1. Best News: ବ୍ଲକ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

0
72
ବ୍ଲକ ଶିକ୍ଷକ

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡ଼ା, (୫/୮) : ରାୟଗଡ଼ା ଜିଲ୍ଲାର ଏଗାର ଗୋଟି ବ୍ଲକରେ ଶନିବାର ଦିନ ଗୋଷ୍ଠୀ ଶିକ୍ଷାଧିକାରୀ ଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀ, ଓଡ଼ିଶା ଙ୍କ ଉଦ୍ଦେଶ୍ୟରେ ବ୍ଲକ ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ତରଫରୁ ତିନି ଦଫା ଦାବୀ ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଅଛି ।WhatsApp Image 2023 08 05 at 19.36.25 1 1. Best News: ବ୍ଲକ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡରେଶନ ରାଜ୍ୟ ସଂଘର ଆହ୍ବାନ କ୍ରମେ ସମସ୍ତ ବ୍ଲକ ଶିକ୍ଷକ ବର୍ଗ ଓ ସଙ୍ଗଠନ ମିଳିତ ଭାବରେ ଦାବୀ ଗୁଡ଼ିକ ପୂରଣ ନିମନ୍ତେ ଦାବିପତ୍ର ଦେଇଛନ୍ତି । ଗତ ନଭେମ୍ବର ମାସ ୨୨ ତାରିଖ ରାଜ୍ୟରେ ଏକଲକ୍ଷରୁ ଉର୍ଦ୍ଧ ଶିକ୍ଷକ ଆନ୍ଦୋଳନ କରିଥିଲେ । ତତ୍କାଳୀନ ମୁଖ୍ୟ ଶାସନ ସଚିବ ତାଙ୍କ ପତ୍ର ସଂଖ୍ୟା ୧୦୯ ତା ୩୦.୧୧.୨୦୨୨ ଅନୁଯାୟୀ ଆଲୋଚନା ପରେ ଦାବୀ ପୂରଣ ନିମନ୍ତେ ପ୍ରତିଶ୍ରୁତି ଦେଇଥିଲେ । ଅଦ୍ୟାବଧି ଉକ୍ତ ଦାବୀ ଗୁଡ଼ିକ ପୂରଣ ହୋଇନଥିବାରୁ ବିହୀତ ପଦକ୍ଷେପ ନିମନ୍ତେ ନିବେଦନ କରିଛନ୍ତି ।ନଚେତ୍ ଆସନ୍ତା ଅଗଷ୍ଟ ମାସ ୧୬ତାରିକ୍ରୁ ଓଡ଼ିଶାର ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକ ସମୂହ ଛୁଟିରେ ରହି କାର୍ଯ୍ୟବନ୍ଦ ଆନ୍ଦୋଳନ ସାମିଲ ହେବା ନିମନ୍ତେ ବାଧ୍ୟ ହେବେ ବୋଲି ପ୍ରକାଶ କରିଛନ୍ତି ।

ଦାବିଗୁଡିକ ମଧ୍ୟରେ ଠିକା ନିଯୁକ୍ତି ଉଚ୍ଛେଦ, କନିଷ୍ଠ ଶିକ୍ଷକଙ୍କୁ ନିୟମିତ କରିବା, ଶିକ୍ଷାକର୍ମି ଓ ଶିକ୍ଷା ସହାୟକଙ୍କ ଠିକା କାର୍ଯ୍ୟକାଳ କୁ ନୋସନାଲ ଇଂକ୍ରିମେଣ୍ଟ ପ୍ରଦାନ, ଏକସ କେଡରଙ୍କୁ କେଡରଭୂକ୍ତ କରିବା, କଳା ଓ କ୍ରୀଡ଼ା ଶିକ୍ଷକଙ୍କୁ ନିୟମିତ କରିବା, ସମସ୍ତ ପ୍ରାଥମିକ ଶିକ୍ଷକଙ୍କୁ କେନ୍ଦ୍ରୀୟ ହାର ମୂଳ ବେତନ ଲେବୁଲ ନଅ ରେ ୪୨୦୦ ଗ୍ରେଡ ପେ ଅନୁଯାୟୀ ପ୍ରଦାନ ତଥା ନୂତନ ପେନସନ ପ୍ରଥା ଉଚ୍ଛେଦ କରି ପୁରୁଣା ପେନସନ ପ୍ରଚଳନ ଅନ୍ୟତମ ଅଟେ । ଆଗାମୀ ଅଗଷ୍ଟ ମାସ ଏଗାର ତାରିଖରେ ଜିଲ୍ଲା ଶିକ୍ଷାଧିକାରୀ ଓ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯିବାର କାର୍ଯ୍ୟକ୍ରମ ରହିଥିବା ଜିଲ୍ଲା ସମ୍ପାଦକ ନୀଳାଚଳ ମିଶ୍ର ପ୍ରକାଶ କରିଛନ୍ତି ।