Friday, March 29, 2024

Top 5 This Week

Related Posts

ଅଫର ଦେଖାଇ ୩ ଲକ୍ଷ ଟଙ୍କା ଗୋଲ କରିଦେଲେ ସାଇବର ଠକ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଢେଙ୍କାନାଳ, (୦୫/୦୮) : ଅନଲାଇନ ଆପ ମାଧ୍ୟମରେ ନିବେଶ ଟଙ୍କା ବଢିବା ଭଳି ଲୋଭନିୟ ଅଫର ଦେଖାଇ ୩ ଲକ୍ଷ ଟଙ୍କା ଗୋଲ କରିଦେଲେ ସାଇବର ଠକ

ଠକାମିର ଶିକାର ଯୁବକ ହେଲେ ଢ଼େଙ୍କାନାଳ ସହର ଗୁଡ଼ିଆନାଳି ବାସିନ୍ଦା ୨୪ ବର୍ଷୀୟ ଓମ ପ୍ରକାଶ ମିଶ୍ର । ଓମ ପ୍ରକାଶ ଏନେଇ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ରିପୋର୍ଟ ଅନୁଯାୟୀ ଓମ ପ୍ରକାଶ ନିଜ ସାଙ୍ଗଙ୍କ ଠାରୁ ଏକ ଅନଲାଇନ ଆର୍ଣିଂ ଆପର ଲିଙ୍କ ପାଇଥିଲେ । ଆପ ଅଫର୍ ମାଧ୍ୟମରେ ସେ ଟଙ୍କା ନିବେଶ କଲେ ଏହାର ଭଲ ଅଭିବୃଦ୍ଧି ହେବ ବୋଲି ଜାଣିବାକୁ ପାଇଥିଲେ । ପ୍ରଥମେ ଦେଢ଼ ଲକ୍ଷ ଟଙ୍କା ଓ ପରେ ୩ ଲକ୍ଷ ଟଙ୍କା ନିବେଶ କରିଥିଲେ । ପରବର୍ତ୍ତୀ ସମୟରେ ତାଙ୍କର ବିଭିନ୍ନ ଆକାଉଣ୍ଟକୁ ଦେଢ଼ ଲକ୍ଷ ଟଙ୍କା ରିଟର୍ଣ୍ଣ ଆସିଥିଲା । କିନ୍ତୁ କିଛି ଦିନ ପରେ ଆପ ଟି ବନ୍ଦ ହୋଇଯାଇଥିଲା ଓ ବାକି ୩ ଲକ୍ଷ ଟଙ୍କା ତାଙ୍କ ଆକାଉଣ୍ଟରୁ ଗାଏବ ହୋଇଯାଇଥିଲା । ଏନେଇ ସେ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ତୁରନ୍ତ ତାଙ୍କ ଟଙ୍କା ଫେରି ପାଇବାକୁ ନିବେଦନ କରିଛନ୍ତି । ଟାଉନ ପୋଲିସ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଛି ।

Popular Articles