Thursday, March 28, 2024

Top 5 This Week

Related Posts

1. Big Crime News: ନିଶା ସ୍ପ୍ରେ କରି ମାଛ ବ୍ୟବସାୟୀଙ୍କଠାରୁ ଲୁଟିନେଲେ ଟଙ୍କା ଓ ମୋବାଇଲ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
କଟକ, (୦୭/୦୮) : ନିଶା ସ୍ପ୍ରେ କରି ମାଛ ବ୍ୟବସାୟୀଙ୍କ ଠାରୁ ଟଙ୍କା ଓ ମୋବାଇଲ ଲୁଟି ନେଲେ ଲୁଟେରା । ଘଟଣା ଘଟିଛି କଟକ ଜିଲ୍ଲା ବାରଙ୍ଗ ଥାନା ଅନ୍ତର୍ଗତ ତ୍ରିଶୁଳିଆ ଗେଟ ନିକଟରେ ।

ଦମ୍ପତି ପବିତ୍ର ବେହେରା ଓ ପତ୍ନୀ ସୁଷମା ବେହେରା ପ୍ରତିଦିନ ତ୍ରିଶୁଳିଆ ଗେଟ ନିକଟରେ ମାଛ ବିକ୍ରି କରନ୍ତି। ଗତକାଲି ମଧ୍ୟ ମାଛ ବିକ୍ରି କରୁଥିଲେ। ସକାଳେ ଦୁଇ ଜଣ ବ୍ୟକ୍ତି ବାଇକ୍‌ରେ ଆସି ସେଠାରେ ଓହ୍ଲାଇ ଚିଙ୍ଗୁଡି ମାଛ ଦେବାପାଇଁ ସେମାନଙ୍କୁ କହିଥିଲେ । ଦମ୍ପତି ଚିଙ୍ଗୁଡି ମାଛ ଓଜନ କରିବା ଦେବା ବେଳେ ଦୁଇ ଲୁଟେରା ସେମାନଙ୍କ ଉପରକୁ ନିଶା ସ୍ପ୍ରେ କରି ଦେଇଥିଲେ।ଉଭୟ ଦମ୍ପତି ଅଚେତ ହୋଇ ପଡ଼ିଯିବା ପରେ ଲୁଟେରାମାନେ ସେମାନଙ୍କ ଠାରୁ ଟଙ୍କା ଓ ମୋବାଇଲ ନେଇ ସେଠାରୁ ଚମ୍ପଟ ମାରିଥିଲେ । ପବିତ୍ର ଓ ତାଙ୍କ ସ୍ତ୍ରୀ ଅଚେତ ହୋଇପଡ଼ିଥିବା ସ୍ଥାନୀୟ ଲୋକେ ଦେଖିଥିଲେ । ଏନେଇ ବାରଙ୍ଗ ପୁଲିସକୁ ଖବର ଦେଇଥିଲେ । ବାରଙ୍ଗ ପୁଲିସ ପହଞ୍ଚି ଉଭୟ ଦମ୍ପତିଙ୍କୁ ଉଦ୍ଧାର କରି କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିଲା । ପୁଲିସ ଘଟଣାର ତଦନ୍ତ କରୁଛି ।

Popular Articles