Thursday, March 28, 2024

Top 5 This Week

Related Posts

ନକଲି ଇଞ୍ଜିନ୍ ଅଏଲ୍ କାରଖାନା ଠାବ, ୩ ଗିରଫ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଗଞ୍ଜାମ, (୦୫/୦୮) : ବ୍ରହ୍ମପୁର ବଡ଼ ବଜାର ଥାନା ଅନ୍ତର୍ଗତ ସୁକୁଣ୍ଡାରେ ପୁଲିସ ଏକ ନକଲି ଇଞ୍ଜିନ ଅଏଲ କାରଖାନା ଠାବ କରିଥିବା ବେଳେ ୩ ଜଣଙ୍କୁ ଗିରଫ କରିଛି ।

ବ୍ରହ୍ମପୁର ଓ ଏହାର ଆଖପାଖ ଅଞ୍ଚଳରେ ବିଭିନ୍ନ ନାମୀଦାମୀ ବ୍ରାଣ୍ଡର ନକଲି ଇଞ୍ଜିନ ଅଏଲ ବିକ୍ରି ହେଉଥିବା ନେଇ ଏକ କମ୍ପାନୀ ପକ୍ଷରୁ ଗୋଳନ୍ଥରା ଥାନାରେ ଅଭିଯୋଗ କରାଯାଇଥିଲା । ଅଭିଯୋଗ ପାଇବା ପରେ ଗୋଳନ୍ଥରା ଥାନା ପୁଲିସ ପକ୍ଷରୁ ଏକ ଘରେ ଚଢ଼ାଉ କରାଯାଇଥିଲା । ସେଠାରୁ ଦୁଇ ଜଣ ବ୍ୟକ୍ତିଙ୍କଠାରୁ ନକଲି ଇଞ୍ଜିନ ଅଏଲ ଜବତ କରିଥିଲା ପୁଲିସ୍ । ସେହି ଦୁଇ ବ୍ୟକ୍ତି ବ୍ରହ୍ମପୁର ବଡ଼ ବଜାର ଥାନା ଅନ୍ତର୍ଗତ ସୁକୁଣ୍ଡାରେ ଥିବା ନକଲି ଇଞ୍ଜିନ ଅଏଲ କାରଖାନାର ଠିକଣା ଦେଇଥିଲେ । ଏହା ପରେ ଗୋଳନ୍ଥରା ଓ ବଡ଼ବଜାର ଥାନା ପୁଲିସ ମିଳିତ ଭାବେ ସୁକୁଣ୍ଡା ସ୍ଥିତ ଉକ୍ତ କାରଖାନାରେ ଚଢ଼ାଉ କରିଥିଲେ । ଚଢ଼ାଉ ବେଳେ ସେଠାରୁ ୨୦୦ ଲିଟର ନକଲି ଇଞ୍ଜିନ ଅଏଲ, ୧ ହଜାରରୁ ଅଧିକ ଖାଲି ଇଞ୍ଜିନ ଅଏଲ ଡବା, ବିଭିନ୍ନ ନାମୀଦାମୀ ବ୍ରାଣ୍ଡର ଷ୍ଟିକର, କଲର ଓ କେମିକାଲ ଜବତ କରିଥିଲା ।

Popular Articles