1. Big News: ଥାନା ଘେରାଓ କଲେ ନିୟମଗିରି ଡ଼ଙ୍ଗରିଆ

0
105
ଥାନା ଘେରାଓ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୭/୮) : ଥାନା ଘେରାଓ କଲେ ନିୟମଗିରି ଡ଼ଙ୍ଗରିଆ – ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଳକ ପାରସାଲି ପଞ୍ଚାୟତର ଦୁଇଜଣ ଡ଼ଙ୍ଗରିଆ ଯୁବକଙ୍କୁ ପୋଲିସ ଉଠେଇନେବା ଘଟଣା ପ୍ରତିବାଦରେ ନିୟମଗିରି ପାହାଡରେ ଥିବା ୧୧୨ ଖଣ୍ଡ ଗ୍ରାମର ଡ଼ଙ୍ଗରିଆ ମହିଳା ପୁରୁଷ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି କଲ୍ୟାଣସିଂହପୁର ଥାନା ଘେରାଉ କରିଥିଲେ ।WhatsApp Image 2023 08 07 at 06.36.20 1. Big News: ଥାନା ଘେରାଓ କଲେ ନିୟମଗିରି ଡ଼ଙ୍ଗରିଆ

ଥାନା ଘେରାଓ- ତୁରନ୍ତ କୃଷ୍ଣ ଶିକକା ଓ ବାରି ଶିକକାକୁ ସମ୍ମାନରେ ଫେରାଇ ଦିଅ ବୋଲି ନିଜ ଜିଦରେ ଅଟଳ ରହିଥିଲେ ଡ଼ଙ୍ଗରିଆ । ପର୍ସାଲି ପଞ୍ଚାୟତର ବହୁ ସଂଖ୍ୟକ ଡଙ୍ଗରିଆ ଆଜି ଏକତ୍ରିତ ହୋଇ କଲ୍ୟାଣସିଂହପୁର ସଦରକୁ ଆସିଥିଲେ । କଲ୍ୟାଣି ନଦୀ ପୋଲ ଠାରୁ ଏକ ଶୋଭାଯାତ୍ରାରେ ବାହାରି ଥାନା ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପଦର୍ଶନୀ କରିଥିଲେ । ଏଥିରେ ଦୁଇ ଡଙ୍ଗରିଆ ଯୁବକଙ୍କୁ ପୁଲିସ କୌଣସି କାରଣରୁ ଉଠାଇ ଥିବା ରୁ ସେହି ଦୁଇ ଜଣ ଯୁବକକୁ ୨ ଘଣ୍ଟା ମଧ୍ୟରେ ଆଣି ଛାଡିବାକୁ କହିବା ସହ ସ୍ଥାନୀୟ ଥାନା ଅଧିକାରୀ ସୁମନ୍ତି ମହାନ୍ତି ଙ୍କୁ ଲିଖିତ ପତ୍ର ପ୍ରଦାନ କରିଛନ୍ତି ।

ଉକ୍ତ ପତ୍ରରେ ଚଳିତ ୫ ତାରିଖ ଶନିବାର ଦିନ ସକାଳ ୮ରୁ ୧୦ ମଧ୍ୟରେ କୃଷ୍ଣ ଶିକକା, ବାରି ଶିକକା ଓ ଡ୍ରିଞ୍ଜ ଶିକକା ୯ ତାରିଖ ବିଶ୍ୱ ଆଦିବାସୀ ଦିବସ ପାଳନ ସଭା ଆୟୋଜନ ତଥା ପ୍ରଚାର ଅଭିଯାନରେ ଲାଞ୍ଜିଗଡ ବଜାରକୁ ଯାଇଥିଲେ । ସେହିଠାରୁ ଦୁଇଜଣ ପଟାଙ୍ଗପଦର ର କୃଷ୍ଣ ସିକକା (୨୦) ଓ ଲାଖପଦର ଗାଁ’ର ବାରି ସିକକା (୧୫) ଙ୍କୁ ପୁଲିସ ଅଚାନକ ଅପହରଣ କରି ନେଇଛନ୍ତି । ଏହି ପରି ଘଟଣା ହେବା ପରେ ସ୍ଥାନୀୟ ଥାନା ଅଧିକାରୀ, ଉପଖଣ୍ଡ ଆରକ୍ଷୀ ଅଧିକାରୀ, ରାୟଗଡା ଓ ଜିଲ୍ଲା ଆରକ୍ଷୀ ଅଧିକାରୀ ଙ୍କୁ ପଚାରି ବୁଝିଥିଲେ । ସେମାନେ ଘଟଣା ବିଷୟରେ ଅବଗତ ନଥିବା କହିଥିବା ଆନ୍ଦୋଳନ କରି କହିଥିଲେ ।

ଥାନା ଘେରାଓ କଲେ ନିୟମଗିରି ଡ଼ଙ୍ଗରିଆ- ଆଦିବାସୀ ଜନସାଧାରଣ ପ୍ରତି ଅନ୍ୟାୟ ଓ ଅତ୍ୟାଚାର କୁ ତୀବ୍ର ନିନ୍ଦା କରିବା ସହ ଅଭିଯୋଗକୁ ଆଧାର କରି ତୁରନ୍ତ ଏତେଲା ପଞ୍ଜିକାରଣ କରି ଘଟଣା ର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ନିମନ୍ତେ ନିୟମଗିରି ସୁରକ୍ଷା ସମିତି ପକ୍ଷରୁ ଦାବି କରିଛନ୍ତି । ଏବଂ ଶନିବାର ଦିନ ଲାଞ୍ଜିଗଡ଼ ଥାନାରେ ଏତଲା ଦେଇଥିବା ଉଲ୍ଲେଖ କରିଛନ୍ତି । ସଠିକ ତଦନ୍ତ କରି ସମ୍ପୃକ୍ତ ଅପହରଣକାରୀ ପୁଲିସ କର୍ମଚାରୀ ମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଦୁଇ ଘଣ୍ଟା ମଧ୍ୟରେ ଅପହୃତ ଦୁଇ ଆଦିବାସୀ ଭାଇଙ୍କୁ ବିନା ସର୍ତ୍ତରେ ମୁକୁଳାଇ ଆମକୁ ସମର୍ପଣ କରିବେ ।

ସରକାର ପୁଲିସ ନିୟମଗିରି ସୁରକ୍ଷା ସମିତିର କର୍ମୀ ମାନଙ୍କ ବିରୁଦ୍ଧରେ ମିଛ ମକଦ୍ଦମା କରି ଜେଲ ରେ ପୁରେଇବା ବନ୍ଦ କରୁ ବୋଲି ଲିଖିତ ପ୍ରଦାନ କରିଥିଲେ ।ଏବଂ ଦୁଇ ଅପହୃତ ଙ୍କୁ ତୁରନ୍ତ ଚାନ୍ଦିଲି ଥାନାରେ ଅଟକ ରଖାଯାଇଛି ସେମାନଙ୍କୁ ଆଣି ଆମକୁ ହସ୍ତାନ୍ତର କରାଯାଉ ବୋଲି ନିୟମ ଗିରି ସୁରକ୍ଷା ସମିତିର ସଭାପତି ଲଦ ସିକକା, ଉପେନ୍ଦ୍ର ବାଗ, ମିଶ୍ର କାଡ୍ରାକା, ରାଣୁ କୁଲେସିକା, କୁମୁଟାଡୀ ସିକକା, ମାଝୀବାଣୀ ସିକକା, ସିଙ୍ଗାରି କୃଷିକା, ଉପସଭାପତି ଡ୍ରିଞ୍ଜୁ କୃଷିକା, ସମ୍ବାରୁ , ସମ୍ବି ପୁସିକା ସମେତ ବହୁ ଡଙ୍ଗରିଆ ମହିଳା ପୁରୁଷ ଉପସ୍ଥିତ ରହିଥିଲେ ।

ଥାନା ଘେରାଓ କଲେ ନିୟମଗିରି ଡ଼ଙ୍ଗରିଆ:- ଏହା ସୁରକ୍ଷା ବ୍ୟବସ୍ଥାକୁ ନେଇ ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକାରୀ ବିଷ୍ଣୁ ପ୍ରସାଦ ପାତ୍ର, ଜଣେଏସ ଡିପିଓ ରଶ୍ମିରଞ୍ଜନ ସେନାପତି, ସ୍ଥାନୀୟ ଥାନାଧିକାରୀ ସମେତ ୬ ଜଣ ଥାନା ଅଧିକାରୀ, ମାଜିଷ୍ଟ୍ରେଟ ଭାବରେ ତହସିଲଦାର ସୁଧାକର ରଇତ, ଏସ ଓ ଜି, ଏ ପି ଆର, ଓ ଏସେ ଏ ପି, ସିଆରପିଏଫ, ମୋଟ ୪ ପ୍ଲାଟୁନ ପଲିସ ମୁତୟନ ରହିଥିଲେ । ଏସମ୍ପର୍କରେ ଏତିରିକ୍ତ ଜିଲା ଆରକ୍ଷ ଅଧିକାରୀ ବିଷ୍ଣୁ ପ୍ରସାଦ ପାତ୍ରଙ୍କୁ ଆନ୍ଦୋଳନ ସମ୍ପର୍କରେ ପଚାରିବାରୁ ସେ କହିଲେ ଅପହରଣ ହୋଇଥିବା ଆମ ପାଖରେ କୌଣସି ସୂଚନା ନାହିଁ । ତୁମେ କହିବାରୁ ଆମେ ଜାଣିବାକୁ ପାଇଲୁ ବୋଲି କହୁଛି । ଅନ୍ୟ ପଟେ ଅପହରଣ କରି ଦୁଇ ଜଣ ଙ୍କୁ ଚାନ୍ଦିଲି ଥାନାରେ ଅଟକ ରଖି ଛଳନା କରି ଆମକୁ ଭୁଆଁ ବୁଲାଉଛନ୍ତି ।ଶେଷରେ ଆନ୍ଦୋଳନ କାରୀଙ୍କୁ ଡାକି ପଲିସ କହିଥିଲା ଯେ ଆମେ ଖୋଜିବୁ ତୁମେ ବି ଖୋଜ ,ଯଦି ଆମେ ପାଇଲେ ତୁମକୁ କହିବୁ ବୋଲି କହିଥିବା ଡଙ୍ଗରିଆ କହିଛନ୍ତି ।