ବୃଦ୍ଧବ୍ୟକ୍ତି ଙ୍କୁ ଉଦ୍ଧାର କରି ଥଇଥାନ କଲେ ଜିଲ୍ଲା ଆଇନ ସେବା ପ୍ରାଧିକରଣ

0
211

ରିପୋର୍ଟ : ରଂଜିତ ବେହେରା //
ଢେଙ୍କାନାଳ,(୦୧/୦୯) : ଆଜି ସିଭିଲ କୋର୍ଟ, ଢେଙ୍କାନାଳ ପରିସରରେ ଏକ ବୃଦ୍ଧବ୍ୟକ୍ତି ଇତସ୍ତତଃ ହୋଇ ବୁଲୁଥିଲେ । ତାଙ୍କୁ ପଚାରିବାରୁ ସେ କହିଥିଲେ ତାଙ୍କୁ ତାଙ୍କ ସ୍ତ୍ରୀ ଏବଂ ପୁଅ ବାଡେଇ ଘରୁ ବାହାର କରିଦେଇଛନ୍ତି । ବୃଦ୍ଧବ୍ୟକ୍ତି ଙ୍କୁ ଉଦ୍ଧାର କରାଗଲା |

ଏହି ଅଭିଯୋଗ ଶୁଣି ସଙ୍ଗେ ସଙ୍ଗେ ଶ୍ରୀ ସୁକାନ୍ତ କିଶୋର ଜେନା, ସଚିବ, ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଢେଙ୍କାନାଳ, ଜିଲ୍ଲାଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ, ଶ୍ରୀ ଶରତ କୁମାର ଦେହୁରୀଙ୍କ ସହିତ ଆଲୋଚନା କରି ସଙ୍ଗେସଙ୍ଗେ ଜିଲ୍ଲା ସମାଜ ସୁରକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ କି ବୃଦ୍ଧବ୍ୟକ୍ତି ଙ୍କୁ ଉଦ୍ଧାର କରି ଥଇଥାନ କରିବାପାଇଁ ।

ସର୍ବପରେ AIRA, ଢେଙ୍କାନାଳର କର୍ମଚାରୀ ଉକ୍ତ ବୃଦ୍ଧଙ୍କୁ ଉଦ୍ଧାର କରି ତାଙ୍କୁ ଝୁଜବିହାରୀ ବରିଷ୍ଠ ନାଗରିକ ଗୃହ , ଆନନ୍ଦ ନଗର, ଢେଙ୍କାନାଳରେ ଥଇଥାନ କରିଥିଲେ । ଉଦ୍ଧାର ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଉପରୋକ୍ତ ମହାନ କାର୍ଯ୍ୟକୁ ଘଟଣାସ୍ଥଳରେ ଉପସ୍ଥିତ ଥିବାବ୍ୟକ୍ତି ମାନେ ଉଚ୍ଚ ପ୍ରଶସା କରି ବୃଦ୍ଧ ଲୋକଟି ପୁର୍ବଜନ୍ମ ପାଇଲା ବୋଲି କହିଥିଲେ ।