Saturday, August 8, 2020
Home District News ସିବିଏସଇ ବୋର୍ଡ଼ର ପରୀକ୍ଷା ଫଳ ପ୍ରକାଶ-ଆଦିତ୍ୟ ବିର୍ଲା ପବ୍ଲିକ ସ୍କୁଲର ପରୀକ୍ଷାର୍ଥୀ ଶତପ୍ରତିଶତ କୃତକାର୍ଯ୍ୟ

ସିବିଏସଇ ବୋର୍ଡ଼ର ପରୀକ୍ଷା ଫଳ ପ୍ରକାଶ-ଆଦିତ୍ୟ ବିର୍ଲା ପବ୍ଲିକ ସ୍କୁଲର ପରୀକ୍ଷାର୍ଥୀ ଶତପ୍ରତିଶତ କୃତକାର୍ଯ୍ୟ

ରିପୋର୍ଟ: ଜିଲ୍ଲାପ୍ରତିନିଧି ଗୋପୀନାଥ ଗୌଡ଼ //
ରାୟଗଡା (୧୬/୦୭): ପ୍ରକାଶିତ ହୋଇଯାଇଛି ରାଜ୍ୟ ସ୍ତରୀୟ ସିବିଏସଇ ଦଶମ ବୋର୍ଡ ପରୀକ୍ଷା ଫଳ l ଏହାସହିତ ଟିକିରି ଥାନାସ୍ଥିତ ଦୋରାଗୁଡ଼ାରେ ଅବସ୍ଥିତ ଆଦିତ୍ୟ ବିର୍ଲା ପବ୍ଲିକ ସ୍କୁଲର ପରୀକ୍ଷାର୍ଥୀ ଶତପ୍ରତିଶତ କୃତକାର୍ଯ୍ୟ ହାସଲ କରିଛନ୍ତି l

ଏହିପରି ଏକ ସଫଳତା ରାଜ୍ୟ ସ୍ତରରେ ବିଦ୍ୟାଳୟର ଭିନ୍ନ ଏକ ସଂମ୍ମାନିତ ଛବି ଉପସ୍ଥାପିତ ହୋଇଯାଇଛି l ସର୍ବଭାରତୀୟ ସ୍ତରରେ ପାସ ହାର ୯୧.୪୬%ହୋଇଥିବା ବେଳେ ଏହି ବିଦ୍ୟାଳୟର ପାସ ହାର ୧୦୦%ହେବା ଅଭିଭାବକ ତଥା ବିଦ୍ୟାଳୟ ପରିଚାଳନା କମିଟି ପାଇଁ ଏକ ଗୌରବାନ୍ବିତ ପ୍ରସଙ୍ଗ ନିଶ୍ଚୟ l ଚଳିତବର୍ଷ ବିଦ୍ୟାଳୟ ତରଫରୁ ୧୩ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ଦଶ ଜଣ ପରକ୍ଷାର୍ଥୀ ଜିଲାସ୍ତରୀୟ (ଡିଷ୍ଟିଙ୍ଗସନ )ହାସଲ କରିଛନ୍ତି l ସେମାନଙ୍କ ମଧ୍ୟରୁ ଆଶିଷ ସାହୁ ୯୪.୨ %ନମ୍ବର ରଖି ବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି l ଅନ୍ୟପଟେ ଆନନ୍ଦର ବିଷୟଏହା କି ୧୧ଜଣ ପରୀକ୍ଷାର୍ଥୀ ସମାଜ ବିଜ୍ଞାନରେ ୯୦%ରୁ ଅଧିକ ମାର୍କ ରଖିଛନ୍ତି l ଗୁରୁତ୍ୱପୂର୍ଣ ବିଷୟ ଏହା କି ଏହି ବିଦ୍ୟାଳୟଟି ଦୁର୍ଗମ ଅଞ୍ଚଳରେ ଅବସ୍ଥିତ ହୋଇଥିବା ହେତୁ ଅନେକ ସମୟରେ ଭିନ୍ନ ଭିନ୍ନ ସମସ୍ୟା ଦେଇ ଗତିକରିଥାଏ l ଉତ୍କଳ ଆଲୁମିନା କର୍ମଚାରୀ ଙ୍କ ସନ୍ତାନ ସନ୍ତତିଙ୍କ ସହିତ କିଛି ବିସ୍ଥାପିତ ଓ ଆଖପାଖ ଅଞ୍ଚଳର କିଛି ଛାତ୍ରଛାତ୍ରୀଙ୍କୁ ନେଇ ବିଦ୍ୟାଳୟ ଟି ପରିଚାଳିତ ହୋଇଥିବା ବେଳେ ଗତ କିଛିବର୍ଷ ହେଲାଣି ଶିକ୍ଷାକ୍ଷେତ୍ରରେ ଏକ ସନ୍ତୁଷ୍ଟି ଜନକ ଅଗ୍ରଗତି କରି ଚାଲିଛି l ସିବିଏସଇ ଜାତୀୟ ବିଜ୍ଞାନ ପ୍ରଦର୍ଶନୀରେ ଅଂଶ ଗ୍ରହଣ କରିବା, ଦୌଡ଼ ପ୍ରତିଯୋଗିତା ତଥା ଅଲମ୍ପିକ ଭଳି ପ୍ରତିଯୋଗିତାରେ ଏହି ବିଦ୍ୟାଳୟ ଅଂଶଗ୍ରହଣ କରି ଗତବର୍ଷ ପୁରସ୍କୃତ ହୋଇଛି l ଛାତ୍ରଛାତ୍ରୀଙ୍କ ଏହି ଅପୂର୍ବ ସଫଳତା ପାଇଁ ବିଦ୍ୟାଳୟର ପ୍ରିନ୍ସପାଲ ଶ୍ରୀ ଏଲ ଏନ ଦାଶ ଙ୍କ ସହିତ ୟୁନିଟ ମୁଖ୍ୟ ତଥା ସଭାପତି ଶ୍ରୀ ଏନ ନରେଶ ଅଭିନନ୍ଦନ ଜଣାଇଛନ୍ତି l ଶ୍ରୀଯୁକ୍ତ ନରେଶ ସ୍କୁଲ ପ୍ରିନ୍ସପାଲ ତଥା ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ ବିଦ୍ୟାଳୟ ର ସାମଗ୍ରିକ ଅଭିବୃଦ୍ଧି ପାଇଁ ଧନ୍ୟବାଦ ଜ୍ଞାପନ କରିଛନ୍ତି l

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ଦୁର୍ଘଟଣାରେ ବାଇକ ଆରୋହୀର ମୃତ୍ୟୁ

ରିପୋର୍ଟ: ଧ୍ରୁବରାଜ ମିଶ୍ର // ବିନିକା (୦୭/୦୮): ସୋନପୁର ମୁଖ୍ୟ ରାସ୍ତା ଘୋଡାଧାର ଛକ ଠାରେ ଏକ ବାଇକ ଦୁର୍ଘଟଣାରେ ଚାଲକର ମୃତ୍ୟୁ ହୋଇଯାଇଛି । ଘଟଣାରୁ ପ୍ରକାଶ ଯେ ସୋନପୁର ଥାନା ଅଧନସ୍ତ...

କଲ୍ୟାଣ ସିଂହପୁର ବ୍ଳକରେ ୧୩ ନୁଆଁ କରୋନା ପଜିଟିଭ ଚିହ୍ନଟ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା // କଲ୍ୟାଣ ସିଂହପୁର (ତା ୭/ ୮): ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକ ରେ ଦିନ କୁ ଦିନ କରୋନା ପଜିଟିଭ ଚିହ୍ନଟ ହେବାରେ ଲାଗିଛି...

ବିଦାୟ ସମ୍ବର୍ଦ୍ଧନା ସମାରୋହ, ଅମଳ ବୃଦ୍ଧି ପାଇଁ ଚାଷୀ ଓ କୃଷି କର୍ମଚାରୀଙ୍କ ସମନ୍ୱୟ ଆବଶ୍ଯକ

ରିପୋର୍ଟ: ନିରୋଜ କୁମାର ପାଣି // ପଦ୍ମପୁର (ତା ୭ ୵ ୮): ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ କ୍ରୁଷି କାର୍ଯ୍ୟଳୟରେ ବିଦାୟ ସମ୍ବର୍ଦ୍ଧନା ସମାରୋହ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ବ୍ଲକ କ୍ରୁଷି ଅଧିକାରୀ...

ଟ୍ରେନରେ କଟି ସମାଜସେବୀଙ୍କ ମୃତ୍ୟୁ

ରିପୋର୍ଟ: ବିମଳେନ୍ଦୁ ସାହୁ // ଲୋଇସିଂହା(୦୭/୦୮): ଶୁକ୍ରବାର ଅପରାହ୍ନ ଗୋଟାଏରେ ଲୋଇସିଂହା ନିକଟସ୍ଥ ସେମେଲମୁଣ୍ଡା ଠାରେ ଟ୍ରେନ ଲାଇନରେ କଟିଯାଇ ଜଣକର ମୃତ୍ୟୁ ହୋଇଥିବା ଜଣାଯାଇଛି । ମୃତକ ଜଣକ ହେଲେ ଲୋଇସିଂହାର...

Recent Comments

%d bloggers like this: