ ଜାରି ରଖିବେ ବୋଲି ମଧ୍ୟ ସେ ସୂଚନା ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ସୋନପୁର ଏସଡିପିଓ ରାଜକିଶୋର ମିଶ୍ର, ଆଇଆଇସି ପଦ୍ମାସିନୀ ମେହେର ପ୍ରମୁଖ ଉପସ୍ଥିତ ଥିଲେ ।

Popular Articles