Thursday, March 28, 2024

Top 5 This Week

Related Posts

ଶିକ୍ଷକଙ୍କୁ ସ୍କୁଲରେ ଆକ୍ରମଣ : ଥାନାରେ ଏତଲା ଦେଲେ ଶିକ୍ଷକ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ମୟୁରଭଞ୍ଜ, (୦୫/୦୮) : ଠାକୁରମୁଣ୍ଡା ବ୍ଲକ ତାଳପଦା ଗ୍ରାମପଞ୍ଚାୟତର ଗହଣ୍ଡିଆ ସରକାରୀ ସ୍କୁଲରେ ଜନୈକ ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ

ଘଟଣାରୁ ପ୍ରକାଶ ଯେ, ଗହଣ୍ଡିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଲଛମନ ସୋରେନ ସହକାରୀ ଶିକ୍ଷକ ଭାବେ କାର୍ଯ୍ୟ କରନ୍ତି । ୪ ତାରିଖ ଦିନ ଅପରାହ୍ନ ୨ ଘଟିକା ସମୟରେ ଅଚାନକ ୧୨ରୁ ୧୫ ଜଣ ଲୋକ ଲଛମନଙ୍କ ସ୍ତ୍ରୀ ଲିଲିମଣି ମୁଣ୍ଡାଙ୍କ ନେତୃତ୍ୱରେ ଆସି ଅତର୍କିତ ଆକ୍ରମଣ କରି ଲହୁ ଲୁହାଣ କରିଥିଲେ । ମାଡ଼ ଦେଇ ତଳେ ପକାଇ ଦେଇଥିଲେ l ମାଡ଼ ଦେବା ପରେ ଅଳ୍ପ ସମୟ ମଧ୍ୟରେ ବୋଲର ଗାଡିରେ ଫେରି ଯାଇଥିଲେ । ପ୍ରଧାନ ଶିକ୍ଷକ ଖବରପାଇ ୧୦୮ ଆମ୍ବୁଲାନ୍ସ ଯୋଗେ ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ପଠାଇ ଥିଲେ । ଚିକିତ୍ସା ପରେ ଶିକ୍ଷକ ଲଛମନ ସୋରେନ ଠାକୁରମୁଣ୍ଡା ଥାନାରେ ଏକ ଏତଲା ଦାଏର କରିଛନ୍ତି । ପୋଲିସ କେସ ନମ୍ବର ୭୭ ରେ ମାମଲା ରୁଜ୍ଜୁ କରି ଘଟଣାର ଅନୁସନ୍ଧାନ ଜାରୀ ରଖିଛି । ତେବେ ଏହି ଘଟଣା ପାରିବାରିକ କି ଆଉ କୌଣସି ଘଟଣା ନେଇ ଆକ୍ରମଣ କରାଯାଇ ଶିକ୍ଷକଙ୍କୁ ଲହୁଳାହାଣ କରାଯାଇଥିଲା ତଦନ୍ତ ପରେ ଜଣାପଡିବ ।

Popular Articles