1. Best News: ସେଣ୍ଟରିଂ ଚାପିହୋଇ ମୃତ୍ୟୁ ହୋଇଥିବା ପରିବାର ଙ୍କୁ ସପ୍ତଗିରୀ ଙ୍କ ସମବେଦନା

0
165
ସେଣ୍ଟରିଂ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୬/୮) : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଶିକର ପାଇ ପଞ୍ଚାୟତ ଅନ୍ତର୍ଗତ ଉପର ସାଜା ଗାଁ’ରେ ନୂତନ ନିର୍ମାଣଦିନ ମିନି ପୋଲ ପାଖରେ ଗାଧେଇବା ବେଳେ ୫ ଜଣ ନାବାଳକ ଶିଶୁ ସହ ଜଣେ ବ୍ୟକ୍ତି ଙ୍କୁ ସେଣ୍ଟରିଂ ପଡି ଚାପିହୋଇ ମୃତ ହୋଇଥିଲେ ।WhatsApp Image 2023 08 07 at 06.37.50 1. Best News: ସେଣ୍ଟରିଂ ଚାପିହୋଇ ମୃତ୍ୟୁ ହୋଇଥିବା ପରିବାର ଙ୍କୁ ସପ୍ତଗିରୀ ଙ୍କ ସମବେଦନା

ସେଣ୍ଟରିଂ ଚାପିହୋଇ ମୃତ୍ୟୁ – ଖବର ପାଇ କୋରାପୁଟ ବିଧାନସଭା ସାଂସଦ ସପ୍ତଗିରୀ ଉଲ୍ଲାକା ଆଜି ଉପରସାଜା ଗାଁ’ରେ ପହଞ୍ଚି ମୃତ ପରିବାର ଲୋକଙ୍କୁ ସମବେଦନା ଜଣାଇବା ସହ କିଛି ସାମଗ୍ରୀ ପଦାନ କରିଥିଲେ । ଘଟଣା ସମ୍ପର୍କରେ ଗ୍ରାମବାସୀ ଲୋକ ଙ୍କ ସହ ଆଲୋଚନା କରିଥିଲେ । ଶେଷରେ ଗ୍ରାମବାସୀ ଙ୍କୁ ବୁଝାସୁଝା କରି ମୃତ ପରିବାର ଲୋକ ଙ୍କୁ ସମବେଦନା ଜଣାଇଥିଲେ । ସାଂସଦ ଉଳାକା ଙ୍କ ସହ ସ୍ଥାନୀୟ କଂଗ୍ରେସ ବ୍ଳକ ସଭାପତି କୋଟା ସୁରିୟା ରାଓ, ପୂର୍ବତନ ବିଧାୟକ ଆସଇ ପ୍ରାଥୀ ନୀଳମାଧବ ଉଲ୍ଲାକା ସାଂସଦ ପ୍ରତିନିଧି କୁମାର ସ୍ୱାମୀ କୌଶଲ୍ୟା, ଜିଲ୍ଲା ଏସ ସି ଉପ ସଭାପତି ଚିତ୍ତରଞ୍ଜନ ଗାଣ୍ଟା, ଯୁବ ସଭାପତି କିରଣ ରତ୍ନାଲୁ, କଂଗ୍ରେସ କର୍ମୀ ଚମିଆ ଲରା ସମେତ ବହୁ କଂଗ୍ରେସ କର୍ମୀ ଯୋଗଦେଇ ଥିଲେ ।