Friday, March 29, 2024

Top 5 This Week

Related Posts

1. Big News: ଜିଆଇଇଟି ବିଶ୍ଵବିଦ୍ୟାଳୟର ପ୍ରଥମ ପିଏଚଡି ସ୍କଲାରଙ୍କ ଭାଇ-ଭା ଅନୁଷ୍ଠିତ

ରିପୋର୍ଟ : ବିରଞ୍ଚି ପ୍ରସାଦ ଶତପଥୀ
ଗୁଣୁପୁର, (୬/୮) : ଆଜି ସ୍ଥାନୀୟ ଜିଆଇଇଟି ବିଶ୍ଵବିଦ୍ୟାଳୟର ପ୍ରଥମ ପିଏଚଡି ସ୍କଲାରଙ୍କ ଭାଇ-ଭା ଅନୁଷ୍ଠିତ ହୋଇଯାଇଛି ।

ଜିଆଇଇଟିରେ ନୂଆଦିଲ୍ଲୀ ସ୍ଥିତ ଜବାହରଲାଲ ନେହେରୁ ବିଶ୍ଵବିଦ୍ୟାଳୟର ପ୍ରଫେସର ଡ.ମଂଜୁ ଖାରେ ଯୋଗ ଦେଇ କମ୍ପ୍ୟୁଟର ବିଜ୍ଞାନ ବିଭାଗର ପ୍ରଥମ ପିଏଚଡି ସ୍କଲାର ବିଶ୍ଵ ରଞ୍ଜନ ଭୋଳଙ୍କ ଆନୁଷ୍ଠାନିକ ଭାବେ ପିଏଚଡି ଉପାଧି ଘୋଷଣା କରିଥିଲେ ।

ଏଥିରେ ବିଶ୍ଵବିଦ୍ୟାଳୟର କୁଳପତି ଡ ଏ ଭି ଏନ ଶର୍ମା , ରେଜିଷ୍ଟ୍ରାର ଡ ଏନ ଭି ଜଗନାଧା ରାଓ, ଡେପୁଟି ରେଜିଷ୍ଟ୍ରାର ଶିବ ପ୍ରସାଦ ତ୍ରିପାଠୀ, ଡ ରାଘେବନ୍ଦ୍ର କୁମାର , ଡି ଆର ସି ସଦସ୍ୟ ବୃନ୍ଦ, ପରୀକ୍ଷା ନିରୀକ୍ଷକ ଡ ପି.ବିଜୟ କୁମାର, ସ୍କୁଲ ଅଫ ଇଞ୍ଜିନିୟରିଂ ର ଡିନ ଏ.ବି. ଶ୍ରୀନିବାସ ରାଓ, ସ୍କୁଲ ଅଫ ମେନେଜମେଣ୍ଟ ର ଡିନ ଜଗଦୀଶ ଏମଙ୍କ ସମେତ ବିଭାଗର ବିଭାଗୀୟ ମୁଖ୍ୟ , ପ୍ରଫେସର, ଅଧ୍ୟାପକ, ଅଧ୍ୟାପିକା ଯୋଗ ଦେବା ସହ ଅନ୍ୟାନ୍ୟ ସ୍କଲାର ଓ ଅଧ୍ୟାପକ ବୃନ୍ଦ ଆଭାସି ମଧ୍ୟମରେ ଯୋଗଦେଇଥିଲେ । ପରିଶେଷରେ ଆବାହକ ଡ ସଞ୍ଜୟ କୁମାର କୁଆଁର ଧନ୍ୟବାଦ ଅର୍ପଣ କରିଥିଲେ । ଏହି ପିଏଚଡି ସ୍କଲାରଙ୍କୁ ବିଶ୍ୱବିଦ୍ୟାଳୟର ସଭାପତି ଡ. ସତ୍ୟ ପ୍ରକାଶ ପଣ୍ଡା, ଉପ ସଭାପତି ଡ. ଚନ୍ଦ୍ରଧ୍ଵଜ ପଣ୍ଡା, ମହା ନିର୍ଦ୍ଦେଶକ ଡ. ଜଗଦିଶ ପଣ୍ଡା ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି ।

Popular Articles