Best News: 5T ସଚିବ ଶ୍ରୀଯୁକ୍ତ ଭି.କେ.ପାଣ୍ଡିଆନଙ୍କ ଦୁଇଦିନିଆ ବଲାଙ୍ଗିର ଜିଲ୍ଲା ଗସ୍ତ 

0
86
5T ସଚିବ

ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର, (୦୭/୦୮) : ଆଜି ବଲାଙ୍ଗିର ଜିଲ୍ଲା ତୁଷୁରାର ମା’ ସମଲେଇଙ୍କ ଆଶୀର୍ବାଦ ନେଇ 5T ସଚିବ ଭି.କେ.ପାଣ୍ଡିଆନ୍‌ ଆରମ୍ଭ କରିଛନ୍ତି ବଲାଙ୍ଗିର ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ ।WhatsApp Image 2023 08 07 at 11.45.03 Best News: 5T ସଚିବ ଶ୍ରୀଯୁକ୍ତ ଭି.କେ.ପାଣ୍ଡିଆନଙ୍କ ଦୁଇଦିନିଆ ବଲାଙ୍ଗିର ଜିଲ୍ଲା ଗସ୍ତ 

ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁସାରେ ତୁଷୁରା ସ୍ଥିତ ସମଲେଶ୍ୱରୀଙ୍କ ମନ୍ଦିରରେ ଦର୍ଶନ ସାରି ସେଠାରେ ଆୟୋଜିତ ଏକ ବିଶାଳ ଜନସମାବେଶରେ ଉଦ୍‌ବୋଧନ ଦେଇଛନ୍ତି 5T ସଚିବ । ଲୋକଙ୍କ ଠାରୁ ଯାହା ଦରଖାସ୍ତ ଆସିଛି, ଆସନ୍ତା ୭ ଦିନ ମଧ୍ୟରେ ତାହାର ସମାଧାନ ହେବ ଏବଂ ଏଥିପାଇଁ ସିଧାସଳଖ ସିଏମ୍‌ ଅଫିସ୍‌ରୁ ଦରଖାସ୍ତକାରୀଙ୍କୁ ଯୋଗାଯୋଗ କରାଯାଇ ଆପଣମାନଙ୍କୁ ଖୁସି ଖବର ଦିଆଯିବ ବୋଲି ଶ୍ରୀ ପାଣ୍ଡିଆନ୍‌ ଘୋଷଣା କରିଛନ୍ତି ।
ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ 5T ସଚିବ ଶ୍ରୀଯୁକ୍ତ ଭି.କେ.ପାଣ୍ଡିଆନଙ୍କ ଦୁଇଦିନିଆ ବଲାଙ୍ଗିର ଜିଲ୍ଲା ପରିଦର୍ଶନରେ ଆସି ଆଜି ଟିଟିଲାଗଡ ଉପଖଣ୍ଡ ଗସ୍ତ କରିଥିଲେ । ଟିଟିଲାଗଡ ଉପକଣ୍ଠ ଶିକ୍ଷକ ପ୍ରଶିକ୍ଷଣ ଅନୁଷ୍ଠାନ ଖେଳ ପଡିଆ ଠାରେ ଆୟୋଜିତ ବୈଠକରେ ଶ୍ରୀଯୁକ୍ତ ଭି.କେ.ପାଣ୍ଡିଆନଙ୍କ ଭବ୍ୟ ସ୍ଵାଗତ କରାଯାଇଥିଲା । ଶ୍ରୀଯୁକ୍ତ ଭି.କେ.ପାଣ୍ଡିଆନ ବୈଠକରେ ଉପସ୍ଥିତ ଜନସାଧାରଣଙ୍କୁ ମିଶିବା ସହ ସେମାନଙ୍କର ବିଭିନ୍ନ ଆପତ୍ତି ଓ ଅଭିଯୋଗ ଗ୍ରହଣ କରିଥିଲେ ।
ସଭାରେ ଉପସ୍ଥିତ ବିଭିନ୍ନ ମନ୍ଦିର, ମସଜିଦ, ଗୀର୍ଜା ଓ କମ୍ୟୁନିଟି ସେଣ୍ଟର ଟ୍ରଷ୍ଟର କର୍ମକର୍ତ୍ତା, ଲୋକ ପ୍ରତିନିଧି, ଦ୍ଵାରା ଦିଆଯାଇଥିବା ଆପତ୍ତି, ଅଭିଯୋଗ ଓ ପରାମର୍ଶ କୁ ଆଧାରକରି ଉପଖଣ୍ଡରେ ଅବସ୍ଥିତ ମନ୍ଦିର, ମସଜିଦ, ଗୀର୍ଜା, କମ୍ଯୁନିଟି ସେଣ୍ଟର ତଥା ପର୍ଯ୍ୟଟନ ସ୍ଥଳୀର ଉନ୍ନତି ଓ ସୌନ୍ଦର୍ଯ୍ୟକରଣ ପାଇଁ ଆବଶ୍ୟକ ସବିଶେଷ ତଥ୍ୟ ପ୍ରସ୍ତୁତ କରି ଆର୍ଥିକ ଅନୁଦାନ ପାଇଁ ରାଜ୍ୟ ସରକାରଙ୍କ ପାଖକୁ ତୁରନ୍ତ ପଠାଇବା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଉନ୍ନତି ଓ ସୌନ୍ଦର୍ଯ୍ୟକରଣ ପାଇଁ ଯୋଜନା ମୁତବକ ସରକାରଙ୍କ ଦ୍ଵାରା ପ୍ରାପ୍ତ ଅର୍ଥ କିପରି ସୁ-ବିନିଯୋଗ କରାଯାଇ ସମ୍ପୂର୍ଣ ରୁପରେଖ ସହିତ କାର୍ଯ୍ୟକାରୀ ହେବ ସେନେଇ ମଧ୍ୟ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ ।WhatsApp Image 2023 08 07 at 11.45.03 2 Best News: 5T ସଚିବ ଶ୍ରୀଯୁକ୍ତ ଭି.କେ.ପାଣ୍ଡିଆନଙ୍କ ଦୁଇଦିନିଆ ବଲାଙ୍ଗିର ଜିଲ୍ଲା ଗସ୍ତ 
ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସରକାରଙ୍କ ଆଭିମୁଖ୍ୟକୁ ସଫଳ କରିବା ପାଇଁ ପରାମର୍ଶ ଦେଇଥିଲେ l ମିସନ ଶକ୍ତି ମାଧ୍ୟମରେ କିପରି ମହିଳା ମାନଙ୍କୁ ଅଗ୍ରାଧିକାର ଦିଆଯାଉଛି, ବିଶେଷ କରି ସ୍ୱୟଂ ସହାୟକ ଦଳର ମହିଳା ମାନେ କିଭଳି ସ୍ୱାବଲମ୍ବୀ ହୋଇପାରିବେ ଏବଂ ସେମାନଙ୍କ ଆର୍ଥିକ ବିକାଶ ହୋଇପାରିବ ସେନେଇ ରାଜ୍ୟ ସରକାର ସ୍ୱତନ୍ତ୍ର ଦୃଷ୍ଟି ଦେଇଛନ୍ତି ବୋଲି ବକ୍ତବ୍ୟ ପ୍ରଦାନ କରିଥିଲେ ।
ମହିଳା ମାନଙ୍କ ସ୍ଵାବଲମ୍ବୀ କରିବା ଉଦେଶ୍ୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ବିନା ସୁଧରେ ପାଞ୍ଚ ଲକ୍ଷ ଟଙ୍କା ଋଣ ପ୍ରଦାନ, ଋଣ ଅର୍ଥର ସଦୁପଯୋଗ କରି ନିଜେ ସ୍ଵାବଲମ୍ବୀ ହେବା ସହ ସମାଜ ପାଇଁ ଆଦର୍ଶ, ଉଦାହରଣ ଓ ପ୍ରେରଣାଦାୟକ ହେବା ନେଇ ଶ୍ରୀଯୁକ୍ତ ଭି.କେ.ପାଣ୍ଡିଆନ ସ୍ୱୟଂ ସହାୟକ ଗୋଷ୍ଠୀ ଙ୍କୁ ପରାମର୍ଶ ଦେଇଥିଲେ ଏବଂ ବ୍ୟାଙ୍କଗୁଡିକ ପ୍ରତ୍ୟେକ ପଞ୍ଚାୟତରେ ଋଣ ମେଳା କରିବାକୁ ନିର୍ଦ୍ଦେଶ ଦେଇଥିଲେ । WhatsApp Image 2023 08 07 at 11.45.03 1 Best News: 5T ସଚିବ ଶ୍ରୀଯୁକ୍ତ ଭି.କେ.ପାଣ୍ଡିଆନଙ୍କ ଦୁଇଦିନିଆ ବଲାଙ୍ଗିର ଜିଲ୍ଲା ଗସ୍ତ 
ସେହିପରି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ କିପରି ରାଜ୍ୟ ସରକାର ପ୍ରତ୍ୟେକ ପରିବାରର ମହିଳା ମାନଙ୍କ ପାଇଁ ଚିକିତ୍ସା ନିମନ୍ତେ ୧୦ ଲକ୍ଷ ଏବଂ ପୁରୁଷ ମାନଙ୍କ ପାଇଁ ୫ ଲକ୍ଷ ପର୍ଯ୍ୟନ୍ତ ଚିକିତ୍ସା ପାଇଁ ଉପଲବ୍ଧ କରିଛନ୍ତି, ଟିଟିଲାଗଡ ଉପଖଣ୍ଡ ଠାରେ ୧୦୦ କୋଟି ବିନିଯୋଗ କରି ୪୫ ହଜାର ରୁ ଉର୍ଦ୍ଧ ପରିବାର ଉପକୃତ ହୋଇଛନ୍ତି ବୋଲି କହିଥିଲେ ।
ସେହିପରି ଟିଟିଲାଗଡ ଉପଖଣ୍ଡର ସର୍ବାଙ୍ଗୀନ ଉନ୍ନତି ଓ ବିକାଶ ନିମନ୍ତେ ଉପଖଣ୍ଡ ଚିକିତ୍ସାଳୟକୁ ଆମ ହସ୍ପିଟାଲ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇ ୧୮ କୋଟି ପ୍ରଦାନ କରାଯାଇଅଛି, ପିଈବା ପାଣି ନିମନ୍ତେ ୨୫ କୋଟି ପ୍ରଦାନ କରାଯାଇଅଛି, ଆଗାମୀ ୩୧.୧୦ ସୁଧା ପିଈବା ପାଣି ସୁବିଧା ପାଇପାରିବେ । ସେହିପରି ଜଳସେଚନ ନିମନ୍ତେ ୯୫୦ କୋଟି ଅନୁଦାନରେ ନିର୍ମାଣଧିନ ଜଳ ସଂରକ୍ଷଣ ପ୍ରକଳ୍ପ ଏବଂ ନିମ୍ନ ଇନ୍ଦ୍ର ପ୍ରକଳ୍ପ ଆୟାକୋଟର ସଂପ୍ରସାରଣର ସମୀକ୍ଷା କରିଥିଲେ ।
ଚାଷୀ ମାନଙ୍କ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ଋଣ ଓ ଫସଲ ବୀମା ଅନୁଦାନ ପ୍ରଦାନ କରାଯିବା ଦ୍ଵାରା ଚାଷୀ ମାନେ ଉପକୃତ ହୋଇପାରିଛନ୍ତି ବୋଲି ମନ୍ତବ୍ୟ ପ୍ରଦାନ କରିଥିଲେ । ଟିଟିଲାଗଡ ଉପଖଣ୍ଡରେ ଅବସ୍ଥିତ ପୁରାତନ କୀର୍ତ୍ତିରାଜି ଓ ପର୍ଯ୍ୟଟନସ୍ଥଳୀ କୁମୁଡା ପାହାଡ, ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ଵର ମନ୍ଦିର ପର୍ଯ୍ୟଟନଙ୍କୁ ଆକୃଷ୍ଟ କଲାଭଳି ଭିତ୍ତିଭୂମିର ଉନ୍ନତିକରଣ ତଥା ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ନିମନ୍ତେ ନିର୍ଦେଶ ଦେଇଥିଲେ ।
ଏହି ସଭାରେ ଶ୍ରୀଯୁକ୍ତ ଖିଲାରି ଋଷିକେଶ ଦ୍ୟାନଦେଓ, ଆରକ୍ଷୀ ଅଧିକ୍ଷକ, ବଲାଙ୍ଗିର, ଶ୍ରୀ ଦୟାମୟ ପାଢୀ, ଉପଜିଲ୍ଲାପାଳ, ଟିଟିଲାଗଡ, ଶ୍ରୀ ବିପିନ ବିହାରୀ ଦୀପ, ନିର୍ବାହୀ ଅଧିକାରୀ, ପୌରପରିଷଦ, ଟିଟିଲାଗଡ, ଉପଖଣ୍ଡସ୍ତରୀୟ ବିଭାଗୀୟ ପଦାଧୀକାରୀ, ଲୋକ ପ୍ରତିନିଧି, ବିଭିନ୍ନ ଅନୁଷ୍ଠାନ ମୁଖ୍ୟ, ସ୍ଵୟଂ ସହାୟକ ଦଳର କର୍ମକର୍ତ୍ତା ପ୍ରମୁଖ ଅଂଶଗ୍ରହଣ କରିଥିଲେ ।