1. Big News: ସରକାରଙ୍କ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା କାହାପାଇଁ

0
71
ସରକାରଙ୍କ

ରିପୋର୍ଟ : ନରୋତ୍ତମ ପାଢ଼ୀ
ବିଷମ କଟକ, (୮/୮) : ସରକାରଙ୍କ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା କାହାପାଇଁ: – ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଲକ୍ ଅନ୍ତର୍ଗତ ଆଗୁଲ ଗ୍ରାମ ପଞ୍ଚାୟତ ସଦର ମହକୁମା ରେ ଦେଖିବା ପାଇଁ ମିଳିଛି ଘର ନ ପାଇ ପଲିଥିନ ତଳେ କଟୁଛି ଜୀବନ ।WhatsApp Image 2023 08 06 at 20.04.06 1. Big News: ସରକାରଙ୍କ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା କାହାପାଇଁ

ସରକାରଙ୍କ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା କାହାପାଇଁ ? ବଞ୍ଚିବାକୁ ହେଲେ ସାଧାରଣ ତ ଖାଦ୍ୟ ବସ୍ତ୍ର ଓ ବାସ ଗୃହ ନିତ୍ୟାନ୍ତ ଆବଶ୍ୟକ | ଏଥିରୁ ଗୋଟିଏ ବି ଉଣା ହେଲେ ଏ ସଂସାର ରେ ଚଳିବା ଭାରି କଷ୍ଟ ସାଧ୍ୟ ସରକାରଙ୍କ ଦ୍ୱାରା ସମସ୍ତ ପ୍ରକାର ସରକାରୀ ଯୋଜନା ମାନ ରହିଥିଲେ ମଧ୍ୟ କିଛି ଜାଗାରେ ସଠିକ ମଧ୍ୟବିତ ବ୍ରାହ୍ମଣ ଗରିବ ନିରୀହ ବିଧବା ମହିଳା ଙ୍କୁ ଏହାର ସୁବିଧା ମେଳି ପାରୁନାହିଁ |

ନା ସ୍ୱାମୀ ଅଛି ନା ପୁଅ ଅଛି ଚାରି ଦିଗ ଅନ୍ଧକାର ଏକାକୀ ଜୀବନ ବଞ୍ଚିବା ଭାରି କଷ୍ଟକର ଏହା କହିବାର କାରଣ ବହୁ ବର୍ଷ ରୁ ଅlଗୁଳ ପଞ୍ଚାୟତରେ ରହୁଥିବା ଦିନିକିଆ କୁଲି ମୁଲିଆ ଙ୍କ ୬୫ ବର୍ଷ ଶ୍ରୀମତୀ ସୁଶୀଳା ମିଶ୍ର ଝିଅ ଲେଟ ଶ୍ରୀ ହରି ହର ମିଶ୍ରଙ୍କ ଘର ଭାଙ୍ଗି ପଡି ଯାଇଥିଲା ସରକାର ଙ୍କ ଅଫିସ ର ମାନେ ତଦନ୍ତ କରି ଛଟ ପଲିଥିନ ଜରି ଦେବା ସହିତ ଏକ ପକ୍କା ଘର ଦେଵିବୋଲି ପ୍ରତିଶୃତି ଦେଇଥିଲେ କିନ୍ତୁ ଆଜିପର୍ଯ୍ୟନ୍ତ ପକ୍କା ଘର ର ଦେଖା ନାହିଁ ।

ସେ ଏକାକୀ ମହିଳା ଭଙ୍ଗା ଘରେ ଏବେ ବି ଜରି ପଲିଥିନ ତଳେ ନିଜର ଜୀବନ ଜାପାନ କରୁଛନ୍ତି ତାଙ୍କର ଘର ପାଖ ଦେଇ ସମସ୍ତ ଅଫିସର ମାନେ ବ୍ଲକ ଓ ପଞ୍ଚାୟତ କୁ ଯିବା ଆସିବା ସବୁବେଳେ କରୁଛନ୍ତି ହେଲେ ତାଙ୍କ ପ୍ରତି କାହାର ଦୁଷ୍ଟି ନାହିଁ ଖାଲି ତାଙ୍କର ନୁହେଁ ଅlଗୁଳ ଗାଁ ଅନ୍ତର୍ଗତ ଅଧିକାଂଶ ଘର ପଡି ଯାଇଥିଲେ ମଧ୍ୟ ସେମାନଙ୍କୁ ଘର ଗୋଟେ ସରକାରଙ୍କ ତରଫରୁ ସହାୟତା କରାଯାଉନାହିଁ |

ଏ ଯେଉଁ କାଳ ବୈସାଗୀ ହେଉଛି ସେମାନେ କେମିତି ଏ ଖରା ବର୍ଷା ରେ ଜୀବନ କାଟୁଛନ୍ତି ତାହା ନିଜ ଆଖିରେ ନ ଦେଖିଲେ ବିଶ୍ୱାସ କରିପାରିବେ ନାହିଁ ସରପଞ୍ଚ, ବିଡ଼ିଓ ଓ ରାୟଗଡା ଜିଲ୍ଲା ପାଳ ଙ୍କୁ ଏ ବାବଦ କୁ ପୋଷ୍ଟାଲ ରେଜିଷ୍ଟି କରି ଜଣାଇଲେ ମଧ୍ୟ ତାହା ର କିଛି କାର୍ଯ୍ୟ କାରି ହୋଇ ପାରୁନାହିଁ । ଅlଗୁଳ ଗ୍ରାମ ର ଜନ ସାଧାରଣ ଙ୍କ ତରଫରୁ ଅନୁରୋଧ ଯେ ଶ୍ରୀମତୀ ସୁଶୀଳା ମିଶ୍ର ଙ୍କୁ ପ୍ରଶାସନ ଏକ ପକ୍କା ଘର ଦେଲେ ତାଙ୍କ ର ଏକାକୀ ଗରିବ ଅବସ୍ଥା ରେ ରହିବା ଠାରୁ ଖୁସିରେ ଜୀବନ ଜାପନ କରିପାରିବେ l