Sunday, August 9, 2020
Home Corona Lockdown ସ୍ବାସ୍ଥ୍ୟ କର୍ମୀଙ୍କ ଦ୍ଵାରା କରୋନା ମୁକାବିଲା ପାଇଁ ସଚେତନ

ସ୍ବାସ୍ଥ୍ୟ କର୍ମୀଙ୍କ ଦ୍ଵାରା କରୋନା ମୁକାବିଲା ପାଇଁ ସଚେତନ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା //
କଲ୍ୟାଣସିଂହପୁର (ତା ୧୪/୭): ରାୟଗଡ଼ା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଳକ ଅନ୍ତର୍ଗତ ସୁନାଖଣ୍ଡି ଗ୍ରାମ ପଞ୍ଚାୟତ ର ମନେଇଗୁଡା ଗାଁରେ ଅଙ୍ଗନୱାଡ଼ି,ଏ ଏନ ଏମ ଓ ଆଶା କର୍ମୀ ମିଳିତ ଭାବେ ମହାମାରୀ କରୋନା କୁ ରୋକିବା ପାଇଁ ଜଗନ୍ନାଥ ପୁର ଗାଁ କିଛି ମହିଳା ଓ ମନେଇ ଗୁଡା ଗାଁ ମହିଳା ମାନେ ମିଶି ମହାମାରୀ କରୋନା କୁ କିପରି ମୁଖାବିଲା କରିବେ ତାହାନେଇ ଘରେ ଘରେ ବୁଲି ମାନେଇଗୁଡା ଗ୍ରାମ ବାସୀ ଙ୍କୁ ବୁଝାଇଥିଲେ।

ଜିଲ୍ଲାର କୁଣ ଅନୁକୁଣ ରେ ମହାମାରୀ କରୋନା ବ୍ୟାପିବାରେ ଲଗିଛି ସେହି ମହାମାରୀ କରୋନା ଠାରୁ ଗାଁ ଲୋକମାନେ କିଭଲି ରକ୍ଷା ପାଇପାରିବେ ସେ ସଂମ୍ପର୍କ ସ୍ଲୋଗାନ ଦେଇଥିଲେ | ମାଁ ମାଉସୀ ସବିଏ ଶୁଣ ବାରମ୍ବାର ହାତ ଧୋଇବ ଜାଣ, ବାହାର ଜିଲ୍ଲା ରୁ ଆସିବ ଯିଏ କରେଣ୍ଟେନରେ ରହିବ ସିଏ, ବାହାରକୁ ବୁଲିଆସିବ ଯେବେ ହାତ ଗୋଡ଼ ଧୋଇବ ତେବେ, କରୋନା ରୋଗ ନ ଭାବ ସାନ ନେଇଯିବ ସାହି ପଡିଶା ଜୀବନ , ସ୍ବାସ୍ଥ୍ୟ କର୍ମୀ କଥା ମାନି ଚାଲିବ ନୀତି ମୁହଁରେ ମାସ୍କ ପିନ୍ଧିବ ଆଦି ସ୍ଲୋଗାନ ଦେଇ ଲୋକଙ୍କୁ ସଚେତନ କରିଥିଲେ । ଏହିପରି ସ୍ଲୋଗାନ ମଧ୍ୟରେ ଗ୍ରାମ ବାସୀଙ୍କୁ ଏ ଏନ ଏମ ଭି ବି ପଦ୍ମାବତୀ ଅଙ୍ଗନୱାଡ଼ି କର୍ମୀ ବୃନ୍ଦାବତୀ ବେହେରା ,ଆଶା କର୍ମୀ କୁମାରୀ ଦଳେଇ ଓ ସରପଞ୍ଚ ଅଞ୍ଜଲି ନିସିକା ଉପସ୍ଥିତ ରହି ସଚେତନ କରେଇଥିଲେ।

http://dhunt.in/agOGM

Odisha News24 Bureauhttp://www.odishanews24.in
A WEB TV Channel Network in Western Odisha

Most Popular

ଦୁର୍ଘଟଣାରେ ବାଇକ ଆରୋହୀର ମୃତ୍ୟୁ

ରିପୋର୍ଟ: ଧ୍ରୁବରାଜ ମିଶ୍ର // ବିନିକା (୦୭/୦୮): ସୋନପୁର ମୁଖ୍ୟ ରାସ୍ତା ଘୋଡାଧାର ଛକ ଠାରେ ଏକ ବାଇକ ଦୁର୍ଘଟଣାରେ ଚାଲକର ମୃତ୍ୟୁ ହୋଇଯାଇଛି । ଘଟଣାରୁ ପ୍ରକାଶ ଯେ ସୋନପୁର ଥାନା ଅଧନସ୍ତ...

କଲ୍ୟାଣ ସିଂହପୁର ବ୍ଳକରେ ୧୩ ନୁଆଁ କରୋନା ପଜିଟିଭ ଚିହ୍ନଟ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା // କଲ୍ୟାଣ ସିଂହପୁର (ତା ୭/ ୮): ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକ ରେ ଦିନ କୁ ଦିନ କରୋନା ପଜିଟିଭ ଚିହ୍ନଟ ହେବାରେ ଲାଗିଛି...

ବିଦାୟ ସମ୍ବର୍ଦ୍ଧନା ସମାରୋହ, ଅମଳ ବୃଦ୍ଧି ପାଇଁ ଚାଷୀ ଓ କୃଷି କର୍ମଚାରୀଙ୍କ ସମନ୍ୱୟ ଆବଶ୍ଯକ

ରିପୋର୍ଟ: ନିରୋଜ କୁମାର ପାଣି // ପଦ୍ମପୁର (ତା ୭ ୵ ୮): ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ କ୍ରୁଷି କାର୍ଯ୍ୟଳୟରେ ବିଦାୟ ସମ୍ବର୍ଦ୍ଧନା ସମାରୋହ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ବ୍ଲକ କ୍ରୁଷି ଅଧିକାରୀ...

ଟ୍ରେନରେ କଟି ସମାଜସେବୀଙ୍କ ମୃତ୍ୟୁ

ରିପୋର୍ଟ: ବିମଳେନ୍ଦୁ ସାହୁ // ଲୋଇସିଂହା(୦୭/୦୮): ଶୁକ୍ରବାର ଅପରାହ୍ନ ଗୋଟାଏରେ ଲୋଇସିଂହା ନିକଟସ୍ଥ ସେମେଲମୁଣ୍ଡା ଠାରେ ଟ୍ରେନ ଲାଇନରେ କଟିଯାଇ ଜଣକର ମୃତ୍ୟୁ ହୋଇଥିବା ଜଣାଯାଇଛି । ମୃତକ ଜଣକ ହେଲେ ଲୋଇସିଂହାର...

Recent Comments

%d bloggers like this: