Sunday, August 9, 2020
Home Uncategorized ମାହେଶ୍ୱରୀ ସଂଗଠନ ପକ୍ଷରୁ ସହାୟତା ପ୍ରଦାନ

ମାହେଶ୍ୱରୀ ସଂଗଠନ ପକ୍ଷରୁ ସହାୟତା ପ୍ରଦାନ

ରିପୋର୍ଟ: ବିମଳେନ୍ଦୁ ସାହୁ //
ଲୋଇସିଂହା(୧୪/୦୭): ଲୋଇସିଂହା ନିକଟସ୍ଥ କଲ୍ଳିପାଟ ଗ୍ରାମ ର ଶାନ୍ତି ପଧାନ ନାମକ ଜଣେ ଅସହାୟ ମହିଳାଙ୍କ ଛାତ ଖପର ଭାଙ୍ଗି ଯାଇ ପାଣି ଗଲୁଥିବାରୁ ସେ ଅତି ଦୟନୀୟ ଅବସ୍ଥାରେ ରହୁଥିଲେ । ସ୍ଥାନିତ ସରପଞ୍ଚ ସୁନୀଲ ଅଗ୍ରୱାଲଙ୍କ ଠାରୁ ଖବର ପାଇ ମାହେଶ୍ୱରି ସଂଗଠନ ସଦସ୍ୟ ମାନେ ସେଠାକୁ ଯାଇଥିଲେ ।

କିଛି ବର୍ଷ ପୂର୍ବରୁ ଶାନ୍ତିଙ୍କ ସ୍ବାମୀ ମୃତ୍ୟୁବରଣ କରିଥିବା ବେଳେ ଘରେ ତାଙ୍କ ବ୍ୟତୀତ ଗୋଟିଏ ପୂଅ ଏବଂ ଦୁଇଟି ଝିଅ ରହୁଛନ୍ତି। ବହୁ ଅସୁବିଧାରେ ଶାନ୍ତି ପରିବାର ପ୍ରତିପୋଷଣ କରୁଥିବା ବେଳେ ଏବେ ତାଙ୍କ ବଡଝିଅ କୁ ପାଠ ପଢାଇବା ଚିନ୍ତା ମଧ୍ୟ ଘାରିଛି । ସଂଗଠନର ସଭାପତି ଦେବାଶିଷ ବିଶୋଇ, ସିଲୁ ସେବକ, ରିକୁ ପଧାନ, ମନୋଜ ମହାଣା, ସିଲୁ ନାଏକ ପ୍ରମୁଖ ତାଙ୍କ ଘରକୁ ଯାଇ ପାଳ ଦ୍ୱାରା ଘର ମରାମତି କରିବା ସହିତ ଆଗକୁ କେମିତି ତାଙ୍କ ଝିଅ ପାଠ ପଢି ପାରିବ ସେ ନେଇ ବୁଝିଥିଲେ । ସରପଞ୍ଚ ଶ୍ରୀ ଅଗ୍ରୱାଲ ମଧ୍ୟ ଶାନ୍ତିକୁ କିଛି ଆର୍ଥିକ ସହାୟତା କରିଥିଲେ ।

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ଦୁର୍ଘଟଣାରେ ବାଇକ ଆରୋହୀର ମୃତ୍ୟୁ

ରିପୋର୍ଟ: ଧ୍ରୁବରାଜ ମିଶ୍ର // ବିନିକା (୦୭/୦୮): ସୋନପୁର ମୁଖ୍ୟ ରାସ୍ତା ଘୋଡାଧାର ଛକ ଠାରେ ଏକ ବାଇକ ଦୁର୍ଘଟଣାରେ ଚାଲକର ମୃତ୍ୟୁ ହୋଇଯାଇଛି । ଘଟଣାରୁ ପ୍ରକାଶ ଯେ ସୋନପୁର ଥାନା ଅଧନସ୍ତ...

କଲ୍ୟାଣ ସିଂହପୁର ବ୍ଳକରେ ୧୩ ନୁଆଁ କରୋନା ପଜିଟିଭ ଚିହ୍ନଟ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା // କଲ୍ୟାଣ ସିଂହପୁର (ତା ୭/ ୮): ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକ ରେ ଦିନ କୁ ଦିନ କରୋନା ପଜିଟିଭ ଚିହ୍ନଟ ହେବାରେ ଲାଗିଛି...

ବିଦାୟ ସମ୍ବର୍ଦ୍ଧନା ସମାରୋହ, ଅମଳ ବୃଦ୍ଧି ପାଇଁ ଚାଷୀ ଓ କୃଷି କର୍ମଚାରୀଙ୍କ ସମନ୍ୱୟ ଆବଶ୍ଯକ

ରିପୋର୍ଟ: ନିରୋଜ କୁମାର ପାଣି // ପଦ୍ମପୁର (ତା ୭ ୵ ୮): ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ କ୍ରୁଷି କାର୍ଯ୍ୟଳୟରେ ବିଦାୟ ସମ୍ବର୍ଦ୍ଧନା ସମାରୋହ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ବ୍ଲକ କ୍ରୁଷି ଅଧିକାରୀ...

ଟ୍ରେନରେ କଟି ସମାଜସେବୀଙ୍କ ମୃତ୍ୟୁ

ରିପୋର୍ଟ: ବିମଳେନ୍ଦୁ ସାହୁ // ଲୋଇସିଂହା(୦୭/୦୮): ଶୁକ୍ରବାର ଅପରାହ୍ନ ଗୋଟାଏରେ ଲୋଇସିଂହା ନିକଟସ୍ଥ ସେମେଲମୁଣ୍ଡା ଠାରେ ଟ୍ରେନ ଲାଇନରେ କଟିଯାଇ ଜଣକର ମୃତ୍ୟୁ ହୋଇଥିବା ଜଣାଯାଇଛି । ମୃତକ ଜଣକ ହେଲେ ଲୋଇସିଂହାର...

Recent Comments

%d bloggers like this: