Friday, March 29, 2024

Top 5 This Week

Related Posts

ସାରା‌ ଓଡିଶାରେ ମୁକ୍ତିଲାଭ କଲା ଓଡିଆ ଫିଲ୍ମ ‘ତୁ ସେଇ ନୀଳ ନୟନା’

ରିପୋର୍ଟ : ସନ୍ତୋଷ କୁମାର ନାୟକ
ଭୁବନେଶ୍ୱର, (୦୫/୦୮) : ନୂଆ ଓଡିଆ ଫିଲ୍ମ ‘ତୁ ସେଇ ନୀଳ ନୟନା‘ ଚଳଚ୍ଚିତ୍ର ଅଗଷ୍ଟ ୪ ରେ ଶୁଭମୁକ୍ତି ହେଲା‌ ୩୫ ଟି ହଲ୍ ରେ ।

ବିନି ପଟ୍ଟନାୟକ ଫିଲ୍ମସ ନିବେଦିତ ନୂଆ ଚଳଚ୍ଚିତ୍ର ନୀଳନୟନାର ପ୍ରଯୋଜକ ବିନି ପଟ୍ଟନାୟକ, ନିର୍ଦ୍ଦେଶକ ତ୍ରିପତୀ ସାହୁ, ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ୍ ଆନନ୍ଦ, ଗୀତିକାର ବସନ୍ତରାଜ ସାମଲ, ସଂଳାପକାର ଡ‍ଃ ରଜନୀ ରଞ୍ଜନ l ଅଗଷ୍ଟ ୪ରେ ଓଡ଼ିଶାର ବିଭିନ୍ନ ପ୍ରେକ୍ଷାଳୟରେ ରିଲିଜ୍ ହେଲା ଭିନ୍ନ ଏକ ପ୍ରେମ କାହାଣୀ କୁ ନେଇ ଓଡିଆ ଫିଲ୍ମ ‘ତୁ ସେଇ ନୀଳ ନୟନା’ l ଜୀବନରେ ପ୍ରେମର ରଙ୍ଗ ସବୁବେଳେ ସତେଜ ହୋଇ ରହିବା ଦରକାର ନହେଲେ ଜୀବନର ଅର୍ଥ ବଦଳି ଯାଏ l ଆଉ ଆପଣଙ୍କ ଜୀବନରେ ସେ ପ୍ରେମର ରଙ୍ଗ ବୋଳିବାକୁ ଆସୁଛି ‘ତୁ ସେଇ ନୀଳ ନୟନା’ l ଫିଲ୍ମରେ ଓଡିଆ ମନୋରଂଜନ ଜଗତର ଅଫେରା କିମ୍ବଦନ୍ତୀ କଳାକାର ପିଣ୍ଟୁ ନନ୍ଦଙ୍କୁ ଦେଖିବେ ଏକ ନୂଆ ଅବତାରରେ l ବିନି ପଟ୍ଟନାୟକ ପ୍ରଯୋଜିତ ଏହି ଫିଲ୍ମର ସହ ପ୍ରଯୋଜକ ହେଉଛନ୍ତି ମୋହିତ ପଟ୍ଟନାୟକ l ଫିଲ୍ମର ମୁଖ୍ୟ ଊପଦେଷ୍ଟା ତ୍ରିନାଥ ପଟ୍ଟନାୟକ ଓ ଆଶାଲତା ପଟ୍ଟନାୟକ ଥିବା ବେଳେ ଊପଦେଷ୍ଟା ଭାବରେ ମନସା ମୟୁରୀ, ବୃନ୍ଦାବନ ମିଶ୍ର, ସଞ୍ଜିତ ନାୟକ ଓ ମନୋଜ ସ୍ବାଇଁ ଅଛନ୍ତି ଓ ଏଥିରେ ବିଶେଷ ସହଯୋଗ କରିଛନ୍ତି ସଚ୍ଚିକାନ୍ତ ଜେନା l

ଦର୍ଶକଙ୍କୁ ନୂଆ ତଥା ଓଡିଆ ଛୁଙ୍କରେ ତିଆରି ପାରିବାରିକ ଫିଲ୍ମ ଦେବା ପାଇଁ ଆମେ ସମସ୍ତେ ଚେଷ୍ଟା କରିଛୁ l ଏକ ନିଆରା ଓ ଅଦ୍ଭୁତ କାହାଣୀ ଯାହାକୁ ନେଇ ନିର୍ମାଣ ହୋଇଛି ଫିଲ୍ମ “ତୁ ସେଇ ନୀଳନୟନା” ନିଶ୍ଚିତ ଭାବରେ ଓଡିଆ ଦର୍ଶକଙ୍କ ମନକୁ ଛୁଇଁବ ବୋଲି ଯୋର ଦେଇ କହିଛନ୍ତି ଫିଲ୍ମର ନିର୍ଦ୍ଦେଶକ ତ୍ରିପତୀ ସାହୁ l ଫିଲ୍ମର ଗୀତ ଲେଖିଛନ୍ତି ବସନ୍ତରାଜ ସାମଲ ଓ ଏହାକୁ ସଙ୍ଗୀତରେ ସଜାଇଛନ୍ତି ଓଡ଼ିଶାର ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ୍ ଆନନ୍ଦ ଏବଂ ସ୍ବର ଦେଇଛନ୍ତି ହ୍ୟୁମାନ ସାଗର, ଦୀପ୍ତିରେଖା ପାଢୀ, ସ୍ୱୟଂ ପାଢୀ, ସୋହିନୀ ମିଶ୍ର, ଆଶୁତୋଷ ଓ ଅମ୍ରିତା ନାୟକ l ପ୍ରେମ, ପ୍ରଣୟ ଓ ଭଲପାଇବାର ସ୍ପର୍ଶରେ ପଥର କିପରି କୋମଳ ଫୁଲରେ ପରିବର୍ତ୍ତନ ହୁଏ ତାହା ଏହି ଫିଲ୍ମରେ ଦର୍ଶକ ଦେଖିବେ ବୋଲି କହିଛନ୍ତି ଫିଲ୍ମର ପୁରା ଟିମ୍ l

ସ୍ବର୍ଗତଃ ପିଣ୍ଟୁ ନନ୍ଦଙ୍କ ବ୍ୟତୀତ ସମ୍ବିତ୍ ଆଚାର୍ଯ୍ୟ, ଲିପିକା ସେନାପତି, ପୃଥ୍ବୀରାଜ ନାୟକ, ପ୍ରତିଭା ପଣ୍ଡା, ଚୌଧୁରୀ ଜୟ ପ୍ରକାଶ ଦାସ, ବରଦା ତ୍ରିପାଠୀ, ନନସେନ୍ସ ମଣି, ଅମର ମହାପାତ୍ର, ଆଲିଶା, ଜ୍ୟୋତି ତ୍ରିପାଠୀ, ଜୀବନ ପଣ୍ଡା ଓ ଦେବଶ୍ରୀ ଏହି ଫିଲ୍ମରେ ଅଭିନୟ କରିଛନ୍ତି l ଓଡ଼ିଶାର ଅଗଣିତ ଚଳଚ୍ଚିତ୍ର ପ୍ରେମୀ ମାନଙ୍କ ଚାହିଦା ପୂରଣ କରିବ ଫିଲ୍ମ ‘ତୁ ସେଇ ନୀଳ ନୟନା’ ବୋଲି ଚଳଚ୍ଚିତ୍ର ର ପ୍ରଚାର ଓ ପ୍ରସାର ଦାୟିତ୍ବ ରେ ଥିବା ମିଡ଼ିଆ ପ୍ଲାନର କ୍ରିଏଟିଭ ହେଡ୍ ପ୍ରଣୟ ଜେଠୀ ସୂଚନା‌ ଦେଇଛନ୍ତି ।

Popular Articles