ଶିକ୍ଷକଙ୍କୁ ବିଦ୍ୟାଳୟ ତରଫରୁ ବିଦାୟକାଳୀନ ସମ୍ବର୍ଦ୍ଧନା

0
61

ରିପୋର୍ଟ : ନରୋତ୍ତମ ପାଢ଼ୀ
ବିଷମ କଟକ, (୪/୮) : ମୁନିଗୁଡ଼ା ଜଣେ ଛାତ୍ର ବତ୍ସଳ, ମେଳାପୀ, ମିଷ୍ଟଭାସି, ସମାୟାନୁବର୍ତିତା, କାର୍ଯ୍ୟବ୍ୟନିଷ୍ଠ ଶିକ୍ଷକ ଭାବେ ବେଶ ଜଣାଶୁଣା ବରିଷ୍ଠ ଶିକ୍ଷକ ଦେବେନ୍ଦ୍ର କୁମାର ବେହେରାଙ୍କୁ ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ ସଦରମହାକୁମ ରେଳବାଇ କଲୋନୀ ପ୍ରାଥମିକ ବିଦ୍ୟାଳୟ ତରଫରୁ ତାଙ୍କ ଅବସରକାଳୀନ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି ।

ନିଜ ୪୧ ବର୍ଷ ଶିକ୍ଷକତା ଭିତରେ ମୁନିଗୁଡା ବ୍ଲକର ବିଭିନ୍ନ ବିଦ୍ୟାଳୟରେ ସେ ଶିକ୍ଷକତା କରିଥିବା ବେଳେ ଶିକ୍ଷକ ସମାଜଙ୍କ ପାଇଁ ନିଜକୁ ଉଛର୍ଗୀକୃତ ଶିକ୍ଷକ ଭାବେ ନିଜର ପରିଚୟ ସୃଷ୍ଟି କରିଥିବା ଦେବେନ୍ଦ୍ର ବେହେରା ମୁନିଗୁଡା ରେଳବାଇ କଲୋନୀ ପ୍ରାଥମିକ ବିଦ୍ୟାଳୟରେ ସେ ଅବସର ଗ୍ରହଣ କରିଛନ୍ତି । ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ସଚଳା ଗୌଡ଼ଙ୍କ ସଭାପତିତ୍ୱରେ ଆୟୋଜିତ ବିଦାୟକାଳୀନ ସମ୍ବର୍ଦ୍ଧନା ସଭାରେ ବ୍ଲକ ଶିକ୍ଷାଧିକାରୀ ଭାସ୍କର ରାଓ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ପ୍ରସନ୍ନ ପାତ୍ର, ସିଆରସିସି ବିଷ୍ଣୁପ୍ରିୟ ସାହୁକାର, ମୁନିଗୁଡା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଦୁଷ୍ମନ୍ତ କୁମାର ମଝି ସମ୍ମିନିତ ଅତିଥି, ଅବସରପ୍ରାପ୍ତ ଶିକ୍ଷକ ବିଦ୍ୟାଧର ଦାସ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ । ଶିକ୍ଷକ ପ୍ରବୀର ଲିମା, ଅବସରପ୍ରାପ୍ତ ଶିକ୍ଷକ ପ୍ରମୋଦ ପଣ୍ଡା, ତ୍ରିନାଥ ସାହୁ ଶ୍ରୀ ବେହେରାଙ୍କ ସ୍ମୁତିଚାରଣ କରିଥିବା ବେଳେ ସୁବାଷ ଖୁରା ସଭା ପରିଚାଳନା କରିଥିଲେ । ଏହିଅବସରରେ ବିଦାୟୀ ଶିକ୍ଷକ ଶ୍ରୀ ଦେବେନ୍ଦ୍ର ବେହେରାଙ୍କୁ ଉପଢୌକନ ସହ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରି, ସ୍କୁଲ ପରିଚାଳନା କମିଟି ସଦସ୍ୟ, ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।